କୋଣାର୍କରେ ପବିତ୍ର ମାଘ ସପ୍ତମୀ ବୁଡ଼ ପାଇଁ ପ୍ରସ୍ତତି, ମୁତୟନ ହେବେ ୩୩ ପ୍ଲାଟୁନ ଫୋର୍ସ

କୋଣାର୍କ ୨୮।୦୧ : ଆସନ୍ତା ୪ ତାରିଖରେ ଯାଉଛି ପବିତ୍ର ମାଘ ସପ୍ତମୀ । ଏହି ଦିନ କୋଣାର୍କରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ । ଏହି ବୁଡ଼ରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଯାହାକୁ ଦୃଷ୍ଟିରେ ରଖି ୨ୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ସ୍ଥାନୀୟ ବିଧାୟକ, ପ୍ରଶାସନର ବରିଷ୍ଠ ଅଧିକାରୀ  ଏବଂ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।ଚଳିତ ବର୍ଷ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡକୁ ଶୃଙ୍ଖଳିତ କରିବା ଲାଗି ସୋମବାର ଦିନ ଦ୍ବିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ବୈଠକ ବସିଥିଲା।  ବିଭିନ୍ନ ବିଭାଗ ଦ୍ଵାରା ତୀର୍ଥ ପୁଷ୍କରିଣୀ ଖନନ, ବ୍ୟାରିକେଟ ନିର୍ମାଣ, ପରିମଳ ବ୍ୟବସ୍ଥା, ଆଲୋକୀକରଣ ବ୍ୟବସ୍ଥା, ପାନୀୟଜଳ, ସିସିଟିଭି ବ୍ୟବସ୍ଥା ସହ ଟ୍ରାଫିକ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା ହୋଇଛି। ୨ୟ ସମନ୍ୱୟ ବୈଠକରେ ଠାକୁରଙ୍କ ନୀତିକାନ୍ତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ସେହିପରି ଚଳିତ ବର୍ଷର ବୁଡ଼କୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ଲାଗି ୩୩ ପ୍ଲାଟୁନ ଫୋର୍ସ, ୧୨ ଡିଏସ୍‌ପି, ୨୬ ଆଇଆଇସିଙ୍କ ସହ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ଉପସ୍ଥିତ ରହିବେ । ଚଳିତ ବର୍ଷ ୩ ଲକ୍ଷରୁ ଅଧିକ ଲୋକ ବୁଡ଼ ପକାଇବାର ସମ୍ଭାବନା ରହିଛି ବୋଲି ପ୍ରଶାସନ ଆକଳନ କରିଛି । 

କୋଣାର୍କରେ ପବିତ୍ର ମାଘ ସପ୍ତମୀ ବୁଡ଼ ପାଇଁ ପ୍ରସ୍ତତି, ମୁତୟନ ହେବେ ୩୩ ପ୍ଲାଟୁନ ଫୋର୍ସ

କୋଣାର୍କ ୨୮।୦୧ : ଆସନ୍ତା ୪ ତାରିଖରେ ଯାଉଛି ପବିତ୍ର ମାଘ ସପ୍ତମୀ । ଏହି ଦିନ କୋଣାର୍କରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ । ଏହି ବୁଡ଼ରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଯାହାକୁ ଦୃଷ୍ଟିରେ ରଖି ୨ୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ସ୍ଥାନୀୟ ବିଧାୟକ, ପ୍ରଶାସନର ବରିଷ୍ଠ ଅଧିକାରୀ  ଏବଂ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଚଳିତ ବର୍ଷ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡକୁ ଶୃଙ୍ଖଳିତ କରିବା ଲାଗି ସୋମବାର ଦିନ ଦ୍ବିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ବୈଠକ ବସିଥିଲା।  ବିଭିନ୍ନ ବିଭାଗ ଦ୍ଵାରା ତୀର୍ଥ ପୁଷ୍କରିଣୀ ଖନନ, ବ୍ୟାରିକେଟ ନିର୍ମାଣ, ପରିମଳ ବ୍ୟବସ୍ଥା, ଆଲୋକୀକରଣ ବ୍ୟବସ୍ଥା, ପାନୀୟଜଳ, ସିସିଟିଭି ବ୍ୟବସ୍ଥା ସହ ଟ୍ରାଫିକ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା ହୋଇଛି। ୨ୟ ସମନ୍ୱୟ ବୈଠକରେ ଠାକୁରଙ୍କ ନୀତିକାନ୍ତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। 

ସେହିପରି ଚଳିତ ବର୍ଷର ବୁଡ଼କୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ଲାଗି ୩୩ ପ୍ଲାଟୁନ ଫୋର୍ସ, ୧୨ ଡିଏସ୍‌ପି, ୨୬ ଆଇଆଇସିଙ୍କ ସହ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ଉପସ୍ଥିତ ରହିବେ । ଚଳିତ ବର୍ଷ ୩ ଲକ୍ଷରୁ ଅଧିକ ଲୋକ ବୁଡ଼ ପକାଇବାର ସମ୍ଭାବନା ରହିଛି ବୋଲି ପ୍ରଶାସନ ଆକଳନ କରିଛି । 

କମାଲ୍ କଲେ ୧୪ ବର୍ଷର ବାଳକ, ଅନ୍ତରୀକ୍ଷରେ ଆବିଷ୍କାର କଲେ ଆଷ୍ଟରଏଡ