କୋରାଇ ଖମଣ ପଞ୍ଚାୟତରେ ଡାଇରିଆ ଆତଙ୍କ, ୫୦ରୁ ଅଧିକ ମେଡିକାଲରେ ଭର୍ତ୍ତି

ଯାଜପୁର ରୋଡ଼ : ଯାଜପୁର ଜିଲ୍ଲା କୋରାଇ ବ୍ଲକ ଖମଣ ପଞ୍ଚାୟତରେ ଡାଇରିଆ ଆତଙ୍କ। ୫୦ରୁ ଅଧିକ ମେଡିକାଲରେ ଭର୍ତ୍ତି। ରାଧାନଗର ପାଟଣା, ଠାକୁର ପାଟଣା, ଗୋଡ଼ିପାଟଣା ଆଦି ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ଏବେ ସୁଦ୍ଧା ୫୦ରୁ ଉର୍ଦ୍ଧ୍ବ ଶିଶୁ, ମହିଳା ଓ ପୁରୁଷ ଡାଇରିଆରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। କେତେକଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।କେଉଁ କାରଣରୁ ଏତେ […] The post କୋରାଇ ଖମଣ ପଞ୍ଚାୟତରେ ଡାଇରିଆ ଆତଙ୍କ, ୫୦ରୁ ଅଧିକ ମେଡିକାଲରେ ଭର୍ତ୍ତି appeared first on KNews Odisha.

କୋରାଇ ଖମଣ ପଞ୍ଚାୟତରେ ଡାଇରିଆ ଆତଙ୍କ, ୫୦ରୁ ଅଧିକ ମେଡିକାଲରେ ଭର୍ତ୍ତି
medical

ଯାଜପୁର ରୋଡ଼ : ଯାଜପୁର ଜିଲ୍ଲା କୋରାଇ ବ୍ଲକ ଖମଣ ପଞ୍ଚାୟତରେ ଡାଇରିଆ ଆତଙ୍କ। ୫୦ରୁ ଅଧିକ ମେଡିକାଲରେ ଭର୍ତ୍ତି। ରାଧାନଗର ପାଟଣା, ଠାକୁର ପାଟଣା, ଗୋଡ଼ିପାଟଣା ଆଦି ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ଏବେ ସୁଦ୍ଧା ୫୦ରୁ ଉର୍ଦ୍ଧ୍ବ ଶିଶୁ, ମହିଳା ଓ ପୁରୁଷ ଡାଇରିଆରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। କେତେକଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।କେଉଁ କାରଣରୁ ଏତେ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଲେ ସ୍ପଷ୍ଟ ହୋଇନି।

କିଛି ଲୋକ ଦହିବରା ଖାଇ ଝାଡ଼ାବାନ୍ତିରେ ପଡିଥିବା କହୁଥିବା ବେଳେ ଗ୍ରାମବାସୀ ମୁଖ୍ୟତଃ ଅସ୍ୱାସ୍ଥ୍ୟକର ପରିବେଶକୁ କାରଣ ଦର୍ଶାଇଛନ୍ତି। ଗାଁ ସାରା ନାଳନର୍ଦ୍ଦମା। କେତେକ ସ୍ଥାନରେ ଡ୍ରେନ କଡ ଦେଇ ଯାଇଥିବା ପାଇପ ଲାଇନ ଭାଙ୍ଗିଯାଇଥିବାରୁ ତା ଭିତରେ ନର୍ଦ୍ଦମାର ଅପରିଷ୍କାର ପାଣି ପଶୁଛି। ଫଳରେ ଡାଇରିଆ ବ୍ୟାପିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଵାସ୍ଥ୍ୟ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ଏହାର ପ୍ରକୃତ କାରଣ ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛି।

The post କୋରାଇ ଖମଣ ପଞ୍ଚାୟତରେ ଡାଇରିଆ ଆତଙ୍କ, ୫୦ରୁ ଅଧିକ ମେଡିକାଲରେ ଭର୍ତ୍ତି appeared first on KNews Odisha.