କେମିକାଲ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ
ଭୋପାଳ,୧।୩: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଗୋବିନ୍ଦପୁରୀ ଅଞ୍ଚଳର ଜେ.କେ ରୋଡ୍ରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଜୋର ଥିଲା ଯେ, ଝାସ ୨୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଉପରକୁ ଉଠୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀର ୧୦ରୁ ୧୨ଟି ଗାଡ଼ି ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ। […] The post କେମିକାଲ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ appeared first on Dharitri Odia News.
ଭୋପାଳ,୧।୩: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଗୋବିନ୍ଦପୁରୀ ଅଞ୍ଚଳର ଜେ.କେ ରୋଡ୍ରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।
ନିଆଁ ଏତେ ଜୋର ଥିଲା ଯେ, ଝାସ ୨୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଉପରକୁ ଉଠୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀର ୧୦ରୁ ୧୨ଟି ଗାଡ଼ି ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ।
ସତର୍କତାମୂଳକ ପଦକ୍ଷେପ ଭାବେ କେମିକାଲ ଫ୍ୟାକ୍ଟ୍ରିର ନିକଟସ୍ଥ ଦୋକାନଗୁଡ଼ିକୁ ପୋଲିସ ବନ୍ଦ କରିଦେଇଛି। ଶଟସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି। ହେଲେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାପହିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି।
The post କେମିକାଲ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ appeared first on Dharitri Odia News.