କୋଟିଆରେ ରଥ ଟାଣିବେ ରାଜସ୍ଵ ମନ୍ତ୍ରୀ

କୋରାପୁଟ: ସୀମାନ୍ତ କୋଟିଆରେ ରଥ ଟାଣିବେ ମନ୍ତ୍ରୀ। ପ୍ରଥମଥର ଲାଗି ରଥଯାତ୍ରାରେ ସାମିଲ ହେବେ ରାଜସ୍ଵ ମନ୍ତ୍ରୀ। ତାଙ୍କ ସହ ଏକାଧିକ ମନ୍ତ୍ରୀ କୋଟିଆ ଯାଇ ରଥଯାତ୍ରାରେ ସାମିଲ ହେବା ନେଇ ସୂଚନା ରହିଛି। ଆସନ୍ତାକାଲି ମହାପ୍ରଭୁଙ୍କର ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା ରହିଛି। ପୁରୀ ରଥ ଯାତ୍ରା ପରଦିନ କୋଟିଆରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଦୀର୍ଘ ଦିନ ହେବ କୋଟିଆକୁ ନେଇ ବିବାଦ ଲାଗି ରହିଛି। କୋଟିଆ ବିବାଦର ସମାଧାନ ପାିଁ ରାଜସ୍ଵ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି […]

କୋଟିଆରେ ରଥ ଟାଣିବେ ରାଜସ୍ଵ ମନ୍ତ୍ରୀ

କୋରାପୁଟ: ସୀମାନ୍ତ କୋଟିଆରେ ରଥ ଟାଣିବେ ମନ୍ତ୍ରୀ। ପ୍ରଥମଥର ଲାଗି ରଥଯାତ୍ରାରେ ସାମିଲ ହେବେ ରାଜସ୍ଵ ମନ୍ତ୍ରୀ। ତାଙ୍କ ସହ ଏକାଧିକ ମନ୍ତ୍ରୀ କୋଟିଆ ଯାଇ ରଥଯାତ୍ରାରେ ସାମିଲ ହେବା ନେଇ ସୂଚନା ରହିଛି। ଆସନ୍ତାକାଲି ମହାପ୍ରଭୁଙ୍କର ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା ରହିଛି। ପୁରୀ ରଥ ଯାତ୍ରା ପରଦିନ କୋଟିଆରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଦୀର୍ଘ ଦିନ ହେବ କୋଟିଆକୁ ନେଇ ବିବାଦ ଲାଗି ରହିଛି। କୋଟିଆ ବିବାଦର ସମାଧାନ ପାିଁ ରାଜସ୍ଵ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ରଥଯାତ୍ରା​‌ରେ ମନ୍ତ୍ରୀ କୋଟିଆ ଯାଉଥିବାବେଳେ , ସେ ନେଇ ସମୀକ୍ଷା କରିପାରନ୍ତି।