ଚାଷୀଙ୍କର ନିଦ ହଜାଇଛି ଦନ୍ତା ; ରାସ୍ତା ଅବରୋଧ କଲେ ଗ୍ରାମବାସୀ
ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ଗୋଗୁଆ, ଜକେଇକଳା, ତଳିତା , ବଡପୋଷ, ବାଘାପାଲି ଏହି ସବୁ ଗ୍ରାମ ସମେତ ଦୁଇଟି ପଞ୍ଚାୟତର ଅନେକ ଗ୍ରାମରେ ଦୁଇଟି ଦନ୍ତାହାତୀ ଦୀର୍ଘ ୬ ମାସରୁ ଉର୍ଦ୍ଧ ହେଲା ଖାଦ୍ୟ ଅନ୍ୱେଷଣରେ ଘର ଭାଙ୍ଗିବା ସହ ପନିପରିବା ନଷ୍ଟ କରିବା ଯୋଗୁ ଚାଷୀଙ୍କର ନିଦ ହଜି ଯାଇଛି । ଯାହା ଫଳରେ ମଙ୍ଗଳବାର ପ୍ରାୟ ପାଞ୍ଚଖଣ୍ଡ ଗ୍ରାମର ଗ୍ରାମବାସୀ ବଣେଇ ଜାଙ୍ଗଲାକୁ ସଂଯୋଗ କରୁଥିବା ରାସ୍ତାର ଜାଙ୍ଗଳା ବ୍ରିଜ […]

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ଗୋଗୁଆ, ଜକେଇକଳା, ତଳିତା , ବଡପୋଷ, ବାଘାପାଲି ଏହି ସବୁ ଗ୍ରାମ ସମେତ ଦୁଇଟି ପଞ୍ଚାୟତର ଅନେକ ଗ୍ରାମରେ ଦୁଇଟି ଦନ୍ତାହାତୀ ଦୀର୍ଘ ୬ ମାସରୁ ଉର୍ଦ୍ଧ ହେଲା ଖାଦ୍ୟ ଅନ୍ୱେଷଣରେ ଘର ଭାଙ୍ଗିବା ସହ ପନିପରିବା ନଷ୍ଟ କରିବା ଯୋଗୁ ଚାଷୀଙ୍କର ନିଦ ହଜି ଯାଇଛି । ଯାହା ଫଳରେ ମଙ୍ଗଳବାର ପ୍ରାୟ ପାଞ୍ଚଖଣ୍ଡ ଗ୍ରାମର ଗ୍ରାମବାସୀ ବଣେଇ ଜାଙ୍ଗଲାକୁ ସଂଯୋଗ କରୁଥିବା ରାସ୍ତାର ଜାଙ୍ଗଳା ବ୍ରିଜ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।
ପୂର୍ବରୁ ଏହି ଦନ୍ତା ହାତୀ ଦୁଇଟି କୁଳି ପୋଷ ରେଞ୍ଜର ବିଭିନ୍ନ ଗ୍ରାମରେ ପନିପରିବା ଚାଷ ନଷ୍ଟ ସହିତ ବ୍ୟାପକ ଘର ଭାଙ୍ଗିଥିଲେ।
ବନ ବିଭାଗ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ତିନି ଦିନ ଭିତରେ କ୍ଷତିପୂରଣ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଲା ପରେ ଯାଇ ରାସ୍ତା ଅବରୋଧରୁ ଓହୋରିବୁ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି।