ମିଆଁମାରରେ ଭୟଙ୍କର ଭୂମିକମ୍ପ; ମୃତ୍ୟୁ ସଂଖ୍ୟା ୧୭୦୦ ଟପିଲା
ମିଆଁମାର: ମିଆଁମାରରେ ୭.୭ ତୀବ୍ରତାର ଏକ ଭୟଙ୍କର ଭୂମିକମ୍ପ ପରେ ମୃତ୍ୟୁ ସଂଖ୍ୟା ୧୭୦୦କୁ ବୃଦ୍ଧି ପାଇଛି। ଯାହା ସାରା ଦେଶରେ ବ୍ୟାପକ ଧ୍ୱଂସଲୀଳା ସୃଷ୍ଟି କରିଛି। ବ୍ୟାଙ୍କକ ଏବଂ ଚୀନ୍ ପ୍ରଦେଶ ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା ଏହି ଭୂମିକମ୍ପରେ ଅନେକ ଲୋକ ଆହତ ହୋଇଛନ୍ତି କିମ୍ବା ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଦେଶର ସାମରିକ ସରକାରଙ୍କ ଅନୁଯାୟୀ, ଅତି କମରେ ୧୭୦୦ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ପ୍ରାୟ ୩,୪୦୦ ଲୋକ ଆହତ ହୋଇଛନ୍ତି। ପ୍ରାୟ […] The post ମିଆଁମାରରେ ଭୟଙ୍କର ଭୂମିକମ୍ପ; ମୃତ୍ୟୁ ସଂଖ୍ୟା ୧୭୦୦ ଟପିଲା appeared first on Odisha.News.
ମିଆଁମାର: ମିଆଁମାରରେ ୭.୭ ତୀବ୍ରତାର ଏକ ଭୟଙ୍କର ଭୂମିକମ୍ପ ପରେ ମୃତ୍ୟୁ ସଂଖ୍ୟା ୧୭୦୦କୁ ବୃଦ୍ଧି ପାଇଛି। ଯାହା ସାରା ଦେଶରେ ବ୍ୟାପକ ଧ୍ୱଂସଲୀଳା ସୃଷ୍ଟି କରିଛି। ବ୍ୟାଙ୍କକ ଏବଂ ଚୀନ୍ ପ୍ରଦେଶ ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା ଏହି ଭୂମିକମ୍ପରେ ଅନେକ ଲୋକ ଆହତ ହୋଇଛନ୍ତି କିମ୍ବା ଭଗ୍ନାବଶେଷ ତଳେ ଫସି ରହିଛନ୍ତି।
ଦେଶର ସାମରିକ ସରକାରଙ୍କ ଅନୁଯାୟୀ, ଅତି କମରେ ୧୭୦୦ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ପ୍ରାୟ ୩,୪୦୦ ଲୋକ ଆହତ ହୋଇଛନ୍ତି। ପ୍ରାୟ ୩୦୦ ଜଣ ନିଖୋଜ ଅଛନ୍ତି। ଅପରପକ୍ଷରେ ଏହି ସଂଖ୍ଯା ୧୦ ହଜାର ଛୁଇଁବ ବୋଲି ଆକଳନ କରାଯାଉଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଥରି ଉଠିଥିଲା ପୂରା ଦେଶ। ଏହାର ପ୍ରଭାବ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଦେଖିବାକୁ ମିଳିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ମିଆଁମାରରେ ଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ମାପ କରାଯାଇଥିଲା।
ସେହିପରି ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଏବଂ ଜର୍ମାନୀର GFZ ଭୂତତ୍ତ୍ୱ କେନ୍ଦ୍ର କହିଛି ଯେ ଭୂମିକମ୍ପଟି ମଧ୍ୟାହ୍ନ ସମୟରେ ୨୦ କିଲୋମିଟର (୬.୨ମାଇଲ) ଗଭୀରତାରେ ଆସିଥିଲା, ଯାହାର କେନ୍ଦ୍ରସ୍ଥଳ ପଡ଼ୋଶୀ ମିଆଁମାରରେ ଥିଲା। ମିଆଁମାରରେ ଭୂମିକମ୍ପର ପ୍ରଭାବ ସମ୍ପର୍କରେ ତୁରନ୍ତ କୌଣସି ଖବର ମିଳିନାହିଁ।
ବର୍ତ୍ତମାନ ମ୍ୟାଁମାରରେ ଦିନର ତାପମାତ୍ରା ୪୨ ଡିଗ୍ରୀ ସେଲ୍ସିୟସ ରହୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଭୂମିକମ୍ପ କବଳରୁ ବର୍ତ୍ତିଯାଇଥିବା ଲୋକଙ୍କର ବାସଗୃହ ନଷ୍ଟ ହୋଇଥିବାରୁ ସେମାନେ ରାସ୍ତାରେ ରାତି କଟାଉଥିବା ଜଣାପଡିଛି। ଭାରତ ସମେତ କତିପୟ ବିଦେଶୀ ରାଷ୍ଟ୍ରରୁ ରିଲିଫ୍ ସାମଗ୍ରୀ ପହଞ୍ଚିଥିଲେ ସୁଦ୍ଧା ଡାକ୍ତରଖାନା ରେ ଆହତଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇବା କଷ୍ଟକର ହୋଇପଡୁଛି।ଏଥିରେ ଜରୁରୀ ଔଷଧ, ତମ୍ବୁ, ଶୁଖିଲା ଖାଦ୍ୟ ପୁଡିଆ, ଜେନେରେଟର, ୱାଟର ପ୍ୟୁରିଫାଏର , ସ୍ଲିପିଙ୍ଗ୍ ବ୍ୟାଗ୍ ଇତ୍ୟାଦି ସାମିଲ ରହିଛି। ଭାରତରୁ ଯାଇଥିବା ୮୦ ଜଣିଆ ଏନଡିଆରଏଫ୍ ଟିମ୍ ଇତିମଧ୍ୟରେ ମାଣ୍ଡାଲେଠାରେ ୬୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସା ଶିବିର ସ୍ଥାପନ କରିଛନ୍ତି। ଚୀନ୍ ମଧ୍ୟ ୧୭ଟି ଟ୍ରକ୍ରେ ରିଲିଫ୍ ସାମଗ୍ରୀ ପଠାଇଛି।
The post ମିଆଁମାରରେ ଭୟଙ୍କର ଭୂମିକମ୍ପ; ମୃତ୍ୟୁ ସଂଖ୍ୟା ୧୭୦୦ ଟପିଲା appeared first on Odisha.News.