କୋରାପୁଟ ଜୟପୁରରେ ସୁଟିଂ ହେଲା ତେଲୁଗୁ ଫିଲ୍ମ, ବାହୁବଲି ହିରୋଇନଙ୍କୁ ଦେଖି ଫ୍ୟାନ୍‌ ମତୁଆଲା

କୋରାପୁଟ (କେନ୍ୟୁଜ) : କୋରାପୁଟର ଜୟପୁର ସହର । ରାସ୍ତାଘାଟ ଲୋକ ଗହଳିରେ ପରିପୂର୍ଣ୍ଣ । ଯେମିତି କିଛି ମେଳା ମହୋତ୍ସବ ଚାଲିଛି । ସମସ୍ତେ ଯେମିତି କିଛି ଅପେକ୍ଷାରେ ଅଛନ୍ତି । କାହାକୁ ଚାତକ ଭଳି ଚାହିଁ ରହିଛନ୍ତି । ସେପଟେ ଫିଲ୍ମ ସୁଟିଂ ପାଇଁ ବ୍ୟବସ୍ଥା ଚାଲିଛି । କ୍ୟାମେରା ଠୁ ଆରମ୍ଭ କରି ବିଭିନ୍ନ ସରଞ୍ଜାମ ବୁହା ହେଉଛି । ଦିନ ରାତି ଚାଲିଛି ସୁଟିଂ । ଠିକ୍‌ ସେମିତି ଦିନରେ ହେଉ […] The post କୋରାପୁଟ ଜୟପୁରରେ ସୁଟିଂ ହେଲା ତେଲୁଗୁ ଫିଲ୍ମ, ବାହୁବଲି ହିରୋଇନଙ୍କୁ ଦେଖି ଫ୍ୟାନ୍‌ ମତୁଆଲା appeared first on KNews Odisha.

କୋରାପୁଟ ଜୟପୁରରେ ସୁଟିଂ ହେଲା ତେଲୁଗୁ ଫିଲ୍ମ, ବାହୁବଲି ହିରୋଇନଙ୍କୁ ଦେଖି ଫ୍ୟାନ୍‌ ମତୁଆଲା

କୋରାପୁଟ (କେନ୍ୟୁଜ) : କୋରାପୁଟର ଜୟପୁର ସହର । ରାସ୍ତାଘାଟ ଲୋକ ଗହଳିରେ ପରିପୂର୍ଣ୍ଣ । ଯେମିତି କିଛି ମେଳା ମହୋତ୍ସବ ଚାଲିଛି । ସମସ୍ତେ ଯେମିତି କିଛି ଅପେକ୍ଷାରେ ଅଛନ୍ତି । କାହାକୁ ଚାତକ ଭଳି ଚାହିଁ ରହିଛନ୍ତି । ସେପଟେ ଫିଲ୍ମ ସୁଟିଂ ପାଇଁ ବ୍ୟବସ୍ଥା ଚାଲିଛି । କ୍ୟାମେରା ଠୁ ଆରମ୍ଭ କରି ବିଭିନ୍ନ ସରଞ୍ଜାମ ବୁହା ହେଉଛି । ଦିନ ରାତି ଚାଲିଛି ସୁଟିଂ । ଠିକ୍‌ ସେମିତି ଦିନରେ ହେଉ କି ରାତିରେ ଲୋକ କିନ୍ତୁ ସୁଟିଂ ଦେଖିବାକୁ ବ୍ୟଗ୍ର । କାରଣ ଫିଲ୍ମର ହିରୋଇନ୍‌ ହେଉଛନ୍ତି ଅନୁଷ୍କା ସେଟ୍ଟୀ । ‘ବାହୁବଲି’ର ନାୟିକା ଦେବସେନା । ଏକ ତେଲୁଜୁ ଫିଲ୍ମର ସୁଟିଂ ପାଇଁ ପୂରା ୟୁନିଟ୍‌ ସହ ଜୟପୁର ଆସିଛନ୍ତି । କୋରାପୁଟ ସହରର କୋଲାବ, ପାତ୍ରପୁଟ, ଦେଓମାଳି ଭଳି ଅନେକ ସ୍ଥାନରେ ସୁଟିଂ ହୋଇଛି ।

ପାଞ୍ଚ ଦିନ ଧରି ଚାଲିଥିଲା ଫିଲ୍ମର ସୁଟିଂ । କେବଳ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ନୁହନ୍ତି ତାଙ୍କ ସହିତ ରାମ୍ୟା କ୍ରିଷ୍ଣନ୍‌ ମଧ୍ୟ ଆସିଥିଲେ । ରାମ୍ୟା ବାହୁବଲିରେ ମା’ ଭୂମିକାରେ ନଜର ଆସିଥିଲେ । ଅଭିନେତା ଓ ଅଭିନେତ୍ରୀ ଜୟପୁରର ଏକ ହୋଟେଲରେ ରହିଥିଲେ । ଅନୁଷ୍କା ଓ ରାମ୍ୟାଙ୍କ ଟିକିଏ ଝଲକ ପାଇବାକୁ ବ୍ୟାକୁଳ ଥିଲେ ଲୋକେ । ତେଣୁ ସବୁଠି ପ୍ରବଳ ଭିଡ଼ ଜମିଥିଲା । ତେବେ ସୁଟିଂ ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ କାହାକୁ ବି ଅନୁମତି ମିଳିନଥିଲା । ଏମିତିକି ଗଣମାଧ୍ୟମକୁ ମଧ୍ୟ ବାରଣ କରାଯାଇଥିଲା । ସୁନ୍ଦରୀ ଅନୁଷ୍କା ସେଟ୍ଟୀଙ୍କୁ ଦେଖିବା ପାଇଁ ପିଲା ଠୁ ବୁଢ଼ା ସମସ୍ତ ଭିତରେ ଥିଲା ଅତ୍ୟନ୍ତ ଉତ୍କଣ୍ଠା । ତେବେ ଅନୁଷ୍କା ଯେତେବେଳେ ସୁଟିଂ ପାଇଁ ନିଜ ଗାଡ଼ିରୁ ବାହାରିଲେ ତାଙ୍କ ମୁହଁରେ ମାସ୍କ ଥିଲା । ପୁଣି ତାଙ୍କୁ ଘେରି ରହିଥିଲେ ବଡିଗାର୍ଡ଼ । ତେଣୁ ଦର୍ଶକମାନେ ନିରାଶ ହୋଇଥିଲେ । ଭଲ ଭାବେ ଅନୁଷ୍କାଙ୍କ ଚେହେରା ଦେଖଇ ପାରିନଥିଲେ । ସମସ୍ତଙ୍କର ଇଚ୍ଛା ଥିଲା ତାଙ୍କର ଅଟୋଗ୍ରାଫ ନେବାକୁ, ସେଲଫି ଉଠାଇବାକୁ । ହେଲେ ସେ ଆଶା କେବଳ ଆଶାରେ ରହିଗଲା । ଅବଶ୍ୟ କୋରାପୁଟର ପ୍ରାକୃତିକ ସୋନ୍ଦର୍ଯ୍ୟ ପୂରା ସିନେମା ୟୁନିଟ୍‌ ସହିତ ଅନୁଷ୍କା ଓ ଅନ୍ୟ ଅଭିନେତା ଅଭିନେତ୍ରୀଙ୍କୁ ଆକର୍ଷଣ କରିଥିଲା । ସେମାନେ ଖୁବ୍‌ ପ୍ରଶଂସା କରିଥିଲେ ଏହି ସ୍ଥାନର । ଭବିଷ୍ୟତରେ ମଧ୍ୟ ଏଠାକୁ ଆସି ଫିଲ୍ମ ସୁଟିଂ କରିବେ ବୋଲି କହିଛନ୍ତି । ଏହା ସହିତ ଫ୍ୟାନମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ପୁଣି ସହଯୋଗ ପାଇଁ ପୋଲିସ ଓ ପ୍ରଶାସନକୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

The post କୋରାପୁଟ ଜୟପୁରରେ ସୁଟିଂ ହେଲା ତେଲୁଗୁ ଫିଲ୍ମ, ବାହୁବଲି ହିରୋଇନଙ୍କୁ ଦେଖି ଫ୍ୟାନ୍‌ ମତୁଆଲା appeared first on KNews Odisha.