ବର୍ଷା ସାଜିଲା କାଳ, କାନ୍ଥ ଭୁଶୁଡ଼ି ୪ ବର୍ଷର ଶିଶୁ ସମେତ ୭ ମୃତ
ହାଇଦ୍ରାବାଦ,୮।୫: ପ୍ରବଳ ବର୍ଷା ହେତୁ ହାଇଦ୍ରାବାଦର ବାଚୁପଲ୍ଲୀ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳର ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ିବା ପରେ ଚାରି ବର୍ଷର ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ପୋଲିସ ଏହି ସୂଚନା ଦେଇଛି। ବାଚୁପଲ୍ଲୀ ପୋଲିସ କହିଛି ଯେ ଏହି ଘଟଣା ମଙ୍ଗଳବାର ରାତିରେ ଘଟିଛି। ଏହି ଦୁଃଖଦ ଘଟଣାରେ ନିହତ ହୋଇଥିବା ଲୋକମାନେ ହେଉଛନ୍ତି ଓଡିଶା ଏବଂ ଛତିଶଗଡରୁ ଆସିଥିବା ପ୍ରବାସୀ ଶ୍ରମିକ। ପୋଲିସ […] The post ବର୍ଷା ସାଜିଲା କାଳ, କାନ୍ଥ ଭୁଶୁଡ଼ି ୪ ବର୍ଷର ଶିଶୁ ସମେତ ୭ ମୃତ appeared first on Dharitri Odia News.
ହାଇଦ୍ରାବାଦ,୮।୫: ପ୍ରବଳ ବର୍ଷା ହେତୁ ହାଇଦ୍ରାବାଦର ବାଚୁପଲ୍ଲୀ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳର ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ିବା ପରେ ଚାରି ବର୍ଷର ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ପୋଲିସ ଏହି ସୂଚନା ଦେଇଛି। ବାଚୁପଲ୍ଲୀ ପୋଲିସ କହିଛି ଯେ ଏହି ଘଟଣା ମଙ୍ଗଳବାର ରାତିରେ ଘଟିଛି। ଏହି ଦୁଃଖଦ ଘଟଣାରେ ନିହତ ହୋଇଥିବା ଲୋକମାନେ ହେଉଛନ୍ତି ଓଡିଶା ଏବଂ ଛତିଶଗଡରୁ ଆସିଥିବା ପ୍ରବାସୀ ଶ୍ରମିକ। ପୋଲିସ କହିଛି, ବୁଧବାର ସକାଳେ ଏକ ମେଶିନ ସାହାଯ୍ୟରେ ଉଦ୍ଧାର କରାଯାଇଥିଲା,।
ମଙ୍ଗଳବାର ହାଇଦ୍ରାବାଦ ଏବଂ ତେଲଙ୍ଗାନାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଜନଜୀବନ ବ୍ୟାହତ ହୋଇଛି। ସହରର ଅନେକ ସ୍ଥାନରେ ଜଳସ୍ତର ବୃଦ୍ଧି ଯୋଗୁ ଟ୍ରାଫିକ ଅବରୋଧ ରହିଥିଲା। ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେଶନ ଅଧିକାରୀଙ୍କ ଅନୁଯାୟୀ ବିପର୍ଯ୍ୟୟ ପ୍ରଶମନ ଫୋର୍ସ (ଡିଆରଏପ୍) ଟିମ ଜଳ ନିଷ୍କାସନ ତଥା ରାସ୍ତାକୁ ସିପଡିଥିବା ଗଛଗୁଡିକୁ ହଟାଇବା ପାଇଁ ନିୟୋଜିତ ହୋଇଛନ୍ତି।
The post ବର୍ଷା ସାଜିଲା କାଳ, କାନ୍ଥ ଭୁଶୁଡ଼ି ୪ ବର୍ଷର ଶିଶୁ ସମେତ ୭ ମୃତ appeared first on Dharitri Odia News.