କେଶବ ମହାରାଜଙ୍କ ଡବଲ ଝଟ୍କା ପରେ ସୂର୍ଯ୍ୟକୁମାରଙ୍କୁ ଆଉଟ କଲେ ରାବାଡା
ବାର୍ବାଡୋସ: ସ୍ଥାନୀୟ ବ୍ରିଜ୍ଟାଉନ୍ସ୍ଥିତ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍ ଫାଇନାଲ ମ୍ୟାଚରେ ସଙ୍କଟରେ ପଡିଛି ଭାରତ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଦ୍ବିତୀୟ ଓଭରରେ ଦୁଇ ଦୁଇଟି ୱିକେଟ ହରାଇ ମହାସଙ୍କଟରେ ପଡିଥିବା ବେଳେ ଚତୁର୍ଥ ଓଭରରେ ସୂର୍ଯ୍ୟକୁମାର ୱିକେଟ ହରାଇଛି। ପ୍ରଥମ ଓଭରରେ ମାର୍କୋ ଜାନସେନଙ୍କୁ ନିର୍ଦ୍ଧୁମ ଛେଚିଲା ପରେ ଦ୍ବିତୀୟ ଓଭରରେ କେଶବ ମହାରାଜ ଭାରତକୁ ଡବଲ ଝଟକା ଦେଇଥିଲେ। ଅଧିନାୟକ […]

ବାର୍ବାଡୋସ: ସ୍ଥାନୀୟ ବ୍ରିଜ୍ଟାଉନ୍ସ୍ଥିତ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍ ଫାଇନାଲ ମ୍ୟାଚରେ ସଙ୍କଟରେ ପଡିଛି ଭାରତ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଦ୍ବିତୀୟ ଓଭରରେ ଦୁଇ ଦୁଇଟି ୱିକେଟ ହରାଇ ମହାସଙ୍କଟରେ ପଡିଥିବା ବେଳେ ଚତୁର୍ଥ ଓଭରରେ ସୂର୍ଯ୍ୟକୁମାର ୱିକେଟ ହରାଇଛି।
ପ୍ରଥମ ଓଭରରେ ମାର୍କୋ ଜାନସେନଙ୍କୁ ନିର୍ଦ୍ଧୁମ ଛେଚିଲା ପରେ ଦ୍ବିତୀୟ ଓଭରରେ କେଶବ ମହାରାଜ ଭାରତକୁ ଡବଲ ଝଟକା ଦେଇଥିଲେ। ଅଧିନାୟକ ରୋହିତ ଶର୍ମା ମାତ୍ର ୯ ରନ ଓ ଋଷଭ ପନ୍ତ ଖାତା ଖୋଲିବା ପୂର୍ବରୁ କେଶବ ମହାରାଜଙ୍କ ବଲରେ ଆଉଟ ହୋଇଥିଲେ। ଭାରତ ୨୩ ରନରେ ୨ଟି ୱିକେଟ ହରାଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ ପାଇଁ ଆସିଥିଲେ। ହେଲେ ସେ ବି ତିଷ୍ଠି ପାରିନଥିଲେ। ୩ ରନ କରି କାଗିସୋ ରାବାଡାଙ୍କ ବଲରେ ଆଉଟ ହେଲେ ସୂର୍ଯ୍ୟକୁମାର ଯାଦବ। ୩୪ ରନରେ ଭାରତର ତୃତୀୟ ଓ୍ବିକେଟର ପତନ ହୋଇଛି। ଖବର ଲେଖାଯିବା ବେଳକୁ ଭାରତ ୭.୧ ଓଭରରେ ୩ ୱିକେଟ ହରାଇ ୫୦ ରନ କରିଛି। ଅକ୍ଷର ପଟେଲ ଓ ବିରାଟ କୋହଲି ବ୍ୟାଟିଂ କରୁଛନ୍ତି।