କେରଳରୁ ବନ୍ଧା ହେଲେ ଅଭିଯୁକ୍ତ, ବର୍ଷେ ତଳେ ପତ୍ନୀଙ୍କୁ ହାଣି ଫେରାର ହୋଇଥିଲେ

ବର୍ଷେ ତଳେ ବ୍ରହ୍ମପୁର ସହରରେ ଅତି ନିର୍ମମ ଭାବେ ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହାପରେ ଫେରାର ହୋଇ ଯାଇଥିଲେ ଅଭିଯୁକ୍ତ। ମାତ୍ର ବର୍ଷେ ପରେ ପୁଲିସ୍‌ ଜାଲରେ ପଡ଼ିଛନ୍ତି ଅଭିଯୁକ୍ତ।

କେରଳରୁ ବନ୍ଧା ହେଲେ ଅଭିଯୁକ୍ତ, ବର୍ଷେ ତଳେ ପତ୍ନୀଙ୍କୁ ହାଣି ଫେରାର ହୋଇଥିଲେ

ବର୍ଷେ ତଳେ ବ୍ରହ୍ମପୁର ସହରରେ ଅତି ନିର୍ମମ ଭାବେ ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହାପରେ ଫେରାର ହୋଇ ଯାଇଥିଲେ ଅଭିଯୁକ୍ତ। ମାତ୍ର ବର୍ଷେ ପରେ ପୁଲିସ୍‌ ଜାଲରେ ପଡ଼ିଛନ୍ତି ଅଭିଯୁକ୍ତ। କେରଳରୁ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରହ୍ମପୁରକୁ ଆଣିଛି ପୁଲିସ୍‌। ଗିରଫ ଅଭିଯୁକ୍ତଜଣକ ହେଉଛନ୍ତି ସମି ଦମନ ।

ସେ କେରଳରେ ଗଞ୍ଜେଇ ବେପାର କରୁଥିବା ବେଳେ ଗିରଫ ହୋଇ ଜେଲ୍‌ରେ ଥିଲେ। ସୂଚନା ପାଇ ବ୍ରହ୍ମପୁର ପୁଲିସ୍‌ ତାଙ୍କୁ ସେଠାରୁ ଆଣି ବ୍ରହ୍ମପୁରରେ କୋର୍ଟ ହାଜର କରିଛି। ମଙ୍ଗଳବାର ଠାରୁ ଦୁଇଦିନିଆ ରିମାଣ୍ଡରେ ଆଣି ଅଭିଯୁକ୍ତକୁ ଜେରା କରିବ ପୁଲିସ। ଏହାପରେ ଘଟଣାର ରହସ୍ୟ ଉପରୁ ପରଦା ହଟିବ ।

ସମି ଦମନ ମୂଳତଃ କେରଳ ବାସିନ୍ଦା ବୋଲି ଜଣାଯାଇଛି। ସେ ଜଣେ ଗଞ୍ଜେଇ ବେପାରୀ ହୋଇଥିବା ବେଳେ ପୂର୍ବରୁ ବହୁ ଥର ଗିରଫ ହୋଇ ସାରିଛନ୍ତି।

ଗତ ବର୍ଷ ବିଶାଖାପାଟଣାର ଆର୍ ଭୀ ନଗର ଗ୍ରାମର କେ କ୍ରିଷ୍ଣା ଭେଣି ନାମ୍ନୀ ଯୁବତୀଙ୍କୁ ସେ ବିବାହ କରିଥିଲେ। ଏହାପରେ ପତ୍ନୀଙ୍କ ସହ ନଭେମ୍ବର ମାସରେ ବ୍ରହ୍ମପୁର ବୁଲି ଆସିଥିଲେ। ଗୋଇଲୁଣ୍ଡିସ୍ଥିତ ଏକ ଲଜ୍‌ରେ ସମି ଦମନ ପତ୍ନୀଙ୍କ ସହ ରହୁଥିବା ବେଳେ ସେଠାରେ ସେ ତାଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିଲେ। ହୋଟେଲ ରୁମ୍‌ରୁ ଦୁର୍ଗନ୍ଧ ବାହାରିବାରୁ କର୍ମଚାରୀ ଏନେଇ ପୁଲିସ୍‌କୁ ସୂଚନା ଦେଇଥିଲେ।

ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଅପରାଧ ଘଟାଇବା ପରେ କେରଳକୁ ଫେରାର ହୋଇ ଯାଇଥିଲେ।