ରେକର୍ଡସ୍ତରରେ ସୁନା ଦର: ଏବେ ୧୦ ଗ୍ରାମକୁ ଗଣିବେ…

ଭୁବନେଶ୍ୱର,୧୬।୪: ପୁଣି ବଢ଼ିଲା ସୁନା ଦର। ପ୍ରଥମ ଥର ପାଇଁ ସୁନା ସର୍ବକାଳୀନ ନୂଆ ରେକର୍ଡ ସହ ୭୪ ହଜାର ଟଙ୍କା ପାର କରିଛି। ୨୪ କ୍ୟାରେଟ୍‌ ସୁନା ୭୪ ହଜାରରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ପ୍ରାୟ ୬୮ ହଜାର ଟଙ୍କାରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ୨୪ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୮୦ ଟଙ୍କା ମହଙ୍ଗା ହୋଇ ୭୪ ହଜାର ୧୩୦ ଟଙ୍କା […] The post ରେକର୍ଡସ୍ତରରେ ସୁନା ଦର: ଏବେ ୧୦ ଗ୍ରାମକୁ ଗଣିବେ… appeared first on Dharitri Odia News.

ରେକର୍ଡସ୍ତରରେ ସୁନା ଦର: ଏବେ ୧୦ ଗ୍ରାମକୁ ଗଣିବେ…

ଭୁବନେଶ୍ୱର,୧୬।୪: ପୁଣି ବଢ଼ିଲା ସୁନା ଦର। ପ୍ରଥମ ଥର ପାଇଁ ସୁନା ସର୍ବକାଳୀନ ନୂଆ ରେକର୍ଡ ସହ ୭୪ ହଜାର ଟଙ୍କା ପାର କରିଛି। ୨୪ କ୍ୟାରେଟ୍‌ ସୁନା ୭୪ ହଜାରରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ପ୍ରାୟ ୬୮ ହଜାର ଟଙ୍କାରେ ପହଞ୍ଚିଛି।

ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ୨୪ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୮୦ ଟଙ୍କା ମହଙ୍ଗା ହୋଇ ୭୪ ହଜାର ୧୩୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୦୦ ଟଙ୍କା ବୃଦ୍ଧି ଘଟି ୬୭ ହଜାର ୯୫୦ ଟଙ୍କା ହୋଇଛି।

ସୋମବାର ଭୁବନେଶ୍ୱରରେ ସୁନା ଦର ପ୍ରତି ୧୦ ଗ୍ରାମ ପିଛା(୨୪ କ୍ୟାରେଟ୍‌) ୭୩ ହଜାର ୧୫୦ ଟଙ୍କା ଥିଲା। ଆଜି ଏହା ୯୮୦ ଟଙ୍କା ଅଧିକ ବୃଦ୍ଧି ହୋଇଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମକୁ ୬୭,୦୫୦ ଟଙ୍କା ରହିଥିଲା। ଏହା ମଧ୍ୟ ୯୦୦ ଟଙ୍କା ବୃଦ୍ଧି ପାଇଛି।

ଅପରପକ୍ଷେ ଆଜି ରୁପା ଦର କିଲୋଗ୍ରାମ ପିଛା ୧ ହଜାର ଟଙ୍କା ମହଙ୍ଗା ହୋଇ ୯୦ ହଜାର ୫୦୦ ଟଙ୍କାରେ ପହଞ୍ଚିଛି।

The post ରେକର୍ଡସ୍ତରରେ ସୁନା ଦର: ଏବେ ୧୦ ଗ୍ରାମକୁ ଗଣିବେ… appeared first on Dharitri Odia News.