କେୟାର ହସ୍ପିଟାଲର ଦିନିକିଆ କର୍ମଶାଳା
ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ କେୟାର ହସ୍ପିଟାଲ ପକ୍ଷରୁ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ରୋବୋଟିକ୍ ପଦ୍ଧତିରେ କିଭଳି ବିଭିନ୍ନ ପ୍ରକାର ଆଣ୍ଠୁ ଅପରେଶନ କରାଯାଇପାରୁଛି ସେ ସମ୍ପର୍କରେ ନେଇ ଏକ ସଚେତନତା ସୃଷ୍ଟି କରିବା ପାଇଁ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ଅନେକ ବୁଦ୍ଧିଜୀବୀ, ଡାକ୍ତର ଏବଂ ଆଣ୍ଠୁ ଅପରେଶନ ହୋଇଥିବା ରୋଗୀମାନେ ଯୋଗଦାନ […] The post କେୟାର ହସ୍ପିଟାଲର ଦିନିକିଆ କର୍ମଶାଳା appeared first on Dharitri Odia News.
ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ କେୟାର ହସ୍ପିଟାଲ ପକ୍ଷରୁ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ରୋବୋଟିକ୍ ପଦ୍ଧତିରେ କିଭଳି ବିଭିନ୍ନ ପ୍ରକାର ଆଣ୍ଠୁ ଅପରେଶନ କରାଯାଇପାରୁଛି ସେ ସମ୍ପର୍କରେ ନେଇ ଏକ ସଚେତନତା ସୃଷ୍ଟି କରିବା ପାଇଁ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ଅନେକ ବୁଦ୍ଧିଜୀବୀ, ଡାକ୍ତର ଏବଂ ଆଣ୍ଠୁ ଅପରେଶନ ହୋଇଥିବା ରୋଗୀମାନେ ଯୋଗଦାନ କରିଥିଲେ।
ଏହି ଅବସରରେ ଲୋକ ସଭା ସଦସ୍ୟ ତଥା ଭାଜପାର ଜାତୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଭବିଷ୍ୟତରେ ଭାରତର ସ୍ବାସ୍ଥ୍ୟସେବା ଏଆଇ ଏବଂ ରୋବୋଟିକ୍ ପଦ୍ଧତି ଉପରେ ନିର୍ଭରକରିବ। ଫଳରେ ଅନେକ ଜଟିଳ ଅପରେଶନ କରାଯାଇପାରିବ। ସେହିଭଳି କେୟାର ହସ୍ପିଟାଲର ଏଚ୍ସିଓଓ କିସ୍ଲେ ଆନନ୍ଦ ଏହି ସଫଳତା ପାଇଁ ଡାକ୍ତର ସନ୍ଦୀପ ସିଂହ ଓ ତାଙ୍କ ପୂରା ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ଏଆଇ ଏବଂ ରୋବୋଟିକ୍ ପଦ୍ଧତି ସାହାଯ୍ୟରେ ସଫଳତାର ସହିତ ଆଣ୍ଠୁ ଅପରେଶନ କରିବା କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତ ପାଇଁ ଏକ ଗୌରବର କଥା। ତା’ସହ କେୟାର ହସ୍ପିଟାଲରେ ଥିବା ଅତ୍ୟାଧୁନିକ ଅପରେଶନ ଥିଏଟର ଏବଂ ଅଭିଜ୍ଞ ଡାକ୍ତର ଓ ନର୍ସି ଟିମ୍ ଦ୍ୱାରା ଏହି ସଫଳତା ସମ୍ଭବ ହୋଇଛି। ସେହିପରି କେୟାର ହସ୍ପିଟାଲର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ବିଭାଗୀୟ ମୁଖ୍ୟ ଡା. ସନ୍ଦୀପ ସିଂହଙ୍କ ମତରେ ପାରମ୍ପରିକ ସର୍ଜରି ତୁଳନାରେ ଏଆଇ ଏବଂ ରୋବୋଟିକ୍ ପଦ୍ଧତିରେ ଅପରେଶନ କଲେ ଏହାର ସଫଳତା ହାର ବେଶ୍ ଅଧିକ। ଏଥିରେ ରୋଗୀଙ୍କୁ ଅଧିକ ଦିନ ହସ୍ପିଟାଲରେ ରହିବାକୁ ପଡ଼ି ନ ଥାଏ ଏବଂ ଶୀଘ୍ର ପୂର୍ବ ଭଳି ନିଜର ସମସ୍ତ କାମ ନିଜେ କରି ପାରିବେ। ଆଣ୍ଠୁ ପ୍ରତିରୋପଣଠାରୁ ଆରମ୍ଭକରି କ୍ରୀଡ଼ାଜନିତ ଆଘାତର ସଫଳ ଚିକିତ୍ସା ଏଆଇ ଏବଂ ରୋବୋଟିକ୍ ପଦ୍ଧତିରେ କରାଯାଇପାରୁଛି।
The post କେୟାର ହସ୍ପିଟାଲର ଦିନିକିଆ କର୍ମଶାଳା appeared first on Dharitri Odia News.