ବଲାଙ୍ଗୀରରେ ଚାଞ୍ଚଲ୍ୟ: ସ୍ବାମୀର ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୧୯।୭(ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଚୁଲୁଦା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀର ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ୩୫ ବର୍ଷୀୟ ପ୍ରହଲ୍ଲାଦ ମଲ୍ଲିକ ସ୍ତ୍ରୀ ନୀର ମଲ୍ଲିକଙ୍କୁ ଚଢେଇ ମରା ବନ୍ଧୁକରେ ଫାୟାରିଂ କରିଥିଲେ। ଫଳରେ ଗୁଳି ନୀରଙ୍କ ଛାତିରେ ବାଜି ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣାଗଡ଼ ଏବଂ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ […] The post ବଲାଙ୍ଗୀରରେ ଚାଞ୍ଚଲ୍ୟ: ସ୍ବାମୀର ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର appeared first on Dharitri Odia News.

ବଲାଙ୍ଗୀରରେ ଚାଞ୍ଚଲ୍ୟ: ସ୍ବାମୀର ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୧୯।୭(ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଚୁଲୁଦା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀର ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ୩୫ ବର୍ଷୀୟ ପ୍ରହଲ୍ଲାଦ ମଲ୍ଲିକ ସ୍ତ୍ରୀ ନୀର ମଲ୍ଲିକଙ୍କୁ ଚଢେଇ ମରା ବନ୍ଧୁକରେ ଫାୟାରିଂ କରିଥିଲେ। ଫଳରେ ଗୁଳି ନୀରଙ୍କ ଛାତିରେ ବାଜି ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣାଗଡ଼ ଏବଂ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସର୍ଜରୀ ୱାର୍ଡରେ ଚିକିତ୍ସିତ ହେଉଛନ୍ତି।

ଛାତିରେ ଗୁଳି ବାଜିଥିବାରୁ ଅପରେଶନ କରି ଗୁଳି କାଡ଼ାଯିବ ବୋଲି ସୂଚନା ମିଳିଛି। ପାରିବାରିକ କଳହରୁ ସ୍ବାମୀ ପ୍ରହଲ୍ଲାଦ ମଦ ପିଇ ନିଶାସକ୍ତ ଅବସ୍ଥାରେ ଗୁଳିକାଣ୍ଡ କରିଥିବା ଜଣାପଡିଛି।

ଅନ୍ୟପକ୍ଷେ ପାଟଣାଗଡ଼ ପୋଲିସ ସ୍ବାମୀ ପ୍ରହଲ୍ଲାଦଙ୍କୁ ଗିରଫ କରିଛି। ବନ୍ଧୁକରେ ଗୁଳି ଭର୍ତ୍ତି କରୁଥିବା ସମୟରେ, ଫାୟାର ହୋଇ ସ୍ତ୍ରୀଙ୍କ ଛାତିରେ ବାଜିଥିବା ଗିରଫ ସ୍ବାମୀ ପ୍ରହଲ୍ଲାଦ କହିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ବଲାଙ୍ଗୀରରେ ଚାଞ୍ଚଲ୍ୟ: ସ୍ବାମୀର ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର appeared first on Dharitri Odia News.