ବିଶ୍ୱର ୪୬% ଆଜ୍ମା ମୃତ୍ୟୁ ଭାରତରେ ଘଟୁଛି, ପ୍ରତିବର୍ଷ ୨ ଲକ୍ଷ ଲୋକ ହରାଉଛନ୍ତି ଜୀବନ
ନୂଆଦିଲ୍ଲୀ,୩ା୫: ଭାରତରେ ପ୍ରତିବର୍ଷ ହାରାହାରି ୨ ଲକ୍ଷ ଲୋକ ଆଜ୍ମା ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସମଗ୍ର ବିଶ୍ୱରେ ଆଜ୍ମାଜନିତ ମୃତ୍ୟୁର ଏହା ୪୬ ପ୍ରତିଶତ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଏହି ରୋଗକୁ ଯଦି ଆଗୁଆ ଚିହ୍ନଟ କରାଯାଇ ଉପଯୁକ୍ତ ଚିକିତ୍ସା କରାଯାଏ ତେବେ ଆଜ୍ମାରେ କେହି ମରିବେ ନାହିଁ। କାରଣ ଏବେ ଅଧିକ ପ୍ରଭାବୀ ଏବଂ ନିରାପଦ ଚିକିତ୍ସା ପଦ୍ଧତି ବାହାରିଲାଣି ବୋଲି ପୁଣେର ପୁଲ୍ମୋକେୟାର ରିସର୍ଚ୍ଚ ଆଣ୍ଡ ଏଜୁକେଶନ ଫାଉଣ୍ଡେଶନର ନିର୍ଦ୍ଦେଶକ ଡ. […] The post ବିଶ୍ୱର ୪୬% ଆଜ୍ମା ମୃତ୍ୟୁ ଭାରତରେ ଘଟୁଛି, ପ୍ରତିବର୍ଷ ୨ ଲକ୍ଷ ଲୋକ ହରାଉଛନ୍ତି ଜୀବନ appeared first on Dharitri Odia News.
ନୂଆଦିଲ୍ଲୀ,୩ା୫: ଭାରତରେ ପ୍ରତିବର୍ଷ ହାରାହାରି ୨ ଲକ୍ଷ ଲୋକ ଆଜ୍ମା ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସମଗ୍ର ବିଶ୍ୱରେ ଆଜ୍ମାଜନିତ ମୃତ୍ୟୁର ଏହା ୪୬ ପ୍ରତିଶତ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଏହି ରୋଗକୁ ଯଦି ଆଗୁଆ ଚିହ୍ନଟ କରାଯାଇ ଉପଯୁକ୍ତ ଚିକିତ୍ସା କରାଯାଏ ତେବେ ଆଜ୍ମାରେ କେହି ମରିବେ ନାହିଁ। କାରଣ ଏବେ ଅଧିକ ପ୍ରଭାବୀ ଏବଂ ନିରାପଦ ଚିକିତ୍ସା ପଦ୍ଧତି ବାହାରିଲାଣି ବୋଲି ପୁଣେର ପୁଲ୍ମୋକେୟାର ରିସର୍ଚ୍ଚ ଆଣ୍ଡ ଏଜୁକେଶନ ଫାଉଣ୍ଡେଶନର ନିର୍ଦ୍ଦେଶକ ଡ. ସୁନ୍ଦିପ୍ ସାଲ୍ଭି କହିଛନ୍ତି।
ଆସନ୍ତା ୭ ତାରିଖ ବିଶ୍ୱ ଆଜ୍ମା ଦିବସ ପୂର୍ବରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ଗ୍ଲୋବାଲ ବର୍ଡନ ଅଫ୍ ଡିଜିଜ୍, ୨୦୨୧ ରିପୋର୍ଟ ଅନୁଯାୟୀ ବିଶ୍ୱର ମୋଟ ଆଜ୍ମାଜନିତ ମୃତ୍ୟୁର ୪୬ ପ୍ରତିଶତ ଭାରତରେ ଘଟୁଛି। ୨୦୧୯ ରିପୋର୍ଟରେ ଏହି ହାର ୪୩ ପ୍ରତିଶତ ରହିଥିଲା। ସଦ୍ୟ ରିପୋର୍ଟ ଅନୁଯାୟୀ ଭାରତର ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ଆଜ୍ମା ରୋଗୀ ଇନ୍ହେଲ୍ଡ କୋର୍ଟିକୋଷ୍ଟେରଏଡ୍ ବ୍ୟବହାର କରି ନ ଥାନ୍ତି ବୋଲି ଡ. ସାଲଭି କହିଛନ୍ତି। ଏହା ବଦଳରେ ସେମାନେ କେବଳ ବ୍ରୋଙ୍କୋଡିଲେଟର ଡ୍ରଗ୍ ନେଇଥାନ୍ତି, ଯାହା ଅଧିକ ଯନ୍ତ୍ରଣା ଦେବା ସହ ମୃତ୍ୟୁର କାରଣ ହୋଇଥାଏ।
ଆଜ୍ମା ଏକ ବଂଶଗତ ରୋଗ, ଯାହା ପରିବାରର ଅନ୍ୟ ସଦସ୍ୟଙ୍କଠାରୁ ଆସିଥାଏ। ତେବେ ବାୟୁ ପ୍ରଦୂଷଣ ଆଜ୍ମା ସଂକ୍ରମଣକୁ ବଢ଼ାଇଥାଏ। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ଆଜ୍ମାର ସାଧାରଣ ଲକ୍ଷଣ। ଏଥିସହିତ କାଶ, ଛାତି ଯନ୍ତ୍ରଣା, ଛାତିରେ ଏକପ୍ରକାର ଶବ୍ଦ ହେବା ଆଦି ଅନ୍ୟ ଲକ୍ଷଣ ମଧ୍ୟ ଦେଖାଦେଇଥାଏ। ତେବେ ସ୍ପିରୋମେଟ୍ରି ଉପକରଣର ବ୍ୟବହାର ଅଭାବରୁ ଭାରତରେ ଆଜ୍ମାର ନିଦାନ ବହୁତ ଦୁର୍ବଳ। ଭାରତରେ ଅଧିକ ପିଲା ଆଜ୍ମାରେ ଆକ୍ରାନ୍ତ ହେଉଥିବା ଡ. ସାଲ୍ଭି କହିଛନ୍ତି।
The post ବିଶ୍ୱର ୪୬% ଆଜ୍ମା ମୃତ୍ୟୁ ଭାରତରେ ଘଟୁଛି, ପ୍ରତିବର୍ଷ ୨ ଲକ୍ଷ ଲୋକ ହରାଉଛନ୍ତି ଜୀବନ appeared first on Dharitri Odia News.