କେମିତି ହେବ ଏଥର ବଜେଟ୍: ମୁଖ୍ୟମନ୍ତ୍ରୀ କଲେ ନିଜେ ଖୁଲାସା
ଭୁବନେଶ୍ୱର,୧୯।୬: ରାଜ୍ୟରେ ଶାସନକୁ ଆସିବା ପୂର୍ବରୁ ଭାଜପା ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଶପଥ ପାଠ ସରିବାର ଅଳ୍ପ ସମୟ ମଧ୍ୟରେ କେତେକ ପ୍ରମୁଖ ପ୍ରତିଶ୍ରୁତିକୁ ରାଜ୍ୟ କ୍ୟାବିନେଟ୍ରେ ମୋହର ଲାଗିଛି। ନିର୍ବାଚନ ପୂର୍ବରୁ ଲୋକଙ୍କ କଥା ଏବଂ ଦାବିକୁ ନେଇ ଭାଜପା ସଂକଳ୍ପ ପତ୍ର ପ୍ରସ୍ତୁତ କରିଥିଲା। ଅନୁରୂପ ଭାବେ ରାଜ୍ୟବାସୀଙ୍କ ପ୍ରସ୍ତାବକୁ ନେଇ ଆଗାମୀ ବଜେଟ ପ୍ରସ୍ତୁତ ହେବ। ଏଥିପାଇଁ ସର୍ବସାଧାରଣଙ୍କ ସକାଶେ […] The post କେମିତି ହେବ ଏଥର ବଜେଟ୍: ମୁଖ୍ୟମନ୍ତ୍ରୀ କଲେ ନିଜେ ଖୁଲାସା appeared first on Dharitri Odia News.
ଭୁବନେଶ୍ୱର,୧୯।୬: ରାଜ୍ୟରେ ଶାସନକୁ ଆସିବା ପୂର୍ବରୁ ଭାଜପା ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଶପଥ ପାଠ ସରିବାର ଅଳ୍ପ ସମୟ ମଧ୍ୟରେ କେତେକ ପ୍ରମୁଖ ପ୍ରତିଶ୍ରୁତିକୁ ରାଜ୍ୟ କ୍ୟାବିନେଟ୍ରେ ମୋହର ଲାଗିଛି। ନିର୍ବାଚନ ପୂର୍ବରୁ ଲୋକଙ୍କ କଥା ଏବଂ ଦାବିକୁ ନେଇ ଭାଜପା ସଂକଳ୍ପ ପତ୍ର ପ୍ରସ୍ତୁତ କରିଥିଲା। ଅନୁରୂପ ଭାବେ ରାଜ୍ୟବାସୀଙ୍କ ପ୍ରସ୍ତାବକୁ ନେଇ ଆଗାମୀ ବଜେଟ ପ୍ରସ୍ତୁତ ହେବ। ଏଥିପାଇଁ ସର୍ବସାଧାରଣଙ୍କ ସକାଶେ ଏକ ୱେବସାଇଟ୍ ଖୋଲାଯିବ। ଲୋକେ ସେଥିରେ ସେମାନଙ୍କ ପ୍ରସ୍ତାବ ଦେବେ ଏବଂ ତାକୁ ନେଇ ଆଗାମୀ ବଜେଟ୍ ପ୍ରସ୍ତୁତ ହେବ। ଆଗାମୀ ୫୦ବର୍ଷକୁ ଲକ୍ଷ୍ୟ ରଖି ଏହି ୫ବର୍ଷ ଭିତରେ ରାଜ୍ୟରେ କାମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
The post କେମିତି ହେବ ଏଥର ବଜେଟ୍: ମୁଖ୍ୟମନ୍ତ୍ରୀ କଲେ ନିଜେ ଖୁଲାସା appeared first on Dharitri Odia News.