କୋରାପୁଟ ବୋରିଗୁମ୍ମାରେ ଅଘଟଣ: କୁନି ଝିଅକୁ ଝୁଣି ମାରିଦେଲେ ବୁଲା କୁକୁର

କନକ ବ୍ୟୁରୋ : ବୁଲା କୁକୁର ଝୁଣି ମାରିଦେଲେ କୁନି ଝିଅକୁ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କୋରାପୁଟ ବୋରିଗୁମ୍ମା ଥାନା ଅନ୍ତର୍ଗତ ଫୁଫୁଗାଁରେ। ଆଜି ଦିନ ଦ୍ୱିପ୍ରହରରେ ଚାନ୍ଦିନୀ ହରିଜନ ନିଜ ଭାଇ ସହ ଘର ନିକଟରେ ଥିବା ଜମିରେ ଖେଳିବାକୁ ଯାଇଥିଲେ ।  ସେହି ସମୟରେ ଚାରିରୁ ପାଞ୍ଚଟି ବୁଲା କୁକୁର ଆସି ପ୍ରଥମେ ଚାନ୍ଦିନୀକୁ ଆକ୍ରମଣ କରିଥିଲେ ଭାଇ ଭୟରେ ସେହି ସ୍ଥାନରୁ ଦୌଡ଼ି ପଳେଇ ଆସି ଗାଁରେ ଖବର ଦେଇଥିଲା । ସଙ୍ଗେ ସଙ୍ଗେ କିଛି ଲୋକ କୁକୁରଙ୍କୁ ଗୋଡାଇବା ପରେ ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି କୁମୁଲିପୁଟ ମେଡ଼ିକାଲକୁ ନେଇଥିଲେ । କିନ୍ତୁ ଡାକ୍ତର ଚାନ୍ଦିନୀଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ ଚାନ୍ଦିନୀ ଫୁପୁଗାଁ ରେ ନିଜ ଅଜା ଆଈଙ୍କ ଘରେ ରହି ପାଠ ପଢୁଥିଲା।କୁନି ଝିଅର ଏଭଳି ଘଟଣା କୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି।