ବଢୁଛି ଡଲି ଚାଏଓ୍ବାଲାଙ୍କ କ୍ରେଜ୍‌: ଗୋଟିଏ କାର୍ଯ୍ୟକ୍ରମ ପାଇଁ ମାଗୁଛନ୍ତି ଏତିକି ଲକ୍ଷ ଟଙ୍କା

ନାଗପୁର,୪।୯:ହାଇଦ୍ରାବାଦରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଚା’ ପରିବେଷଣ କରିବା ପରେ ନାଗପୁରର ଡଲି ଚାଏୱାଲା ରାତାରାତି ସୋସିଆଲ ମିଡିଆ ଷ୍ଟାର୍‌ ପାଲଟିଯାଇଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୪.୨ ମିଲିୟନ୍‌ ଫଲୋଅର୍ସ ଅଛନ୍ତି। ଡାଲି ଚାଏୱାଲା ଏତେ ପ୍ରସିଦ୍ଧ ହୋଇଗଲେ ଯେ, ଲୋକମାନେ ତାଙ୍କୁ କାର୍ଯ୍ୟକ୍ରମରେ ତାଙ୍କୁ ନିମନ୍ତ୍ରଣ କରିବା ଆରମ୍ଭ କଲେ। ତାଙ୍କର ଅଦ୍ଭୁତ ଆଚରଣ ଏବଂ ଚା ତିଆରି କରିବାର ଉପାୟ ତାଙ୍କୁ ବେଶ ଲୋକପ୍ରିୟ କରିଥିଲା। ପ୍ରସିଦ୍ଧ ହେବା ପରେ ଯଦି କେହି ତାଙ୍କୁ […] The post ବଢୁଛି ଡଲି ଚାଏଓ୍ବାଲାଙ୍କ କ୍ରେଜ୍‌: ଗୋଟିଏ କାର୍ଯ୍ୟକ୍ରମ ପାଇଁ ମାଗୁଛନ୍ତି ଏତିକି ଲକ୍ଷ ଟଙ୍କା appeared first on Dharitri Odia News.

ବଢୁଛି ଡଲି ଚାଏଓ୍ବାଲାଙ୍କ କ୍ରେଜ୍‌: ଗୋଟିଏ କାର୍ଯ୍ୟକ୍ରମ ପାଇଁ ମାଗୁଛନ୍ତି ଏତିକି ଲକ୍ଷ ଟଙ୍କା

ନାଗପୁର,୪।୯:ହାଇଦ୍ରାବାଦରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଚା’ ପରିବେଷଣ କରିବା ପରେ ନାଗପୁରର ଡଲି ଚାଏୱାଲା ରାତାରାତି ସୋସିଆଲ ମିଡିଆ ଷ୍ଟାର୍‌ ପାଲଟିଯାଇଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୪.୨ ମିଲିୟନ୍‌ ଫଲୋଅର୍ସ ଅଛନ୍ତି। ଡାଲି ଚାଏୱାଲା ଏତେ ପ୍ରସିଦ୍ଧ ହୋଇଗଲେ ଯେ, ଲୋକମାନେ ତାଙ୍କୁ କାର୍ଯ୍ୟକ୍ରମରେ ତାଙ୍କୁ ନିମନ୍ତ୍ରଣ କରିବା ଆରମ୍ଭ କଲେ। ତାଙ୍କର ଅଦ୍ଭୁତ ଆଚରଣ ଏବଂ ଚା ତିଆରି କରିବାର ଉପାୟ ତାଙ୍କୁ ବେଶ ଲୋକପ୍ରିୟ କରିଥିଲା।
ପ୍ରସିଦ୍ଧ ହେବା ପରେ ଯଦି କେହି ତାଙ୍କୁ ଡାକନ୍ତି, ତେବେ ତାଙ୍କୁ ଏଥିପାଇଁ ଭାରି ମୂଲ୍ୟ ଦେବାକୁ ପଡେ। କୁଏତ୍‌ର ଜଣେ ଫୁଡ୍‌ ବ୍ଲଗର୍‌ ତାଙ୍କୁ ଏକ ଇଭେଣ୍ଟକୁ ନିମନ୍ତ୍ରଣ କରିବା ପରେ ନିକଟରେ ଏହା ପ୍ରକାଶ କରିଥିଲେ। ଏକେ ଫୁଡ ବ୍ଲଗର ନିକଟରେ ଇନଷ୍ଟାଗ୍ରାମରେ ନିଜର ଅଭିଜ୍ଞତା ବାଣ୍ଟିଛି । ଇନଷ୍ଟା ପୋଷ୍ଟରେ, ବ୍ଲଗର୍‌ କୁଏତରେ ଏକ ଶୋ’ ପାଇଁ ପ୍ରସିଦ୍ଧ ଚା’ ବିକ୍ରେତା ଡଲି ଚାଏୱାଲାଙ୍କୁ ଆମନ୍ତ୍ରଣ କରିବା ସହିତ ଜଡିତ ଖର୍ଚ୍ଚ ବିଷୟରେ ପ୍ରକାଶ କରିଥିଲେ।
ବ୍ଲଗର୍‌ କହିଛନ୍ତି ଯେ, ସେ ଡଲି ଚାୱାଲାଙ୍କୁ କୁଏତକୁ ନିମନ୍ତ୍ରଣ କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କର ଦାବି ବହୁତ ଅଧିକ ଥିଲା। ଏହା ପରେ ମୁଁ ମୋର ସମ୍ପୂର୍ଣ୍ଣ ଅସ୍ତିତ୍ୱ ଉପରେ ପ୍ରଶ୍ନ କରିବା ଆରମ୍ଭ କଲ। ଡଲି ଚାଏୱାଲା ଗୋଟି ଏ କାର୍ଯ୍ୟକ୍ରମ ପାଇଁ ୫ ଲକ୍ଷ ଟଙ୍କା ଦାବି କରିଛନ୍ତି। ଏହା ବ୍ୟତୀତ ୪ କିମ୍ବା ୫ ତାରକା ହୋଟେଲ ବୁକିଂ। ସେ ନିଜେ ନୁହଁନ୍ତି ବରଂ ତାଙ୍କ ମ୍ୟାନେଜର ଏକଥା ଜଣାଇଥିଲେ।

 

View this post on Instagram

 

A post shared by Taiyab Fakhruddhn (@brewwithabdu)

The post ବଢୁଛି ଡଲି ଚାଏଓ୍ବାଲାଙ୍କ କ୍ରେଜ୍‌: ଗୋଟିଏ କାର୍ଯ୍ୟକ୍ରମ ପାଇଁ ମାଗୁଛନ୍ତି ଏତିକି ଲକ୍ଷ ଟଙ୍କା appeared first on Dharitri Odia News.