କେସିଙ୍ଗା ମହାବିଦ୍ୟାଳୟରେ ୪୪ତମ ବାର୍ଷିକୋତ୍ସବ ପାଳିତ
କେସିଙ୍ଗା,୨୯ା୧ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୪ତମ ବାର୍ଷିକୋତ୍ସବ କଲେଜ ପରିସରରେ ବୁଧବାର ପାଳିତ ହୋଇଯାଇଛି। ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ, ସମ୍ମାନିତ ଅତିଥି ରୂପେ ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇଥିଲେ। ବିଧାୟକ ଦାସ ତାଙ୍କ ଅଭିଭାଷଣରେ ରାଷ୍ଟ୍ରର ବିକାଶ ନିମନ୍ତେ ଯୁବଶକ୍ତି ଜାଗ୍ରତ ହେବା ପାଇଁ ଆହ୍ବାନ ଦେଇଥିଲେ। ଏହାସହ ଖୁବ୍ଶୀଘ୍ର କେସିଙ୍ଗା ମହାବିଦ୍ୟାଳୟର ଦାବିଗୁଡ଼ିକ […] The post କେସିଙ୍ଗା ମହାବିଦ୍ୟାଳୟରେ ୪୪ତମ ବାର୍ଷିକୋତ୍ସବ ପାଳିତ appeared first on Dharitri Odia News.
କେସିଙ୍ଗା,୨୯ା୧ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୪ତମ ବାର୍ଷିକୋତ୍ସବ କଲେଜ ପରିସରରେ ବୁଧବାର ପାଳିତ ହୋଇଯାଇଛି। ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ, ସମ୍ମାନିତ ଅତିଥି ରୂପେ ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇଥିଲେ। ବିଧାୟକ ଦାସ ତାଙ୍କ ଅଭିଭାଷଣରେ ରାଷ୍ଟ୍ରର ବିକାଶ ନିମନ୍ତେ ଯୁବଶକ୍ତି ଜାଗ୍ରତ ହେବା ପାଇଁ ଆହ୍ବାନ ଦେଇଥିଲେ। ଏହାସହ ଖୁବ୍ଶୀଘ୍ର କେସିଙ୍ଗା ମହାବିଦ୍ୟାଳୟର ଦାବିଗୁଡ଼ିକ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଧ୍ୟକ୍ଷ ପାଢ଼ୀ ଅତିଥ ପରିଚୟ ଓ ସ୍ବାଗତ ସମ୍ଭାଷଣ ପରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ସଭାରେ ଛାତ୍ର ସଂସଦର ଉପଦେଷ୍ଟା ଅଧ୍ୟାପକ ଡ. ସତୀଶ ଚନ୍ଦ୍ର ଖମାରୀ, ପ୍ରାଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ ଓ ସାଂସ୍କୃତିକ ପରିଷଦର ଉପଦେଷ୍ଟା ଅଧ୍ୟାପକ ରମେଶ ଚନ୍ଦ୍ର ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ। ଅଧ୍ୟାପକ ଡ. ରାକେଶ ବିଶି ମଞ୍ଚ ପରିଚାଳନା କରିଥିଲା ବେଳେ ବରିଷ୍ଠ ପ୍ରାଧ୍ୟାପକ ଅଶ୍ବିନୀ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରୀଛାତ୍ରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
The post କେସିଙ୍ଗା ମହାବିଦ୍ୟାଳୟରେ ୪୪ତମ ବାର୍ଷିକୋତ୍ସବ ପାଳିତ appeared first on Dharitri Odia News.