କେମିକାଲ ଆଳୁ ଖାଉଥିଲେ ସାବଧାନ, ହୋଇପାରେ ସ୍ବାସ୍ଥ୍ୟହାନୀ

ନୂଆଦିଲ୍ଲୀ,୧୯।୧୧: ବର୍ତ୍ତମାନ ସୁଦ୍ଧା ଆପଣ ଅମଳ ବୃଦ୍ଧି, ପନିପରିବା ସତେଜ ରଖିବା, ଲାଉ, କଖାରୁ ଆଦି ଶୀଘ୍ର ବଢିବା ଏବଂ ଫଳ ପାଚିବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରିବା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ ଆପଣ ରାସାୟନିକ ପଦାର୍ଥ ମାଧ୍ୟମରେ ପୁରୁଣା ଆଳୁକୁ ନୂଆ କରିବା ବିଷୟରେ ଶୁଣିଛନ୍ତି କି, ଯଦି ତାହା ନୁହେଁ ତେବେ ଅଧିକ ଲାଭର ଲୋଭରେ ବ୍ୟବସାୟୀମାନେ ଆଳୁ ବଦଳରେ ବିଷ ଦେଉଛନ୍ତି। ବଜାରରେ ବିକ୍ରି ହେଉଥିବା ସମସ୍ତ ନୂତନ […] The post କେମିକାଲ ଆଳୁ ଖାଉଥିଲେ ସାବଧାନ, ହୋଇପାରେ ସ୍ବାସ୍ଥ୍ୟହାନୀ appeared first on Dharitri Odia News.

କେମିକାଲ ଆଳୁ ଖାଉଥିଲେ ସାବଧାନ, ହୋଇପାରେ ସ୍ବାସ୍ଥ୍ୟହାନୀ

ନୂଆଦିଲ୍ଲୀ,୧୯।୧୧: ବର୍ତ୍ତମାନ ସୁଦ୍ଧା ଆପଣ ଅମଳ ବୃଦ୍ଧି, ପନିପରିବା ସତେଜ ରଖିବା, ଲାଉ, କଖାରୁ ଆଦି ଶୀଘ୍ର ବଢିବା ଏବଂ ଫଳ ପାଚିବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରିବା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ ଆପଣ ରାସାୟନିକ ପଦାର୍ଥ ମାଧ୍ୟମରେ ପୁରୁଣା ଆଳୁକୁ ନୂଆ କରିବା ବିଷୟରେ ଶୁଣିଛନ୍ତି କି, ଯଦି ତାହା ନୁହେଁ ତେବେ ଅଧିକ ଲାଭର ଲୋଭରେ ବ୍ୟବସାୟୀମାନେ ଆଳୁ ବଦଳରେ ବିଷ ଦେଉଛନ୍ତି। ବଜାରରେ ବିକ୍ରି ହେଉଥିବା ସମସ୍ତ ନୂତନ ଆଳୁ ମଧ୍ୟରୁ ୮୦ ପ୍ରତିଶତ ହେଉଛି ରାସାୟନିକ ପଦାର୍ଥ ସହିତ ପୁରୁଣା ଆଳୁ ପ୍ରସ୍ତୁତ କରି ନୂଆ ଭଳି ପ୍ରସ୍ତୁତ କରାଯାଇଛି।

ଚାଷୀଙ୍କ କହିବା କଥା ହେଲା ଆଳୁ ଅମଳ ପାଇଁ ଆହୁରି ମାସେ ଦେଢମାସ ସମୟ ଥିବା ବେଳେ ଏବେ ବଜାରରେ କିଛି ପରିମାଣରେ ନୂଆ ଆଳୁ ମିଳିଲାଣି। ତେବେ କୁହାଯାଉଛି କି ଏହା ନୂଆ ଆଳୁ ନୁହେଁ ବରଂ ପୁରୁଣାକୁ ନୂଆ କରି ବିକ୍ରି କରାଯାଉଛି। ଲାଭ ଖୋର ବ୍ୟବସାୟୀମାନେ ପୁରୁଣା ଆଳୁକୁ ରାତିରେ ୧୪-୧୫ ଘଣ୍ଟା ଆମୋନିଆ ପାଣିରେ ଭିଜାଇ ରଖିବା ପରେ ଏହାର ପତଳା ଅଂଶ ଛାଡିଯାଏ ଏବଂ ଏହା ନୂଆ ଆଳୁ ପରି ଦେଖାଯାଏ। ଯାହାକୁ ବ୍ୟବସାୟୀମାନେ ଚଢା ଦରରେ ବିକ୍ରି କରନ୍ତି। ତେବେ ଏହି କେମିକାଲ ଆଳୁ ଖାଇବା ଦ୍ୱାରା ଶରୀରରେ ଏହାର ଅନେକ କୁପ୍ରଭାବ ପଡିକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେମାନଙ୍କ ମତରେ ଏହି ଆମୋନିଆ ପାଣିରେ ପଡିଥିବା ଆଳୁ ଖାଇଲେ ବ୍ରେନ ଉପରେ ଏହାର ପ୍ରଭାବ ପଡେ, ଲିଭର ଅକାମୀ ହୋଇଯାଇଥାଏ, ଛୋଟ ପିଲାମାନଙ୍କର କିଡନୀ ବି ଫେଲ ହେବାର ସମ୍ଭାବନା ଥାଏ। ଏହା ଅତ୍ୟଧିକ ପରିମାଣ ହେଲେ ଜୀବନ ମଧ୍ୟ ଯାଇପାରେ। ଶରୀରରେ ଆମୋନିଆ ତିଆରି ହେଉଥିଲେ ବି ଏହାର ପରିମାଣ ଅଧିକ ହେଲେ କୁପ୍ରଭାବ ପରିଲକ୍ଷିତ ହୋଇଥାଏ।

The post କେମିକାଲ ଆଳୁ ଖାଉଥିଲେ ସାବଧାନ, ହୋଇପାରେ ସ୍ବାସ୍ଥ୍ୟହାନୀ appeared first on Dharitri Odia News.