ସିରିଜ ଦୁର୍ଘଟଣା: ବସକୁ ପିଟିଲା ହାଇୱା-କଣ୍ଟେନର, ୧୨ ଆହତ

ଭଦ୍ରକ, ୧।୩(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ ଛତାବର ନିକଟରେ ଟାୟାର ପମ୍ପଚର ହୋଇଥିବା ଏକ ଟୁରିଷ୍ଟ ବସ ରାସ୍ତାରେ ଛିଡା ହୋଇଥିବା ସମୟରେ ପଛ ପଟୁ ଧକ୍କା ଦେଲା ଏକ ହାଇୱା ଓ ପରେ ପୁଣି ଧକ୍କା ଦେଲା ଏକ କଣ୍ଟେନର l ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଟାଟାରୁ ତୀର୍ଥଯାତ୍ରୀ ନେଇ ପୁରୀ ଅଭିମୁଖେ ଯାଉଥିବା ନିନି ନାମକ (ନଂଓଡି୧୧ଓ୧୯୧୫) […] The post ସିରିଜ ଦୁର୍ଘଟଣା: ବସକୁ ପିଟିଲା ହାଇୱା-କଣ୍ଟେନର, ୧୨ ଆହତ appeared first on Dharitri Odia News.

ସିରିଜ ଦୁର୍ଘଟଣା: ବସକୁ ପିଟିଲା ହାଇୱା-କଣ୍ଟେନର, ୧୨ ଆହତ

ଭଦ୍ରକ, ୧।୩(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ ଛତାବର ନିକଟରେ ଟାୟାର ପମ୍ପଚର ହୋଇଥିବା ଏକ ଟୁରିଷ୍ଟ ବସ ରାସ୍ତାରେ ଛିଡା ହୋଇଥିବା ସମୟରେ ପଛ ପଟୁ ଧକ୍କା ଦେଲା ଏକ ହାଇୱା ଓ ପରେ ପୁଣି ଧକ୍କା ଦେଲା ଏକ କଣ୍ଟେନର l ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି।
ସୂଚନା ମୁତାବକ, ଟାଟାରୁ ତୀର୍ଥଯାତ୍ରୀ ନେଇ ପୁରୀ ଅଭିମୁଖେ ଯାଉଥିବା ନିନି ନାମକ (ନଂଓଡି୧୧ଓ୧୯୧୫) ବସ ଛତାବର ନିକଟରେ ଟାୟାର ପାମ୍ପଚର ହେବାରୁ ରାସ୍ତା କଡ଼ରେ ଛିଡା କରି ଚକ ବଦଳାଉ ଥିଲେ। ଏହି ସମୟରେ ଏକ ବାଲି ବୋଝେଇ ହାଇୱା ଆସି ଧକ୍କା ଦେଇଥିଲା l ତାର କିଛି ସମୟ ପରେ ଆଉ ଏକ କଣ୍ଟେନର ଆସି ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୨ ଜଣ ଆହତଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ୭ଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଭଣ୍ଡାରିପୋଖରୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିଥିଲେ। ଆହତ ଲୋକମାନଙ୍କୁ ଭଦ୍ରକ ମେଡିକାଲରେ ଭେଟିଛନ୍ତି ଜିଲାପାଳ ଦିଲ୍ଲୀପ ରାଉତରାଏ। ସେମାନଙ୍କର ଚିକିତ୍ସା କଥା ପଚାରି ବୁଝିବା ସହ ସେମାନଙ୍କ ପରିବାର ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି l ବାକି ତୀର୍ଥ ଯାତ୍ରୀମାନେ ଯିବା ପାଇଁ ପ୍ରଶାସନ ପକ୍ଷରୁ ଅନ୍ୟ ଏକ ବସର ବ୍ୟବସ୍ଥା କରାଯାଉଛି l

The post ସିରିଜ ଦୁର୍ଘଟଣା: ବସକୁ ପିଟିଲା ହାଇୱା-କଣ୍ଟେନର, ୧୨ ଆହତ appeared first on Dharitri Odia News.