କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା
କୋଟା: ରାଜସ୍ଥାନର କୋଚିଂ ହବ୍ କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ସେ ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ମାତ୍ର ୧୫ ଦିନ ପୂର୍ବେ ବିହାରର କଟିହାର୍ରୁ ଆସିଥିଲେ। ଜବାହର ନଗର ଅଞ୍ଚଳର ଏକ ହଷ୍ଟେଲରେ ସେ ରହୁଥିଲେ ଏବଂ ସହରର ଏକ ପ୍ରମୁଖ କୋଚିଂ ସେଣ୍ଟରରେ କୋଚିଂ ନେଉଥିଲେ। କିନ୍ତୁ ମଙ୍ଗଳବାର ଭୋର୍ ସମୟରେ ସେ ହଷ୍ଟେଲ୍ରେ ଆତ୍ମହତ୍ୟା କରିଦେଇଛନ୍ତି। ଜବାହର ନଗର ଥାନା ଏସ୍ଏଚ୍ଓ ରାମ ଲକ୍ଷ୍ମଣ ଏନେଇ ସୂଚନା ଦେଇଛନ୍ତି। […]

କୋଟା: ରାଜସ୍ଥାନର କୋଚିଂ ହବ୍ କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ସେ ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ମାତ୍ର ୧୫ ଦିନ ପୂର୍ବେ ବିହାରର କଟିହାର୍ରୁ ଆସିଥିଲେ। ଜବାହର ନଗର ଅଞ୍ଚଳର ଏକ ହଷ୍ଟେଲରେ ସେ ରହୁଥିଲେ ଏବଂ ସହରର ଏକ ପ୍ରମୁଖ କୋଚିଂ ସେଣ୍ଟରରେ କୋଚିଂ ନେଉଥିଲେ। କିନ୍ତୁ ମଙ୍ଗଳବାର ଭୋର୍ ସମୟରେ ସେ ହଷ୍ଟେଲ୍ରେ ଆତ୍ମହତ୍ୟା କରିଦେଇଛନ୍ତି। ଜବାହର ନଗର ଥାନା ଏସ୍ଏଚ୍ଓ ରାମ ଲକ୍ଷ୍ମଣ ଏନେଇ ସୂଚନା ଦେଇଛନ୍ତି। ଅଫିସର କହିଛନ୍ତି, ହଷ୍ଟେଲ୍ କର୍ମଚାରୀମାନେ ଆଜି ସକାଳେ ଛାତ୍ରଙ୍କ କବାଟକୁ ଅନେକ ଥର ବାଡ଼େଇଥିଲେ ମଧ୍ୟ ସେ ଖୋଲିନଥିଲେ। ଏହାପରେ ତାଙ୍କ ବନ୍ଧୁ ଏବଂ ହଷ୍ଟେଲ କର୍ମଚାରୀମାନେ କବାଟ ଭାଙ୍ଗି ଭିତରକୁ ପଶିଥିଲେ ଏବଂ ତାଙ୍କୁ ମୃତ ଅବସ୍ଥାାରେ ଦେଖିଥିଲେ। ଛାତ୍ର ଜଣଙ୍କ ମାତ୍ର ୧୫ ଦିନ ପୂର୍ବରୁ କୋଚିଂ ପାଇଁ ଆସିଥିବାରୁ ସେ ପାଠ ଚାପରେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି କି ଏହା ପଛରେ ଅନ୍ୟ କିଛି କାରଣ ଅଛି ସେନେଇ ତଦନ୍ତ ଚାଲିଛି।