ଶିଶୁବାଟିକାରେ ନାମଲେଖାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣପତ୍ର
ଦେବଗଡ଼,୨୧।୩(ଶଶାଙ୍କ ଶେଖର ଝାଙ୍କର): ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଜିଲାର ସରକାରୀ ବିଦ୍ୟାଳୟରେ ୫ ବର୍ଷରୁ ଊର୍ଦ୍ଧ୍ୱ ଶିଶୁମାନଙ୍କ ଶିଶୁବାଟିକା ଓ ୬ ବର୍ଷରୁ ଊଦ୍ଧ୍ୱର୍ର୍ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଅଭିଭାବକମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନର ଶୁଭାରମ୍ଭ ହୋଇଛି। ଗୁରୁବାର ପୂର୍ବାହ୍ନରେ ଜିଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ଓ ଜିଲା ଯୋଜନା ସଂଯୋଜକ ତପନ କୁମାର ପ୍ରଧାନ, ଜିଲାପାଳ କବୀନ୍ଦ୍ର କୁମାର ସାହୁ ଓ ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗଙ୍କୁ […] The post ଶିଶୁବାଟିକାରେ ନାମଲେଖାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣପତ୍ର appeared first on Dharitri Odia News.
ଦେବଗଡ଼,୨୧।୩(ଶଶାଙ୍କ ଶେଖର ଝାଙ୍କର): ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଜିଲାର ସରକାରୀ ବିଦ୍ୟାଳୟରେ ୫ ବର୍ଷରୁ ଊର୍ଦ୍ଧ୍ୱ ଶିଶୁମାନଙ୍କ ଶିଶୁବାଟିକା ଓ ୬ ବର୍ଷରୁ ଊଦ୍ଧ୍ୱର୍ର୍ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଅଭିଭାବକମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନର ଶୁଭାରମ୍ଭ ହୋଇଛି। ଗୁରୁବାର ପୂର୍ବାହ୍ନରେ ଜିଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ଓ ଜିଲା ଯୋଜନା ସଂଯୋଜକ ତପନ କୁମାର ପ୍ରଧାନ, ଜିଲାପାଳ କବୀନ୍ଦ୍ର କୁମାର ସାହୁ ଓ ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ଶୁଭାରମ୍ଭ କରିଥିଲେ। ଏହାପରେ ଜିଲା ଶିକ୍ଷା ଅଧିକାରୀ କୁଜୁର ଓ ଜିଲା ଯୋଜନା ସଂଯୋଜକ ପ୍ରଧାନ ପୌରାଞ୍ଚଳ ୧୧ ଓ ୫ ନମ୍ବର ୱାର୍ଡରେ ଅଭିଭାବକମାନଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ ସହ ପ୍ରବେଶ ଉତ୍ସବ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ସମସ୍ତେ ଉପସ୍ଥିତ ରହି ନାମ ଲେଖାଇବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସେହିପରି ବାରକୋଟଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗାୟତ୍ରୀ ସାହୁ, ଡଂରା ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାଧବ ବିଶ୍ୱାଳ, ରିଆମାଳରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଯୁକ୍ତା ସାମଲ, ବନିତା ବେହେରା, ତିଲେଇବଣିଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସିକରେନ୍ଦ୍ର ଛତ୍ରିଆ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ସିଂ, ସାମଡ଼ କଲଣ୍ଡାଠାରେ ସମିତି ସଭ୍ୟ ପ୍ରଦୀପ କୁମାର ପ୍ରଧାନ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହରିପ୍ରିୟା ସାହୁ, ଶୈକ୍ଷିକ ତତ୍ତ୍ୱ ସଂଯୋଜିକା ଜୟଶ୍ରୀ ଅମାତ୍ୟ ଅଭିଭାବକ ନିମନ୍ତେ ନିମନ୍ତ୍ରଣ ପତ୍ର ବଣ୍ଟନ ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ। ପରେ ଅଭିଭାବକମାନଙ୍କ ଘରକୁ ଯାଇ ପ୍ରବେଶ ଉତ୍ସବ ଖଡ଼ିଛୁଆଁରେ ବିଦ୍ୟାଳୟରେ ଶିଶୁ ଉପସ୍ଥିତ ରହି ନାମ ଲେଖାଇବା ନିମନ୍ତେ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ସିଆର୍ସିସି ଚୂଡ଼ାମଣି ସାହୁ, ପ୍ରାଣବନ୍ଧୁ ଘଡେଇ, ବସନ୍ତ କୁମାର ବେହେରା, ଯଦୁମଣି ବେହେରା, କୁମୁଦବନ୍ଧୁ ପ୍ରଧାନ, ସଞ୍ଜୟ ସିଂ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରକାଶ ଥାଉ କି ଚଳିତଶିକ୍ଷା ବର୍ଷ ୪୪୬ଟି ସରକାରୀ ବିଦ୍ୟାଳୟରେ ଶିଶୁ ବଟିକା ଶ୍ରେଣୀରେ ୩୨୨୬ ଓ ପ୍ରଥମ ଶ୍ରେଣୀରେ ୧୯୪୩ ଜଣ ଯୋଗ୍ୟ ଶିଶୁମାନଙ୍କ ଅଭିଭାବକମାନଙ୍କୁ ପ୍ରବେଶ ଉତ୍ସବରେ ନିମନ୍ତ୍ରଣ ପଠାଯିବା ସମଗ୍ର ଶିକ୍ଷା ପକ୍ଷରୁ ବ୍ୟବସ୍ଥା କରାଯିବ। ଏହି ପ୍ରକ୍ରିୟା ଆଗାମୀ ୨୫ ତାରିଖ ସୁଦ୍ଧା ସମାପ୍ତ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।
The post ଶିଶୁବାଟିକାରେ ନାମଲେଖାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣପତ୍ର appeared first on Dharitri Odia News.