ହ୍ରାଇଦ୍ରାବାଦରେ ଆଉ ଜଣେ ଦାଦନ ଶ୍ରମିକଙ୍କ ଜୀବନ ଗଲା, ଗାଧୋଇ ସାରି ଗାମୁଛା ଶୁଖାଇବା ବେଳେ…
ପାରଳାଖେମୁଣ୍ଡି,୨୮ା୫(ଗିରିଧାରୀ ପରିଚ୍ଛା): ଶିଳ୍ପ ବିହୀନ ଗଜପତି ଜିଲାରେ ଲୋକେ ନିଜ ନିଜ ଅଞ୍ଚଳରେ କାମଧନ୍ଦା ନ ପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଆଉଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ବୁଧବାର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଶ୍ରମିକ ଜଣେ ହେଲେ ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଖ୍ରୀଷ୍ଟିଆନ ସାହିର ସୁମେଶ ଚନ୍ଦ୍ର ଲିମ୍ମା (୪୦)। କିଛି ବର୍ଷ ତଳେ ସୁମେଶ ପରିବାର ପରିପୋଷଣ ପାଇଁ ହାଇଦ୍ରାବାଦ ସହରର ଏକ ଘରୋଇ କମ୍ପାନୀରେ ମିସ୍ତ୍ରୀ […] The post ହ୍ରାଇଦ୍ରାବାଦରେ ଆଉ ଜଣେ ଦାଦନ ଶ୍ରମିକଙ୍କ ଜୀବନ ଗଲା, ଗାଧୋଇ ସାରି ଗାମୁଛା ଶୁଖାଇବା ବେଳେ… appeared first on Dharitri Odia News.
ପାରଳାଖେମୁଣ୍ଡି,୨୮ା୫(ଗିରିଧାରୀ ପରିଚ୍ଛା): ଶିଳ୍ପ ବିହୀନ ଗଜପତି ଜିଲାରେ ଲୋକେ ନିଜ ନିଜ ଅଞ୍ଚଳରେ କାମଧନ୍ଦା ନ ପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଆଉଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ବୁଧବାର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଶ୍ରମିକ ଜଣେ ହେଲେ ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଖ୍ରୀଷ୍ଟିଆନ ସାହିର ସୁମେଶ ଚନ୍ଦ୍ର ଲିମ୍ମା (୪୦)। କିଛି ବର୍ଷ ତଳେ ସୁମେଶ ପରିବାର ପରିପୋଷଣ ପାଇଁ ହାଇଦ୍ରାବାଦ ସହରର ଏକ ଘରୋଇ କମ୍ପାନୀରେ ମିସ୍ତ୍ରୀ ଭାବେ କାମ କରୁଥିଲେ। ସୁମେଶ ବୁଧବାର ସକାଳ ସାଢ଼େ ଛଟା ବେଳେ ନିତ୍ୟକର୍ମ ସାରି ଓଦା ଗାମୁଛା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଜାଣିବା ପରେ ପଡ଼ୋଶୀ ଘର ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ସେଠାରେ ରହୁଥିବା ଶ୍ରମିକ ମାନେ। ସୁମେଶଙ୍କ ମୃତ୍ୟ ଖବର ଜାଣିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ମୃତ ଶ୍ରମିକଙ୍କ ପରିବାର କହିଲେ ପତ୍ନୀ ପେରିତା ଲିମ୍ମା। ସେହିପରି ପ୍ରତି ବର୍ଷ ଜିଲାର ସଦରମହକୁମା ସହ ବିଭିନ୍ନ ବ୍ଲକର ଅନେକ ସ୍ଥାନର ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଶାସନ ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ଏନେଇ ପରିବାର ଲୋକଙ୍କୁ ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଓ ସୁମେଶଙ୍କ ପରିବାର ଅନୁରୋଧ କରିଛନ୍ତି।
The post ହ୍ରାଇଦ୍ରାବାଦରେ ଆଉ ଜଣେ ଦାଦନ ଶ୍ରମିକଙ୍କ ଜୀବନ ଗଲା, ଗାଧୋଇ ସାରି ଗାମୁଛା ଶୁଖାଇବା ବେଳେ… appeared first on Dharitri Odia News.