କୋଟି କୋଟି ଟଙ୍କାର ରତ୍ନପଥର, ରାତି ଅନିଦ୍ରା ହୋଇ ଲୋକେ…

ବଘିଆପଡା,୨୮।୧( ଶ୍ରୀକାନ୍ତ ସାହୁ): ମହାନଦୀରୁ ରତ୍ନପଥର ସଂଗ୍ରହ ନେଇ ୧୯୮୦ ମସିହା ପରେ ବୌଦ୍ଧ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ପ୍ରାୟ ୨୦୦୦ ପର୍ଯ୍ୟନ୍ତ ମହାନଦୀରେ ଜୋରସୋରରେ ଏହି ରତ୍ନପଥର ଖୋଳା କାରବାର ଚାଲିଥିଲା । ବୌଦ୍ଧ ସହରଠାରୁ ହାଟଗାଁ ପର୍ଯ୍ୟନ୍ତ ମହାନଦୀ ଗର୍ଭରୁ ଏହି ରତ୍ନପଥର ସଂଗ୍ରହ କରାଯାଉଥିଲା । ପରେ ରାଜ୍ୟ ଖଣି ବିଭାଗ ପକ୍ଷରୁ ରତ୍ନପଥର ଖୋଳାକୁ ନିଷିଧ କରାଯାଇଥିଲା । ଏବେ ପୁଣିଥରେ ରତ୍ନପଥରକୁ ନେଇ ବୌଦ୍ଧଜିଲା ରାଜ୍ୟବାସୀଙ୍କ […] The post କୋଟି କୋଟି ଟଙ୍କାର ରତ୍ନପଥର, ରାତି ଅନିଦ୍ରା ହୋଇ ଲୋକେ… appeared first on Dharitri Odia News.

କୋଟି କୋଟି ଟଙ୍କାର ରତ୍ନପଥର, ରାତି ଅନିଦ୍ରା ହୋଇ ଲୋକେ…

ବଘିଆପଡା,୨୮।୧( ଶ୍ରୀକାନ୍ତ ସାହୁ): ମହାନଦୀରୁ ରତ୍ନପଥର ସଂଗ୍ରହ ନେଇ ୧୯୮୦ ମସିହା ପରେ ବୌଦ୍ଧ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ପ୍ରାୟ ୨୦୦୦ ପର୍ଯ୍ୟନ୍ତ ମହାନଦୀରେ ଜୋରସୋରରେ ଏହି ରତ୍ନପଥର ଖୋଳା କାରବାର ଚାଲିଥିଲା । ବୌଦ୍ଧ ସହରଠାରୁ ହାଟଗାଁ ପର୍ଯ୍ୟନ୍ତ ମହାନଦୀ ଗର୍ଭରୁ ଏହି ରତ୍ନପଥର ସଂଗ୍ରହ କରାଯାଉଥିଲା । ପରେ ରାଜ୍ୟ ଖଣି ବିଭାଗ ପକ୍ଷରୁ ରତ୍ନପଥର ଖୋଳାକୁ ନିଷିଧ କରାଯାଇଥିଲା ।

ଏବେ ପୁଣିଥରେ ରତ୍ନପଥରକୁ ନେଇ ବୌଦ୍ଧଜିଲା ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ବୌଦ୍ଧଜିଲାର ବଘିଆପଡା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆପଡା ଗ୍ରାମ ନିକଟରେ ଚାଲିଥିବା ଏକ ରାସ୍ତାକାମରେ ମାଟି ପକାଯାଉଥିବାବେଳେ ପୁଳା ପୁଳା ରତ୍ନପଥର ମିଳୁଥିବା ଜଣାଯାଇଛି । ଫଳରେ ରାସ୍ତା କାମକୁ ବନ୍ଦ କରି ସ୍ଥାନୀୟ ଲୋକମାନେ ରାସ୍ତାରୁ ମାଟି ଖୋଳି ରତ୍ନପଥର ସଂଗ୍ରହ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ରତ୍ନ ପଥର ବ୍ୟବସାୟୀମାନେ ପହି ସଂଗୃହୀତ ରତ୍ନପଥରର ମାନ ଓ ମୂଲ୍ୟ ଯାଞ୍ଚ କରୁଥିବାବେଳେ ଖଣି ବିଭାଗ ପାଖରେ କିନ୍ତୁ ଏନେଇ କୌଣସି ସୂଚନା ନଥିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ବ୍ୟବସାୟୀମାନେ ଉକ୍ତ ରତ୍ନପଥରକୁ କିଲୋ ପିଛା ୨୫ ଶହରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ କିଣୁଥିବା ଆଲୋଚନା ହେଉଅଛି । କିନ୍ତୁ ଘଟଣା ସ୍ଥଳରେ ଖଣି ବିଭାଗ କି ସ୍ଥାନୀୟ ପୋଲିସ ପହ ନଥିବା ଜଣାପଡିଛି । ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେଲେ ଏହା ରତ୍ନ ପଥର ନା ଆଉ କିଛି ଜଣାପଡିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।

 

The post କୋଟି କୋଟି ଟଙ୍କାର ରତ୍ନପଥର, ରାତି ଅନିଦ୍ରା ହୋଇ ଲୋକେ… appeared first on Dharitri Odia News.