କୋଇଲା ଖଣି ନିଲାମର ୧୦ମ ରାଉଣ୍ଡ ଶୁଭାରମ୍ଭ
ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଶନିବାର ବାଣିଜି୍ୟକ କୋଇଲା ଖଣି ନିଲାମର ଦଶମ ରାଉଣ୍ଡ ଆରମ୍ଭ କରାଯାଇଛି। ଏଥିରେ ମୋଟ ୬୭ଟି କୋଇଲା ଖଣି ନିଲାମରେ ସାମିଲ ହୋଇଥିଲା। କେନ୍ଦ୍ର କୋଇଲା ଏବଂ ଖଣିମନ୍ତ୍ରୀ ଜି. କିଶନ ରେଡ୍ଡୀ ହାଇଦ୍ରାବାଦରେ ତେଲଙ୍ଗାନାର ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟୀ ବିକ୍ରମାର୍କା ଏବଂ ରାଜ୍ୟ କୋଇଲା ଏବଂ ଖଣିମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କ ଉପସ୍ଥିତିରେ ବାଣିଜି୍ୟକ କୋଇଲା ଖଣି ନିଲାମର ଦଶମ ରାଉଣ୍ଡ ଶୁଭାରମ୍ଭ କରିଛନ୍ତି। ନିଲାମ ପାଇଁ ଦିଆଯାଇଥିବା […] The post କୋଇଲା ଖଣି ନିଲାମର ୧୦ମ ରାଉଣ୍ଡ ଶୁଭାରମ୍ଭ appeared first on Dharitri Odia News.
ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଶନିବାର ବାଣିଜି୍ୟକ କୋଇଲା ଖଣି ନିଲାମର ଦଶମ ରାଉଣ୍ଡ ଆରମ୍ଭ କରାଯାଇଛି। ଏଥିରେ ମୋଟ ୬୭ଟି କୋଇଲା ଖଣି ନିଲାମରେ ସାମିଲ ହୋଇଥିଲା। କେନ୍ଦ୍ର କୋଇଲା ଏବଂ ଖଣିମନ୍ତ୍ରୀ ଜି. କିଶନ ରେଡ୍ଡୀ ହାଇଦ୍ରାବାଦରେ ତେଲଙ୍ଗାନାର ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟୀ ବିକ୍ରମାର୍କା ଏବଂ ରାଜ୍ୟ କୋଇଲା ଏବଂ ଖଣିମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କ ଉପସ୍ଥିତିରେ ବାଣିଜି୍ୟକ କୋଇଲା ଖଣି ନିଲାମର ଦଶମ ରାଉଣ୍ଡ ଶୁଭାରମ୍ଭ କରିଛନ୍ତି। ନିଲାମ ପାଇଁ ଦିଆଯାଇଥିବା ଏହି ୬୭ଟି କୋଇଲା ଖଣି ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ତେଲଙ୍ଗାନା ଆଦି ରାଜ୍ୟରେ ରହିଛି। କୋଇଲା ଦଶମ ପର୍ଯ୍ୟାୟ ପାଇଁ ମଧ୍ୟ ସଂରକ୍ଷିତ ଅଞ୍ଚଳ, ବନ୍ୟଜନ୍ତୁ ଅଭୟାରଣ୍ୟ, ଗୁରୁତ୍ୱପୂର୍ଣ୍ଣ ପରିସଂସ୍ଥାନ, ୪୦%ରୁ ଅଧିକ ଜଙ୍ଗଲ କ୍ଷେତ୍ର, ବହୁଳ ଭାବରେ ନିର୍ମିତ ଅଞ୍ଚଳ ଅଧୀନରେ ଥିବା ଖଣିଗୁଡିକ ଏହି ନିଲାମରୁ ବାଦ୍ ଦିଆଯାଇଛି। ଏହି ଅବସରରେ ମନ୍ତ୍ରୀ ରେଡ୍ଡୀ କହିଛନ୍ତି, ସମସ୍ତ ଶିଳ୍ପ ପାଇଁ ଲାଇଫ୍ଲାଇନ ଏବଂ ୫ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନିଲାମ ହୋଇଥିବା କୋଇଲା ଖଣିରୁ ମିଳିଥିବା ରାଜସ୍ବ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ନିକଟକୁ ଯିବ ବୋଲି ସୂଚନା ରହିଛି। ତେଲଙ୍ଗାନାର ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟୀ ବିକ୍ରମାର୍କା କହିଛନ୍ତି, ଦେଶର ଶକ୍ତି ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋଇଲାର ବିଦେଶୀ ଆମଦାନୀ ଯଥେଷ୍ଟ ହ୍ରାସ ପାଇଛି ଏବଂ ଗତ ଆର୍ଥିକ ବର୍ଷରେ ପ୍ରାୟ ୧ ବିଲିୟନ ଟନ୍ (ବିଟି) କୋଇଲା ଉତ୍ପାଦନ ହୋଇଛି। ରାଜ୍ୟ କୋଇଲା ଏବଂ ଖଣିମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ କହିଛନ୍ତି , କୋଇଲା କ୍ଷେତ୍ରକୁ ପୂର୍ବ ଅପେକ୍ଷା ଅଧିକ ଆକର୍ଷଣୀୟ କରିବା ପାଇଁ କୋଇଲା ଶିଳ୍ପ ସହ ଜଡ଼ିତ ଏଜେଣ୍ଟମାନଙ୍କ ଠାରୁ ପରାମର୍ଶ ନିଆଯାଉଛି। କୋଇଲା ମନ୍ତ୍ରଣାଳୟର ସଚିବ ଅମୃତ ଲାଲ ମୀନା କହିଛନ୍ତି, ବଢ଼ୁଥିବା ଶକ୍ତି ଚାହିଦାକୁ ଦୃଷ୍ଟିରେ ରଖି କୋଇଲା ଉତ୍ପାଦନ ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଉତ୍ପାଦନ ବୃଦ୍ଧି ପାଇଁ ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ବିପଦ ନ ହେବା ଉଚିତ ବୋଲି ସେ କହିଛନ୍ତି। କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ନିଯୁକ୍ତ ପ୍ରାଧିକରଣ ଏମ୍. ନାଗରାଜୁ କୋଇଲା ଚାହିଦା ବୃଦ୍ଧି ହେତୁ ଅଧିକ କୋଇଲା ବ୍ଲକ ଅନୁସନ୍ଧାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।
The post କୋଇଲା ଖଣି ନିଲାମର ୧୦ମ ରାଉଣ୍ଡ ଶୁଭାରମ୍ଭ appeared first on Dharitri Odia News.