କେଲୁଅ ନଦୀରେ ବୁଡି ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଚଣ୍ଡିଖୋଲ: କେଲୁଅ ନଦୀରେ ବୁଡି ଯୁବକ ନିଖୋଜ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଦେଉଦା ପଂଚାୟତ ଦେଇ ଯାଇଥିବା ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ଗାଧୋଇ ଯାଇଥିବା ସମୟରେ ଯୁବକ ନିଖୋଜ ହୋଇଯାଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନିଖୋଜ ଯୁବକ ଜଣକ ହେଉଛନ୍ତି ରାହୁଲ ବିଶ୍ୱାଳ(୨୦) । ଆଜି ଦିନ ୨ଟା ସମୟରେ ନଦୀକୁ ଗାଧୋଇବାକୁ ଯିବା ସମୟରେ ହଠାତ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ […]

କେଲୁଅ ନଦୀରେ ବୁଡି ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
Youth-missing-in-kelua river while bathing

ଚଣ୍ଡିଖୋଲ: କେଲୁଅ ନଦୀରେ ବୁଡି ଯୁବକ ନିଖୋଜ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଦେଉଦା ପଂଚାୟତ ଦେଇ ଯାଇଥିବା ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ଗାଧୋଇ ଯାଇଥିବା ସମୟରେ ଯୁବକ ନିଖୋଜ ହୋଇଯାଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ନିଖୋଜ ଯୁବକ ଜଣକ ହେଉଛନ୍ତି ରାହୁଲ ବିଶ୍ୱାଳ(୨୦) । ଆଜି ଦିନ ୨ଟା ସମୟରେ ନଦୀକୁ ଗାଧୋଇବାକୁ ଯିବା ସମୟରେ ହଠାତ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ନଦୀରେ ପଶି ବହୁ ଖୋଜାଖୋଜି କରିଥିଲେ ହେଁ ଯୁବକକୁ ଠାବ କରିବାରେ ବିଫଳ ହୋଇଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି ।