କୋକସରା ବ୍ଲକ ରେ ସୁଭଦ୍ରା ଯୋଜନା ଲୋକାର୍ପଣ ସମାରୋହ ଅନୁଷ୍ଠିତ।
କଳାହାଣ୍ଡି:୧୮/୦୯ ସେପ୍ଟେମ୍ବର୧୭ ତାରିଖ ରେ ଭାରତ ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦି ଙ୍କ ଜନ୍ମ ଦିବସ ଅବସରରେ ଓଡିଶା ରାଜ୍ୟରେ ବିଜେପି ସରକାର ଙ୍କ ପ୍ରଥମ ପାଳି ରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦି ଜି ଙ୍କ ଜନ୍ମ ଦିବସ ପାଳନ ସହ ଓଡିଶା ରେ ବିଜେପି ମୋହନ ସରକାର ଙ୍କ ୧୦୦ ଦିନ ପୁର୍ତ୍ତୀ ଅବସର ରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ଥିବା ବେଳେ ରାଜ୍ୟରେ ମହିଳା ଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା,ସମେତ […] The post କୋକସରା ବ୍ଲକ ରେ ସୁଭଦ୍ରା ଯୋଜନା ଲୋକାର୍ପଣ ସମାରୋହ ଅନୁଷ୍ଠିତ। appeared first on Odisha.News.

କଳାହାଣ୍ଡି:୧୮/୦୯
ସେପ୍ଟେମ୍ବର୧୭ ତାରିଖ ରେ ଭାରତ ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦି ଙ୍କ ଜନ୍ମ ଦିବସ ଅବସରରେ ଓଡିଶା ରାଜ୍ୟରେ ବିଜେପି ସରକାର ଙ୍କ ପ୍ରଥମ ପାଳି ରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦି ଜି ଙ୍କ ଜନ୍ମ ଦିବସ ପାଳନ ସହ ଓଡିଶା ରେ ବିଜେପି ମୋହନ ସରକାର ଙ୍କ ୧୦୦ ଦିନ ପୁର୍ତ୍ତୀ ଅବସର ରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ଥିବା ବେଳେ ରାଜ୍ୟରେ ମହିଳା ଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା,ସମେତ ହିତାଧିକାରୀ ଙ୍କୁ ଆଵାସ ଯୋଜନା ର କାର୍ଯ୍ୟାଦେଶ ଓ ଆଵାସ ଯୋଜନା ରେ ଗୃହ ନିର୍ମାଣ ସମ୍ପୁର୍ଣ୍ଣ କରିଥିବା ହିତାଧିକାରୀ ଙ୍କୁ ପ୍ରୋତ୍ସାହିତ ରାଶି ପ୍ରଦାନ କରାଯାଇଛି। ସୁଭଦ୍ରା ଯୋଜନାରେ ୨୧ ବର୍ଷ ରୁ ୬୦ ବର୍ଷ ର ଯୁବତୀ ଓ ମହିଳା ମାନେ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ଓ ରକ୍ଷା ବନ୍ଧନ ରେ ୨ ଟି କିସ୍ତିରେ ୧୦ ହଜାର ର ପ୍ରୋତ୍ସାହନ ରାଶି ପାଇବାକୁ ମାନଦଣ୍ଡ ରହିଛି।ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି ଙ୍କ ଜନ୍ମ ଦିବସ ଅବସରରେ ମଙ୍ଗଳବାର ଓଡ଼ିଶା ରେ ପ୍ରଧାନମନ୍ତ୍ରୀ ଙ୍କ କର କମଳ ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରାଯାଇଛି। ଭୁବନେଶ୍ବର ଠାରେ ପ୍ରଧାନମନ୍ତ୍ରୀ ମୋଦି ଜି ଏହି ଯୋଜନା କୁ ଲୋକାର୍ପଣ କରିଛନ୍ତି। ଏହି ଅବସର ରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଉଦଘାଟନ ସମାରୋହରେ ବିଡ଼ିଓ ସ୍ନେହାପ୍ରଭା ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗଦେଇ ଉପସ୍ଥିତ ସୁଭଦ୍ରା ଯୋଜନା ର ହିତାଧିକାରୀ ଙ୍କୁ ଶୁଭେଚ୍ଛା ଜଣେଇବା ସହ ରାଜ୍ୟରେ ମୋହନ ସରକାର ଦେଇଥିବା ପ୍ରତିଶୃତି ଆଜି ପୁରଣ ହୋଇଛି । ମହିଳା ଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଳି ମତ ପ୍ରକାଶ କରିଛନ୍ତି।ଆଗକୁ ବିକଶିତ ଓଡ଼ିଶା ର ଗଠନ ରେ ଓଡିଶା ବାସୀ ନିଜର ଦାୟିତ୍ୱ ନିଭାଇବା ପାଇଁ ଅନୁରୋଧ କରିଛନ୍ତି। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ତହସିଲଦାର ନବୀନ କିଶୋର ପାଢ଼ୀ ମଞ୍ଚ ରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ମଞ୍ଚ ସଂଯୋଜନା କରିଥିବା ବେଳେ ବିଜେପି ର କର୍ମକର୍ତ୍ତା ଦୁର୍ଗା ପ୍ରଧାନୀ, ତ୍ରିନାଥ ଶବର, ଗରୁଡ଼ ଧ୍ଵଜ ମାଝୀ, ଟେମରା ସରପଞ୍ଚ,କ୍ଷେତିରାମ ପାତ୍ର,ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର, ମହିମା ପଞ୍ଚାୟତ ସମିତି ସଭ୍ୟ ଘନଶ୍ୟାମ ନାଏକ, ବିଜେପି ନେତା ନରେନ୍ଦ୍ର ପ୍ରଧାନୀ,ଶାରଳା ପ୍ରଧାନୀ,ସୁଶିଳ ପାଢ଼ୀ,ପ୍ରମୋଦ ପ୍ରଧାନୀ,ମନୋଜ ନାଏକ,ନବୀନ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ।।କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ଅଧିନସ୍ଥ ମହିଳା କର୍ମଚାରୀ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ର ଶତାଧିକ ମହିଳା ଉପସ୍ଥିତ ରହି ସୁଭଦ୍ରା ଯୋଜନା ର ଅନେକ ଦିଗ ଉପରେ ପରାମର୍ଶ ନେଇଥିଲେ।
।।
The post କୋକସରା ବ୍ଲକ ରେ ସୁଭଦ୍ରା ଯୋଜନା ଲୋକାର୍ପଣ ସମାରୋହ ଅନୁଷ୍ଠିତ। appeared first on Odisha.News.