ଅମିତ ଶାହାଙ୍କ ଗୋଟିଏ ହ୍ବିସିଲ୍‌ରେ ଭାଙ୍ଗିଯିବ ବିଜେଡି: ଜୟନାରାୟଣଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର,୨୯।୧୦: ବିଜେଡିର ୨୪ ବର୍ଷ ଶାସନ ପରେ ଭାଜପା ରାଜ୍ୟରେ ପ୍ରଥମଥର ସରକାର ଗଢିଛି। ନୂଆ ସରକାରଙ୍କୁ ଟାର୍ଗେଟ୍‌ କରିବାରେ ବିଜେଡି ନେତାମାନେ ଆଦୌ ପଛାଉ ନ ଥିବାବେଳେ ଭାଜପା ମଧ୍ୟ ମୁହଁତୋଡ ଜବାବ ଦେଉଛି। ଏହି କ୍ରମରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଦାବି କରିଥିଲେ, ବିଜେଡି ଆଜି ବି ଏକ ନମ୍ବର, ଆଜି ନିର୍ବାଚନ ହେଲେ ଦଳ ୧୪୦ ସିଟ ଜିତିବ। ସେପଟେ ପ୍ରମିଳାଙ୍କୁ ଜବାବ ଦେଇ […] The post ଅମିତ ଶାହାଙ୍କ ଗୋଟିଏ ହ୍ବିସିଲ୍‌ରେ ଭାଙ୍ଗିଯିବ ବିଜେଡି: ଜୟନାରାୟଣଙ୍କ ବିସ୍ଫୋରକ ବୟାନ appeared first on Dharitri Odia News.

ଅମିତ ଶାହାଙ୍କ ଗୋଟିଏ ହ୍ବିସିଲ୍‌ରେ ଭାଙ୍ଗିଯିବ ବିଜେଡି: ଜୟନାରାୟଣଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର,୨୯।୧୦: ବିଜେଡିର ୨୪ ବର୍ଷ ଶାସନ ପରେ ଭାଜପା ରାଜ୍ୟରେ ପ୍ରଥମଥର ସରକାର ଗଢିଛି। ନୂଆ ସରକାରଙ୍କୁ ଟାର୍ଗେଟ୍‌ କରିବାରେ ବିଜେଡି ନେତାମାନେ ଆଦୌ ପଛାଉ ନ ଥିବାବେଳେ ଭାଜପା ମଧ୍ୟ ମୁହଁତୋଡ ଜବାବ ଦେଉଛି। ଏହି କ୍ରମରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଦାବି କରିଥିଲେ, ବିଜେଡି ଆଜି ବି ଏକ ନମ୍ବର, ଆଜି ନିର୍ବାଚନ ହେଲେ ଦଳ ୧୪୦ ସିଟ ଜିତିବ।

ସେପଟେ ପ୍ରମିଳାଙ୍କୁ ଜବାବ ଦେଇ ଜୟନାରାୟଣ କହିଛନ୍ତି, ଅମିତ ଶାହାଙ୍କ ଗୋଟିଏ ହ୍ବିସଲରେ ବିଜେଡି ଭାଙ୍ଗିଯିବ। ୧୪୦ କ’ଣ ଆଗ ୪୦ ଆସନ ଜିତି ବିଜେଡି ଦେଖାଉ। ଆମ ଦଳ ଭାଙ୍ଗୁନି ବରଂ ବିଜେଡି ଭାଙ୍ଗୁଛି। ବିଜେଡି ଆଗାମୀ ଦିନରେ ରହିବ କି ନାହିଁ ସେକଥା ଚିନ୍ତା କରନ୍ତୁ। ତାଙ୍କର ୨ ଏମ୍‌ପି ଆସିଲେଣି, ଜିଲାସ୍ତରରେ ଦଳ ମଧ୍ୟ କନ୍ଦଳ ଚାଲିଛି। ବିଜେଡିକୁ କିଭଳି ସମ୍ଭାଳି କରି ରଖିବେ ସେ କଥା ପ୍ରମିଳା ଚିନ୍ତା କରନ୍ତୁ ।

The post ଅମିତ ଶାହାଙ୍କ ଗୋଟିଏ ହ୍ବିସିଲ୍‌ରେ ଭାଙ୍ଗିଯିବ ବିଜେଡି: ଜୟନାରାୟଣଙ୍କ ବିସ୍ଫୋରକ ବୟାନ appeared first on Dharitri Odia News.