କେରଳରେ ବଢ଼ୁଛି ଶିଶୁ ଯୌନ ଶୋଷଣ ମାମଲା
କୋଚି, ୨୬।୧୧: ଦେଶରେ ଦେଖାଦେଉଥିବା ଶିଶୁ ଯୌନ ଶୋଷଣ ମାମଲା ମଧ୍ୟରୁ ସର୍ବାଧିକ ମାମଲା କେରଳରୁ ସାମ୍ନାକୁ ଆସିଛି। କେରଳ ଷ୍ଟେଟ୍ କମିଶନ ଫର୍ ପ୍ରୋଟେକ୍ସନ ଅଫ୍ ଦି ଚାଇଲ୍ଡ ରାଇଟ୍ସର ତଥ୍ୟ ଅନୁଯାୟୀ, କେରଳରେ ଶିଶୁମାନଙ୍କ ସହ ଯୌନ ଶୋଷଣ ମାମଲା ବଢ଼ି ବଢ଼ି ଚାଲିଛି ଏବଂ ସେମାନେ ଘରେ ଏବଂ ସ୍କୁଲରେ ମଧ୍ୟ ସୁରକ୍ଷିତ ନାହାନ୍ତି। ଶିଶୁ ଯୌନ ଶୋଷଣ ମାମଲାର ୨୧% ଘଟଣା ପିଲାଙ୍କ ଘରେ ଏବଂ ୪% ସ୍କୁଲରେ ଘଟିଥିବା ନେଇ ଜଣାପଡ଼ିଛି। […] The post କେରଳରେ ବଢ଼ୁଛି ଶିଶୁ ଯୌନ ଶୋଷଣ ମାମଲା appeared first on Dharitri Odia News.
କୋଚି, ୨୬।୧୧: ଦେଶରେ ଦେଖାଦେଉଥିବା ଶିଶୁ ଯୌନ ଶୋଷଣ ମାମଲା ମଧ୍ୟରୁ ସର୍ବାଧିକ ମାମଲା କେରଳରୁ ସାମ୍ନାକୁ ଆସିଛି। କେରଳ ଷ୍ଟେଟ୍ କମିଶନ ଫର୍ ପ୍ରୋଟେକ୍ସନ ଅଫ୍ ଦି ଚାଇଲ୍ଡ ରାଇଟ୍ସର ତଥ୍ୟ ଅନୁଯାୟୀ, କେରଳରେ ଶିଶୁମାନଙ୍କ ସହ ଯୌନ ଶୋଷଣ ମାମଲା ବଢ଼ି ବଢ଼ି ଚାଲିଛି ଏବଂ ସେମାନେ ଘରେ ଏବଂ ସ୍କୁଲରେ ମଧ୍ୟ ସୁରକ୍ଷିତ ନାହାନ୍ତି। ଶିଶୁ ଯୌନ ଶୋଷଣ ମାମଲାର ୨୧% ଘଟଣା ପିଲାଙ୍କ ଘରେ ଏବଂ ୪% ସ୍କୁଲରେ ଘଟିଥିବା ନେଇ ଜଣାପଡ଼ିଛି। ତେଣୁ ଶିଶୁ ନିର୍ଯାତାକୁ ନେଇ ଅଭିଭାବକ, ଶିକ୍ଷୟିତ୍ରୀ ଓ ଶିକ୍ଷକ ଏବଂ ପୋଲିସ ଅଧିକାରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ରିପୋର୍ଟରେ ପୋକ୍ସୋ ଅଧିନିୟମ ଅନ୍ତର୍ଗତ ୪୬୬୩ଟି ମାମଲାର ବିଶ୍ଳେଷଣ କରାଯାଇଛି, ଯେଉଁଥିରୁ ୯୮୮ ଶିଶୁ ଯୌନ ଶୋଷଣ ମାମଲା(ପ୍ରାୟ ୨୧%) ପିଲାମାନଙ୍କ ଘରେ, ୭୨୫ ମାମଲା (୧୫%) ଅଭିଯୁକ୍ତଙ୍କ ଘରେ, ୯୩୫ ମାମଲା (୨୦%) ସାର୍ବଜନୀନ ସ୍ଥାନରେ, ୧୭୩ ମାମଲା(୪%) ସ୍କୁଲରେ, ୧୩୯ ମାମଲା (୩%) ଗାଡ଼ି ମଧ୍ୟରେ ଘଟିଥିବା ନେଇ ଜଣାପଡ଼ିଛି।
The post କେରଳରେ ବଢ଼ୁଛି ଶିଶୁ ଯୌନ ଶୋଷଣ ମାମଲା appeared first on Dharitri Odia News.