କୋଟିଏ ଟଙ୍କାର ବିପୁଳ ପରିମାଣର ଗଞ୍ଜେଇ ଜବତ, ମାଫିଆ ଫେରାର

ବୌଦ୍ଧ ୮।୩: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଯୋଡ଼ାଶିଙ୍ଗ ଗ୍ରାମରେ ଚଢାଉ କରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କଲା ମନମୁଣ୍ଡା ପୋଲିସ । ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ବେଳେ ପୋଲିସର ଚଢ଼ଉ । ବାହାର ରାଜ୍ୟକୁ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୧୦ କ୍ବିଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ । ପୋଲିସର ଚଢାଉ ବେଳେ ଫେରାର ମାରିଲେ ଗଞ୍ଜେଇ ମାଫିଆ । ମାମଲା ରୁଜୁ କରି ମନମୁଣ୍ଡା ପୋଲିସ ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଯୋଡ଼ାଶିଙ୍ଗ ଗ୍ରାମରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେବାକୁ ନେଇ ପ୍ରସ୍ତୁତି ଚାଲିଥିବା ବୌଦ୍ଧ ଏସପିଙ୍କୁ କୌଣସି ଏକ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା । ଏସପି ରାଜ ପ୍ରାସାଦଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ SDPO କୁଲଦୀପ ମୀନାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଗଠନ କରାଯାଇ ଉକ୍ତ ସ୍ଥାନରେ ଭାବେ ଚଢାଉ କରାଯାଇଥିଲା । ତେବେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ କରୁଥିବା ଗଞ୍ଜେଇ ଛାଡ଼ି ସେଠାରୁ ମାଫିଆମାନେ ଫେରାର ହୋଇ ଯାଇଥିଲେ ଏବଂ ପୋଲିସ ଉକ୍ତ ଗଞ୍ଜେଇ ଗୁଡ଼ିକୁ ଜବତ କରିଥିଲା । ତେବେ ସେହି ସ୍ଥାନରୁ ୧ ଟନ୍ ୧୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବା ନେଇ ସୂଚନା ମିଳିଛି । ତେବେ ଗଞ୍ଜେଇ ଜବତ କରି ମନମୁଣ୍ଡା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କର

କୋଟିଏ ଟଙ୍କାର ବିପୁଳ ପରିମାଣର ଗଞ୍ଜେଇ ଜବତ, ମାଫିଆ ଫେରାର

ବୌଦ୍ଧ ୮।୩: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଯୋଡ଼ାଶିଙ୍ଗ ଗ୍ରାମରେ ଚଢାଉ କରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କଲା ମନମୁଣ୍ଡା ପୋଲିସ । ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ବେଳେ ପୋଲିସର ଚଢ଼ଉ । ବାହାର ରାଜ୍ୟକୁ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୧୦ କ୍ବିଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ । ପୋଲିସର ଚଢାଉ ବେଳେ ଫେରାର ମାରିଲେ ଗଞ୍ଜେଇ ମାଫିଆ । ମାମଲା ରୁଜୁ କରି ମନମୁଣ୍ଡା ପୋଲିସ ତଦନ୍ତ ଜାରି ରଖିଛି । 

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଯୋଡ଼ାଶିଙ୍ଗ ଗ୍ରାମରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେବାକୁ ନେଇ ପ୍ରସ୍ତୁତି ଚାଲିଥିବା ବୌଦ୍ଧ ଏସପିଙ୍କୁ କୌଣସି ଏକ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା । ଏସପି ରାଜ ପ୍ରାସାଦଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ SDPO କୁଲଦୀପ ମୀନାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଗଠନ କରାଯାଇ ଉକ୍ତ ସ୍ଥାନରେ ଭାବେ ଚଢାଉ କରାଯାଇଥିଲା । ତେବେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ କରୁଥିବା ଗଞ୍ଜେଇ ଛାଡ଼ି ସେଠାରୁ ମାଫିଆମାନେ ଫେରାର ହୋଇ ଯାଇଥିଲେ ଏବଂ ପୋଲିସ ଉକ୍ତ ଗଞ୍ଜେଇ ଗୁଡ଼ିକୁ ଜବତ କରିଥିଲା । ତେବେ ସେହି ସ୍ଥାନରୁ ୧ ଟନ୍ ୧୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବା ନେଇ ସୂଚନା ମିଳିଛି । ତେବେ ଗଞ୍ଜେଇ ଜବତ କରି ମନମୁଣ୍ଡା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ବେଳେ ଫେରାର ଗଞ୍ଜେଇ ମାଫିଆମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ବୌଦ୍ଧ ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।