୩୫ ନଂ ଜୋନ୍ରେ ନିର୍ବାଚନୀ ପ୍ରଚାର ଜୋର୍ଦାର
ହାଟଡିହୀ,୧୩ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ନିର୍ବାଚନୀ ପ୍ରଚାରକୁ ଜୋର୍ଦାର ଚାଲିଛି। ସୋମବାର ହାଟଡିହୀ ବ୍ଲକର ୩୫ନଂ ଜୋନ୍ରେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ପ୍ରଚାର କରିଛନ୍ତ। ଜୋନ୍ ଅଧୀନ ହାଟଡିହୀ,ପନ୍ଦାଡୋ,ମରୈଗାଁ, ଜମ୍ଭୀରା, ଶଢ଼ା, ଢେଙ୍କା, ଶାସଙ୍ଗ ଆଦି ୭ଟି ପଞ୍ଚାୟତରେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ହଜାର ହଜାର ସଂଖ୍ୟାର ଏକ ବାଇକ୍ ରାଲି କରି ସମର୍ଥକଙ୍କ ଗହଣରେ ପ୍ରଚାରକୁ ଜୋର୍ଦାର କରିଛନ୍ତି। ଅଭିମନ୍ୟୁ ପ୍ରଥମେ ଛେନାପଦୀ ଛକରେ ଥିବା ମା’ […] The post ୩୫ ନଂ ଜୋନ୍ରେ ନିର୍ବାଚନୀ ପ୍ରଚାର ଜୋର୍ଦାର appeared first on Dharitri Odia News.
ହାଟଡିହୀ,୧୩ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ନିର୍ବାଚନୀ ପ୍ରଚାରକୁ ଜୋର୍ଦାର ଚାଲିଛି। ସୋମବାର ହାଟଡିହୀ ବ୍ଲକର ୩୫ନଂ ଜୋନ୍ରେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ପ୍ରଚାର କରିଛନ୍ତ। ଜୋନ୍ ଅଧୀନ ହାଟଡିହୀ,ପନ୍ଦାଡୋ,ମରୈଗାଁ, ଜମ୍ଭୀରା, ଶଢ଼ା, ଢେଙ୍କା, ଶାସଙ୍ଗ ଆଦି ୭ଟି ପଞ୍ଚାୟତରେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ହଜାର ହଜାର ସଂଖ୍ୟାର ଏକ ବାଇକ୍ ରାଲି କରି ସମର୍ଥକଙ୍କ ଗହଣରେ ପ୍ରଚାରକୁ ଜୋର୍ଦାର କରିଛନ୍ତି। ଅଭିମନ୍ୟୁ ପ୍ରଥମେ ଛେନାପଦୀ ଛକରେ ଥିବା ମା’ ବିଶ୍ୱ ତାରିଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିସାରି ପ୍ରଚାର ଆରମ୍ଭ କରିଥିଲେ। ରବୀନ୍ଦ୍ର ନାୟକ, ବୈଦ୍ୟନାଥ ସାମଲ, ବିମ୍ବାଧର ବିଶ୍ୱାଳ, ମଧୁସ୍ମିତା ସ୍ବାଇଁ, ଧବଳେଶ୍ୱର ପଟ୍ଟନାୟକ, ଅମୀୟ ପହୀ, ଗଣେଶ ସ୍ବାଇଁ, ସୁକାନ୍ତି ଜେନା, ନକୁଳ ଜେନା,ଉମାକାନ୍ତ ସ୍ବାଇଁ, ସନ୍ତୋଷ ଜେନା, ରାକେଶ ଜେନା, ସଞ୍ଜୟ ଜେନା, ଜୟନ୍ତୀ ସାମଲ,ଗଣେଶ ସ୍ବାଇଁ, ବିକ୍ରମ ବିଶ୍ୱାଳ, ଟୁନା ତିଆଡ଼ି, ଦୁଃଶାସନ ସାହୁ, ଅନିଲ ବେହେରା, ନଟବର ସା, ପ୍ରଭାତ ରାଉତ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି କର୍ମୀ ପ୍ରଚାରରେ ସାମିଲ ହୋଇଥିଲେ l ତେବେ ଏପରି ବିଶାଳ ବାଇକ୍ ରାଲି ବିରୋଧୀଙ୍କୁ ଚିନ୍ତାରେ ପକାଇଥିବା ଆଲୋଚନା ହେଉଛି।
The post ୩୫ ନଂ ଜୋନ୍ରେ ନିର୍ବାଚନୀ ପ୍ରଚାର ଜୋର୍ଦାର appeared first on Dharitri Odia News.