ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ଘଟଣା, ସରିଲା କମିଶନଙ୍କ ତଦନ୍ତ
ଭୁବନେଶ୍ୱର : ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ଘଟଣାର ସରିଲା ତଦନ୍ତ । ସେଦିନ ରାତିରେ ଘଟିଥିବା ଘଟଣାର ଉଭୟ ପକ୍ଷ କମିଶନଙ୍କ ପାଖରେ ରଖିଥିଲେ । ଏ ନେଇ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ତଦନ୍ତ କମିଶନ ସଚିବ ଶୁଭେନ୍ଦୁ ମହାନ୍ତି ସୂଚନା ଦେଇଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଥିବା ବେଳେ ଆସନ୍ତା ୨୮ ତାରିଖରେ ସୁଦ୍ଧା ତଦନ୍ତ କମିଶନ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ । ଘଟଣାର […] The post ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ଘଟଣା, ସରିଲା କମିଶନଙ୍କ ତଦନ୍ତ appeared first on KNews Odisha.

ଭୁବନେଶ୍ୱର : ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ଘଟଣାର ସରିଲା ତଦନ୍ତ । ସେଦିନ ରାତିରେ ଘଟିଥିବା ଘଟଣାର ଉଭୟ ପକ୍ଷ କମିଶନଙ୍କ ପାଖରେ ରଖିଥିଲେ । ଏ ନେଇ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ତଦନ୍ତ କମିଶନ ସଚିବ ଶୁଭେନ୍ଦୁ ମହାନ୍ତି ସୂଚନା ଦେଇଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଥିବା ବେଳେ ଆସନ୍ତା ୨୮ ତାରିଖରେ ସୁଦ୍ଧା ତଦନ୍ତ କମିଶନ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ।
ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତଦନ୍ତ ପାଇଁ ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ଵରେ କମିଟି ଗଠନ କରିଥିଲେ । ଘଟଣା ସମ୍ପର୍କରେ ନିଜ ମତାମତ ସତ୍ୟପାଠ ମାଧ୍ୟମରେ ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ଏହା ପରେ ୫୦୦ରୁ ଊର୍ଦ୍ଧ୍ବ ସତ୍ୟପାଠ କମିସନଙ୍କ ନିକଟରେ ହସ୍ତଗତ ହୋଇଥିଲା। ସମସ୍ତ ସାକ୍ଷୀ ପ୍ରମାଣ ଓ ସତ୍ୟପାଠ ଯାଞ୍ଚ କରିବା ପରେ ତଦନ୍ତ ଶେଷ ହୋଇଛି ।
Also read: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ଘଟଣାର ସରିଲା ତଦନ୍ତ, ଆସନ୍ତା ୨୬ ରେ ପରବର୍ତ୍ତୀ ଶୁଣାଣି
The post ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ଘଟଣା, ସରିଲା କମିଶନଙ୍କ ତଦନ୍ତ appeared first on KNews Odisha.