୧୯ରେ କିଷାନ ଦିବସ ପାଳନ କରିବ ବିଓଆଇ
ଭୁବନେଶ୍ୱର,୧୮।୭ (ଅଭୟ ଦାଶ): ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘କିଷାନ ଦିବସ’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ୟାଙ୍କ ସର୍ବଭାରତୀୟସ୍ତର (ସାରା ଦେଶ) ରେ ଏହି ଦିବସ ପାଳନ କରିବ ବୋଲି ବିଓଆଇ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ,୧୩.୬ ଲକ୍ଷ କୋଟି ଟଙ୍କାର ମୋଟ୍ ବ୍ୟବସାୟ ସହ ୫୧୦୦ରୁ ଅଧିକ ଶାଖା ନେଟ୍ୱର୍କ ଥିବା ବିଓଆଇ ୨୦୨୪ ଜୁଲାଇ ୧୯ରେ କିଷାନ ଦିବସ ପାଳନ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ […] The post ୧୯ରେ କିଷାନ ଦିବସ ପାଳନ କରିବ ବିଓଆଇ appeared first on Dharitri Odia News.
ଭୁବନେଶ୍ୱର,୧୮।୭ (ଅଭୟ ଦାଶ): ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘କିଷାନ ଦିବସ’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ୟାଙ୍କ ସର୍ବଭାରତୀୟସ୍ତର (ସାରା ଦେଶ) ରେ ଏହି ଦିବସ ପାଳନ କରିବ ବୋଲି ବିଓଆଇ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ,୧୩.୬ ଲକ୍ଷ କୋଟି ଟଙ୍କାର ମୋଟ୍ ବ୍ୟବସାୟ ସହ ୫୧୦୦ରୁ ଅଧିକ ଶାଖା ନେଟ୍ୱର୍କ ଥିବା ବିଓଆଇ ୨୦୨୪ ଜୁଲାଇ ୧୯ରେ କିଷାନ ଦିବସ ପାଳନ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବିଓଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି.ଆର୍.ରାଜାଗୋପାଳ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେହିଭଳି ରାଜାଗୋପାଳ ବିଓଆଇର ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟଙ୍କ ସମେତ ବ୍ୟାଙ୍କର ୪ଟି ଅଞ୍ଚଳ ଯଥା ବାରିପଦା, ଭୁବନେଶ୍ୱର, କେନ୍ଦୁଝର ଏବଂ ସମ୍ବଲପୁର ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏପରିକି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟକ୍ରମ ପୁରୀର ପିପିଲିଠାରେ ଅନୁଷ୍ଠିତ ହେବ ବୋଲି ବିଓଆଇ ପକ୍ଷରୁ କୁହାଯାଇଛି।
The post ୧୯ରେ କିଷାନ ଦିବସ ପାଳନ କରିବ ବିଓଆଇ appeared first on Dharitri Odia News.