କେହି ସମ୍ପର୍କୀୟ ଆସିଲେନି, ବୃଦ୍ଧାଙ୍କ ମୃତଦେହ ସତ୍କାର କଲେ ସମାଜସେବୀ
କର୍ଲାମୁଣ୍ଡା,୯ା୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗେଡ଼ା ପଞ୍ଚାୟତସ୍ଥିତ ଭୋଇପଡ଼ାଠାରେ ଶନିବାର ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ବୃଦ୍ଧା ଯଶୋଦା ଭୋଇ(୮୫)ଙ୍କର ବିୟୋଗ ଘଟିବାର ଦୀର୍ଘ ସମୟ ପର୍ଯ୍ୟନ୍ତ ମୃତଦେହଟି ଘରେ ପଡ଼ିରହିଥିଲା। କେହି ସମ୍ପର୍କୀୟ ଆସି ନ ଥିଲେ। ସୂଚନା ପାଇ କର୍ଲାମୁଣ୍ଡା ତହସିଲଦାର ଅରୁଣ ବର୍ଗେ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ ମିଶ୍ର, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବୀର ବରିହା ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବଜରଙ୍ଗ ଦଳ […] The post କେହି ସମ୍ପର୍କୀୟ ଆସିଲେନି, ବୃଦ୍ଧାଙ୍କ ମୃତଦେହ ସତ୍କାର କଲେ ସମାଜସେବୀ appeared first on Dharitri Odia News.
କର୍ଲାମୁଣ୍ଡା,୯ା୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗେଡ଼ା ପଞ୍ଚାୟତସ୍ଥିତ ଭୋଇପଡ଼ାଠାରେ ଶନିବାର ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ବୃଦ୍ଧା ଯଶୋଦା ଭୋଇ(୮୫)ଙ୍କର ବିୟୋଗ ଘଟିବାର ଦୀର୍ଘ ସମୟ ପର୍ଯ୍ୟନ୍ତ ମୃତଦେହଟି ଘରେ ପଡ଼ିରହିଥିଲା। କେହି ସମ୍ପର୍କୀୟ ଆସି ନ ଥିଲେ।
ସୂଚନା ପାଇ କର୍ଲାମୁଣ୍ଡା ତହସିଲଦାର ଅରୁଣ ବର୍ଗେ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ ମିଶ୍ର, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବୀର ବରିହା ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବଜରଙ୍ଗ ଦଳ ମାନସ ସେବା ସଂଘର କର୍ମକର୍ତ୍ତା ଓ ସ୍ଥାନୀୟ ସମାଜସେବୀ ପହଞ୍ଚି ମହାନତା ଦେଖାଇ ମୃତଦେହ ସତ୍କାର କରିଥିଲେ। ଏଥିରେ ସ୍ଥାନୀୟ ସମାଜସେବୀ କୈଳାସ ପରିଡ଼ା, ସରୋଜ ସାହୁ,ଅମର ସାହୁ, ଗୁରୁଦେବ ସାହୁ ପ୍ରମୁଖ ମୃତଦେହକୁ ନିକଟରେ ଥିବା ଉତେଇ ନଦୀରେକୂଳରେ ଦାହ କରିଥିଲେ।
The post କେହି ସମ୍ପର୍କୀୟ ଆସିଲେନି, ବୃଦ୍ଧାଙ୍କ ମୃତଦେହ ସତ୍କାର କଲେ ସମାଜସେବୀ appeared first on Dharitri Odia News.