କୋରାପୁଟ ଡିଭିଜନ: ୬ ରେଞ୍ଜରେ ୫୪୧୩ ପକ୍ଷୀ ଚିହ୍ନଟ
କୋରାପୁଟ,୧୮ା୧(ଅମିତାଭ ବେହେରା)- କୋରାପୁଟ ବନଖଣ୍ଡ ଅଧିନରେ ଥିବା ୬ ରେଞ୍ଜରେ ବିଭାଗ ପକ୍ଷରୁ ଶନିବାର ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଥିବା ବେଳେ ମୋଟ ୫୪୧୩ ପକ୍ଷୀ ଚିହ୍ନଟ କରାଯାଇଛି। କୋରାପୁଟ ରେଞ୍ଜରେ ୧୮ ପ୍ରକାରର ୨୦୧୨ ପକ୍ଷୀ, ବାଲଡା ରେଞ୍ଜରେ ୨୬ ପ୍ରକାରର ୧୮୫୬ ପକ୍ଷୀ, ନାରାୟଣପାଟଣାରେ ୧୩ ପ୍ରକାରର ୬୧୧ ପକ୍ଷୀ, ଲମତାପୁଟ ରେଞ୍ଜରେ ୧୪ ପ୍ରକାରର ମୋଟ ୪୬୭ ପକ୍ଷୀ,ସେମିଳିଗୁଡ଼ା ରେଞ୍ଜରେ ୧୦ ପ୍ରକାରର ମୋଟ ୪୦୩ ପକ୍ଷୀ ଓ ଲକ୍ଷ୍ମୀପୁର ରେଞ୍ଜରେ […] The post କୋରାପୁଟ ଡିଭିଜନ: ୬ ରେଞ୍ଜରେ ୫୪୧୩ ପକ୍ଷୀ ଚିହ୍ନଟ appeared first on Dharitri Odia News.
କୋରାପୁଟ,୧୮ା୧(ଅମିତାଭ ବେହେରା)- କୋରାପୁଟ ବନଖଣ୍ଡ ଅଧିନରେ ଥିବା ୬ ରେଞ୍ଜରେ ବିଭାଗ ପକ୍ଷରୁ ଶନିବାର ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଥିବା ବେଳେ ମୋଟ ୫୪୧୩ ପକ୍ଷୀ ଚିହ୍ନଟ କରାଯାଇଛି। କୋରାପୁଟ ରେଞ୍ଜରେ ୧୮ ପ୍ରକାରର ୨୦୧୨ ପକ୍ଷୀ, ବାଲଡା ରେଞ୍ଜରେ ୨୬ ପ୍ରକାରର ୧୮୫୬ ପକ୍ଷୀ, ନାରାୟଣପାଟଣାରେ ୧୩ ପ୍ରକାରର ୬୧୧ ପକ୍ଷୀ, ଲମତାପୁଟ ରେଞ୍ଜରେ ୧୪ ପ୍ରକାରର ମୋଟ ୪୬୭ ପକ୍ଷୀ,ସେମିଳିଗୁଡ଼ା ରେଞ୍ଜରେ ୧୦ ପ୍ରକାରର ମୋଟ ୪୦୩ ପକ୍ଷୀ ଓ ଲକ୍ଷ୍ମୀପୁର ରେଞ୍ଜରେ ୩ ପ୍ରକାରର ମୋଟ ୬୪ ପକ୍ଷୀ ଚିହ୍ନଟ ହୋଇଛନ୍ତି। ଗଣନାରେ ୨୫ ଟିମ୍ ସାମିଲ ଥିଲେ। ସେଥିରୁ କୋରାପୁଟ ରେଞ୍ଜରେ ୫ ଟିମ୍, ସେମିଳିଗୁଡାରେ ୬ ଟିମ୍, ନାରାୟଣପାଟଣାରେ ୪ ଟିମ, ଲକ୍ଷ୍ମୀପୁରରେ ୨ ଟିମ୍, ଲମତାପୁଟରେ ୫ ଟିମ୍ ଓ ବାଲଡାରେ ୩ ଟିମ୍ ପକ୍ଷୀ ଗଣନାରେ ସାମିଲ ରହିଥିଲେ। ଟିମ୍ରେ ଜଣେ ଲେଖାଏ ଫରେଷ୍ଟର, ଫରେଷ୍ଠ ଗାର୍ଡ, ୩ ଜଣ ପାରାଫରେଷ୍ଟ କର୍ମଚାରୀ ଓ ଜଣେ ଗଣନାକାରୀଙ୍କ ସହ କ୍ୟାମେରା, ବାଇନାକୁଲର, ଜିପିଏସ କ୍ୟାମେରା ଏବଂ ଜରୁରୀକାଳୀନ ଖାଦ୍ୟ ନେଇ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଥିବା କୋରାପୁଟ ବନଖଣ୍ଡ ଅଧିକାରୀ କେ.ଭି. ଭାସ୍କର ରାଓ ସୂଚନା ଦେଇଛନ୍ତି।
The post କୋରାପୁଟ ଡିଭିଜନ: ୬ ରେଞ୍ଜରେ ୫୪୧୩ ପକ୍ଷୀ ଚିହ୍ନଟ appeared first on Dharitri Odia News.