ସାପ କାମୁଡ଼ାରେ ଶିଶୁ ପୁତ୍ର ମୃତ
ପାଟଣା : ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବଡମସିଣାବିଲା ଗ୍ରାମରେ ଗତକାଲି ଚିତି ସାପ କାମୁଡ଼ାରେ ଜଣେ ଶିଶୁ ପୁତ୍ର ପ୍ରାଣ ହରାଇଛି। ବଡ଼ମସିଣାବିଲା ଗ୍ରାମର କମଳା କାନ୍ତ ନାଏକ ପରିବାର ସହ ଘରେ ଚଟାଣରେ ଶୋଇଥିବା ସମୟରେ ଅର୍ଦ୍ଧ ରାତ୍ରରେ ତାଙ୍କ ଅଢେଇ ବର୍ଷର ଶିଶୁ ପୁତ୍ର ଜଗଜିତ ନାଏକଙ୍କ ହାତ ଆଙ୍ଗୁଠିକୁ ଏକ ଚିତି ସାପ କାମୁଡି ଦେଇଥିଲା। ଘଟଣା ଜାଣି ଜଗଜିତକୁ ସାଙ୍ଗେ ସାଙ୍ଗେ ଘଟଗାଁ ଓ ପରେ ଜିଲା ମୁଖ୍ୟ […]

ପାଟଣା : ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବଡମସିଣାବିଲା ଗ୍ରାମରେ ଗତକାଲି ଚିତି ସାପ କାମୁଡ଼ାରେ ଜଣେ ଶିଶୁ ପୁତ୍ର ପ୍ରାଣ ହରାଇଛି। ବଡ଼ମସିଣାବିଲା ଗ୍ରାମର କମଳା କାନ୍ତ ନାଏକ ପରିବାର ସହ ଘରେ ଚଟାଣରେ ଶୋଇଥିବା ସମୟରେ ଅର୍ଦ୍ଧ ରାତ୍ରରେ ତାଙ୍କ ଅଢେଇ ବର୍ଷର ଶିଶୁ ପୁତ୍ର ଜଗଜିତ ନାଏକଙ୍କ ହାତ ଆଙ୍ଗୁଠିକୁ ଏକ ଚିତି ସାପ କାମୁଡି ଦେଇଥିଲା। ଘଟଣା ଜାଣି ଜଗଜିତକୁ ସାଙ୍ଗେ ସାଙ୍ଗେ ଘଟଗାଁ ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ରାତ୍ରି ସାଢ଼େ ୪ଟାରେ ଜଗଜିତକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଘଟଗାଁ ଥାନା ଅପମୃତ୍ୟୁ ମାମଲା ୩୪/୨୦୨୪ ମୂଳେ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ କେନ୍ଦୁଝର ଯାଇ ମୃତ ଶିଶୁର ଶବ ବ୍ୟବଚ୍ଛେଦ କରାଇଛନ୍ତି।