୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ୨୭ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ନିର୍ଦ୍ଦେଶ
ଭୁବନେଶ୍ବର: ବିଧାୟକ ପଦରେ ଥାଇ ଦଳ ଛାଡ଼ିବାକୁ ନେଇ ୪ ବିଧାୟକଙ୍କୁ ବିଧାନସଭା ତରଫରୁ ନୋଟିସ୍ ଜାରି। ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଆବେଦନ ଆଧାରରେ ଚାରି ବିଧାୟକଙ୍କ ନୋଟିସ୍ ଜାରି କରାଯାଇଛି। ଏହି ଚାରି ବିଧାୟକ ହେଉଛନ୍ତି ନିମାପଡ଼ାର ପୂର୍ବତନ ବିଧାୟକ ସମୀର ଦାଶ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଏବଂ ସୋରର ପର୍ଶୁରାମ ଧଡ଼ା। ତେବେ କାହିଁକି ଏମାନଙ୍କ ବିଧାୟକ ପଦ ରଦ୍ଦ ନହେବ ? ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ କୁହାଯାଇଛି। ସୂଚନାଥାଉକି, ଚଳିତ ନିର୍ବାଚନ ପୂର୍ବରୁ ଅନେକ ନେତିା ଦଳବଦଳ କରିଛନ୍ତି। ଏହି କ୍ରମରେ ବିଜେଡିରେ ଅନେକ ନେତା ମଧ୍ୟ ଦଳ ଛାଡ଼ିଛନ୍ତି। ଯାହାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଆଉ ଏହାକୁ ନେଇ ଦଳବଦଳ ଆଇନ୍ ଅନୁଯାୟୀ ବିଧାନସଭାରେ ଅଭିଯୋଗ ପରେ ଦଳବଦଳ ଆଇନ୍ ଅନୁଯାୟୀ, କାରଣ ଦର୍ଶାଅ ନୋଟିସ୍ କରିଛନ୍ତି ବାଚସ୍ପତିଙ୍କ କାର୍ଯ୍ୟାଳୟ।
ଭୁବନେଶ୍ବର: ବିଧାୟକ ପଦରେ ଥାଇ ଦଳ ଛାଡ଼ିବାକୁ ନେଇ ୪ ବିଧାୟକଙ୍କୁ ବିଧାନସଭା ତରଫରୁ ନୋଟିସ୍ ଜାରି। ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଆବେଦନ ଆଧାରରେ ଚାରି ବିଧାୟକଙ୍କ ନୋଟିସ୍ ଜାରି କରାଯାଇଛି।
ଏହି ଚାରି ବିଧାୟକ ହେଉଛନ୍ତି ନିମାପଡ଼ାର ପୂର୍ବତନ ବିଧାୟକ ସମୀର ଦାଶ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଏବଂ ସୋରର ପର୍ଶୁରାମ ଧଡ଼ା। ତେବେ କାହିଁକି ଏମାନଙ୍କ ବିଧାୟକ ପଦ ରଦ୍ଦ ନହେବ ? ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ କୁହାଯାଇଛି।
ସୂଚନାଥାଉକି, ଚଳିତ ନିର୍ବାଚନ ପୂର୍ବରୁ ଅନେକ ନେତିା ଦଳବଦଳ କରିଛନ୍ତି। ଏହି କ୍ରମରେ ବିଜେଡିରେ ଅନେକ ନେତା ମଧ୍ୟ ଦଳ ଛାଡ଼ିଛନ୍ତି। ଯାହାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଆଉ ଏହାକୁ ନେଇ ଦଳବଦଳ ଆଇନ୍ ଅନୁଯାୟୀ ବିଧାନସଭାରେ ଅଭିଯୋଗ ପରେ ଦଳବଦଳ ଆଇନ୍ ଅନୁଯାୟୀ, କାରଣ ଦର୍ଶାଅ ନୋଟିସ୍ କରିଛନ୍ତି ବାଚସ୍ପତିଙ୍କ କାର୍ଯ୍ୟାଳୟ।