କେବେ ମିଳିବ ବର୍ଦ୍ଧିତ ଭତ୍ତା, ମନ୍ତ୍ରୀ ଦେଲେ ବଡ଼ ସୂଚନା
ଭୁବନେଶ୍ୱର,୨ା୭: ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ପ୍ରସ୍ତୁତି ଚାଲିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ତଥା ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଭତ୍ତା ୩ ହଜାରକୁ ବୃଦ୍ଧି ନିଷ୍ପତ୍ତି ହୋଇଛି, ସେଥିପାଇଁ ପ୍ରସ୍ତୁତି ଚାଲିଛି। ବଜେଟ କେତେ ଆସୁଛି ଦେଖିବୁ, ଅର୍ଥ ବିଭାଗର କ୍ଲିୟରାନ୍ସ ନେବୁ। ପରବର୍ତ୍ତୀ ସମୟରେ ଏହାକୁ କାର୍ଯ୍ୟକାରୀ କରିବୁ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ପୂର୍ବ ସରକାର ବନ୍ଦ କରିଥିବା ସ୍କୁଲ ସଂପର୍କରେ ମନ୍ତ୍ରୀ ସୂଚନା […] The post କେବେ ମିଳିବ ବର୍ଦ୍ଧିତ ଭତ୍ତା, ମନ୍ତ୍ରୀ ଦେଲେ ବଡ଼ ସୂଚନା appeared first on Dharitri Odia News.
ଭୁବନେଶ୍ୱର,୨ା୭: ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ପ୍ରସ୍ତୁତି ଚାଲିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ତଥା ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଭତ୍ତା ୩ ହଜାରକୁ ବୃଦ୍ଧି ନିଷ୍ପତ୍ତି ହୋଇଛି, ସେଥିପାଇଁ ପ୍ରସ୍ତୁତି ଚାଲିଛି। ବଜେଟ କେତେ ଆସୁଛି ଦେଖିବୁ, ଅର୍ଥ ବିଭାଗର କ୍ଲିୟରାନ୍ସ ନେବୁ। ପରବର୍ତ୍ତୀ ସମୟରେ ଏହାକୁ କାର୍ଯ୍ୟକାରୀ କରିବୁ ବୋଲି ମନ୍ତ୍ରୀ କହିଛନ୍ତି।
ଏଥିସହ ପୂର୍ବ ସରକାର ବନ୍ଦ କରିଥିବା ସ୍କୁଲ ସଂପର୍କରେ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ବନ୍ଦ ହୋଇଥିବା ସ୍କୁଲ ସଂପର୍କରେ ତର୍ଜମା ହେବ। ଏନେଇ ରିପୋର୍ଟ ମଗାଇବାକୁ ସଚିବଙ୍କୁ କୁହାଯାଇଛି। ଯେଉଁଠି ପିଲା ଅଛନ୍ତି ବା ସ୍କୁଲ ଦୂର ହେଉଛି, ସେ ସଂପର୍କରେ ବିଚାର କରାଯିବ। ଯେଉଁଠି ଆବଶ୍ୟକ ପଡ଼ିବ, ସେଠି ବନ୍ଦ ଥିବା ସ୍କୁଲ ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି।
The post କେବେ ମିଳିବ ବର୍ଦ୍ଧିତ ଭତ୍ତା, ମନ୍ତ୍ରୀ ଦେଲେ ବଡ଼ ସୂଚନା appeared first on Dharitri Odia News.