କୋଇଲା ବୋଝେଇ ଟ୍ରକକୁ ପିଟିଲା ପାଉଁଶ ବୋଝେଇ ଟ୍ରକ, ଡ୍ରାଇଭର ମୃତ

କାମାକ୍ଷାନଗର : କୋଇଲା ବୋଝେଇ ଟ୍ରକକୁ ପଛରୁ ପିଟିଲା ପାଉଁଶ ବୋଝେଇ ଟ୍ରକ। ଗାଡ଼ିରେ ଚାପି ହୋଇ ପାଉଁଶ ବୋଝେଇ ଟ୍ରକର ଡ୍ରାଇଭର ମୃତ। କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ବାଲିସାହି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସକାଳେ କାମାକ୍ଷାନଗର ପଟୁ ଯାଜପୁରକୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକର ଟାୟାର ଫାଟିଯିବାରୁ ରାସ୍ତାକଡ଼ରେ ଗାଡ଼ିକୁ ଠିଆ କରାଇଥିଲେ ଡ୍ରାଇଭର। ସେହି ସମୟରେ ଏକ ଦ୍ରୁତଗାମୀ ପାଉଁଶ ବୋଝେଇ ଟ୍ରକ ପଛପଟୁ ଧକ୍କା […] The post କୋଇଲା ବୋଝେଇ ଟ୍ରକକୁ ପିଟିଲା ପାଉଁଶ ବୋଝେଇ ଟ୍ରକ, ଡ୍ରାଇଭର ମୃତ appeared first on KNews Odisha.

କୋଇଲା ବୋଝେଇ ଟ୍ରକକୁ ପିଟିଲା ପାଉଁଶ ବୋଝେଇ ଟ୍ରକ, ଡ୍ରାଇଭର ମୃତ
truck1

କାମାକ୍ଷାନଗର : କୋଇଲା ବୋଝେଇ ଟ୍ରକକୁ ପଛରୁ ପିଟିଲା ପାଉଁଶ ବୋଝେଇ ଟ୍ରକ। ଗାଡ଼ିରେ ଚାପି ହୋଇ ପାଉଁଶ ବୋଝେଇ ଟ୍ରକର ଡ୍ରାଇଭର ମୃତ। କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ବାଲିସାହି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସକାଳେ କାମାକ୍ଷାନଗର ପଟୁ ଯାଜପୁରକୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକର ଟାୟାର ଫାଟିଯିବାରୁ ରାସ୍ତାକଡ଼ରେ ଗାଡ଼ିକୁ ଠିଆ କରାଇଥିଲେ ଡ୍ରାଇଭର।

ସେହି ସମୟରେ ଏକ ଦ୍ରୁତଗାମୀ ପାଉଁଶ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ପାଉଁଶ ବୋଝେଇ ଟ୍ରକର ସ୍ପିଡ ଅଧିକ ଥିବାରୁ ଗାଡ଼ିର କ୍ୟାବିନଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । କାମାକ୍ଷାନଗର ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସକଟର ଓ କ୍ରେନ ସାହାଯ୍ୟରେ ଟ୍ରକକୁ ଅଲଗା କରି ଡ୍ରାଇଭରଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ମୃତକଙ୍କ ପରିଚୟ ଜଣା ପଡିନାହିଁ । ସକାଳୁ ଡ୍ରାଇଭରଙ୍କ ଆଖି ଲାଗିଯିବା କାରଣରୁ ଦୁର୍ଘଟଣା ହୋଇଥିବା ନେଇ ଅନୁମାନ କରାଯାଉଛି l

The post କୋଇଲା ବୋଝେଇ ଟ୍ରକକୁ ପିଟିଲା ପାଉଁଶ ବୋଝେଇ ଟ୍ରକ, ଡ୍ରାଇଭର ମୃତ appeared first on KNews Odisha.