ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌ ପ୍ରିଣ୍ଟ ପୋର୍ଟଫୋଲିଓରେ ଏକ ନୂତନ ଯୋଗ ଭାବେ ଏଚ୍‌ପି କଲର ଲେଜର ଜେଟ୍‌ ପ୍ରୋ ୩୦୦୦ ସିରିଜ୍‌ର ନୂଆ ରେଞ୍ଜର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଭାରତରେ ଏଚ୍‌ପି କଲର୍‌ ଲେଜରଜେଟ୍‌ ପ୍ରୋ ୩୦୦୦ସିରିଜରେ ଦୁଇଟି ମଡେଲ ଯଥା ସିଙ୍ଗଲ୍‌-ଫଙ୍କ୍‌ଶନ ଏଚ୍‌ପି କଲର ଲେଜରଜେଟ୍‌ […] The post ବଜାରରେ ଏଚ୍‌ପିର ନୂତନ ଉତ୍ପାଦ appeared first on Dharitri Odia News.

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌ ପ୍ରିଣ୍ଟ ପୋର୍ଟଫୋଲିଓରେ ଏକ ନୂତନ ଯୋଗ ଭାବେ ଏଚ୍‌ପି କଲର ଲେଜର ଜେଟ୍‌ ପ୍ରୋ ୩୦୦୦ ସିରିଜ୍‌ର ନୂଆ ରେଞ୍ଜର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଭାରତରେ ଏଚ୍‌ପି କଲର୍‌ ଲେଜରଜେଟ୍‌ ପ୍ରୋ ୩୦୦୦ସିରିଜରେ ଦୁଇଟି ମଡେଲ ଯଥା ସିଙ୍ଗଲ୍‌-ଫଙ୍କ୍‌ଶନ ଏଚ୍‌ପି କଲର ଲେଜରଜେଟ୍‌ ପ୍ରୋ ପ୍ରିଣ୍ଟର ୩୨୦୩ ଡିଡବ୍ଲ୍ୟୁ ଓ ମଲ୍ଟି-ଫଙ୍କ୍‌ଶନ ଏଚ୍‌ପି କଲର୍‌ ଲେଜରଜେଟ୍‌ ପ୍ରୋ ପ୍ରିଣ୍ଟର ୩୩୦୩ ଏସ୍‌ଡିଡବ୍ଲ୍ୟୁ ସାମିଲ ରହିଛି, ଯାହା କଲର ଏବଂ କଳା ଓ ଧଳାରେ ପ୍ରିଣ୍ଟିଂ, ସ୍କାନିଂ ଓ କପି କରିବା କ୍ଷମତା ପ୍ରଦାନ କରୁଛି। ଏଚ୍‌ପି ଇଣ୍ଡିଆ ମାର୍କେଟର ପ୍ରିଣ୍ଟିଂ ସିଷ୍ଟମ୍‌ସ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ସୁନିଶ ରାଘବନ କହିଛନ୍ତି, ଆମେ ଆମର ନୂତନ ଉତ୍ପାଦ ତଥା ଏଚ୍‌ପି ନ୍ୟୁ କଲର ଲେଜରଜେଟ୍‌ ପ୍ରୋ ୩୦୦୦ସିରିଜକୁ ବଜାର ପ୍ରବେଶ କରାଇ ବେଶ୍‌ ଉତ୍ସାହିତ ଅଛୁ। ଅଭିନବ ଟେରାଜେଟ୍‌ ଟେକ୍ନୋଲୋଜି ଥିବା ଏହି ସିରିଜ ଏକ କମ୍ପାକ୍ଟ ଡିଜାଇନରେ ଚମତ୍କାର ରଙ୍ଗ ଗୁଣବତ୍ତା, ପ୍ରଫେସନାଲ ସ୍ପିଡ୍‌ ଓ ଶକ୍ତି ଦକ୍ଷତା ପ୍ରଦାନ କରୁଛି। ଏହି ସମାଧାନକୁ ବ୍ୟବସାୟଗୁଡିକୁ ଡାଉନଟାଇମ୍‌ ହ୍ରାସ କରିବା, ପରିଚାଳନାଗତ ଦକ୍ଷତାକୁ ବଜାୟ ରଖିବା ଏବଂ ଏକ ବିକଶିତ ବଜାରରେ ପ୍ରତିଯୋଗୀପୂର୍ଣ୍ଣ ରହିବାରେ ସହଯୋଗ କରିବା ପାଇଁ ଡିଜାଇନ କରାଯାଇଛି।

The post ବଜାରରେ ଏଚ୍‌ପିର ନୂତନ ଉତ୍ପାଦ appeared first on Dharitri Odia News.