କୋରାପୁଟରେ ପୁଣି ବଳଦ ଦଣ୍ଡ: ପ୍ରେମ ବିବାହ ପରେ ଯୁବକ-ଯୁବତୀଙ୍କୁ ଅମାନବୀୟ ଶାସ୍ତି
କୋରାପୁଟ,୧୩ା୭(ଅମିତାଭ ବେହେରା /ରାଜ କିଶର ଯେନା ): ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ପରେ କୋରାପୁଟ ଜିଲାରେ ଦେଖିବାକୁ ମିଳିଛି ଗାଁ ଦାଣ୍ଡରେ ବଳଦ ଦଣ୍ଡ। ଭାଇ ଭଉଣି ସମ୍ପର୍କରେ ମଧ୍ୟରେ ପ୍ରେମ ସମ୍ପର୍କ ରଖିଥିବାରୁ ଯୁବକ ଯୁବତୀଙ୍କୁ ଦିଆଗଲା ଦଣ୍ଡ। ଗାଁ ଦାଣ୍ଡରେ ଉଭୟଙ୍କୁ ଜୁଆଳି ବାନ୍ଧି ହଳ କରାଇଛନ୍ତି ଗ୍ରାମବାସୀ। ପରେ ଉଭୟଙ୍କୁ ଶୁଦ୍ଧି କରାଯାଇଛି। ଏଭଳି ଘଟଣା କୋରାପୁଟ ଜିଲାର ନାରାୟଣପାଟଣା ବ୍ଳକ୍ ବରଗି ପଞ୍ଚାୟତ ପେଦାଇଟିକି ଗ୍ରାମରେ ଘଟିଯାଇଛି। ରାୟଗଡ଼ା ଜିଲାରେ ସମାନ […] The post କୋରାପୁଟରେ ପୁଣି ବଳଦ ଦଣ୍ଡ: ପ୍ରେମ ବିବାହ ପରେ ଯୁବକ-ଯୁବତୀଙ୍କୁ ଅମାନବୀୟ ଶାସ୍ତି appeared first on Dharitri Odia News.
କୋରାପୁଟ,୧୩ା୭(ଅମିତାଭ ବେହେରା /ରାଜ କିଶର ଯେନା ): ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ପରେ କୋରାପୁଟ ଜିଲାରେ ଦେଖିବାକୁ ମିଳିଛି ଗାଁ ଦାଣ୍ଡରେ ବଳଦ ଦଣ୍ଡ। ଭାଇ ଭଉଣି ସମ୍ପର୍କରେ ମଧ୍ୟରେ ପ୍ରେମ ସମ୍ପର୍କ ରଖିଥିବାରୁ ଯୁବକ ଯୁବତୀଙ୍କୁ ଦିଆଗଲା ଦଣ୍ଡ। ଗାଁ ଦାଣ୍ଡରେ ଉଭୟଙ୍କୁ ଜୁଆଳି ବାନ୍ଧି ହଳ କରାଇଛନ୍ତି ଗ୍ରାମବାସୀ। ପରେ ଉଭୟଙ୍କୁ ଶୁଦ୍ଧି କରାଯାଇଛି। ଏଭଳି ଘଟଣା କୋରାପୁଟ ଜିଲାର ନାରାୟଣପାଟଣା ବ୍ଳକ୍ ବରଗି ପଞ୍ଚାୟତ ପେଦାଇଟିକି ଗ୍ରାମରେ ଘଟିଯାଇଛି।
ରାୟଗଡ଼ା ଜିଲାରେ ସମାନ ଘଟଣା ସାମ୍ନାକୁ ଆସିଲା ପରେ କୋରାପୁଟ ଜିଲ୍ଲାର ଏହି ଭିଡିଓ ଭାଇରାଲ ହୋଇଛି। ପ୍ରାଥମିକ ସୂଚନାରୁ ଘଟଣା କିଛି ଦିନ ତଳେ ଘଟିଥିବା ଜଣାପଡିଛି। ଗ୍ରାମରେ ଜଣେ ଯୁବକ ନିଜ ସମ୍ପର୍କୀୟ ଭଉଣୀ ସହ ପ୍ରେମ ସମ୍ପର୍କ ରଖି ଧରା ପଡିବା ପରେ ଆଦିବାସୀ ସମାଜର ପ୍ରଥା ଅନୁସାରେ ଏଭଳି ଦଣ୍ଡ ଦିଆଯାଇଥିବା ଜଣାପଡିଛି। ପ୍ରଥା ପାଳନ କରିବାକୁ ଯାଇ ଅମାନବୀୟ କାର୍ଯ୍ୟ କରୁଛି ଯାହାକୁ ସଭ୍ୟ ସମାଜରେ ନିନ୍ଦା କରାଯାଇଛି। ପେଦା ଇଟିକି ଗ୍ରାମର ପୁଅ ନରି ପଡ଼ିକା ଝିଅ ଆସ ପଡ଼ିକା ପେଡା ଇଟିକି ଗ୍ରାମର ବୋଲି ସୂଚନା ମିଳିଛି।
ଦୁହେଁ ଦୀର୍ଘ ଦିନ ଧରି ଭଲ ପାଇଁ ବାହା ହୋଈ ବାହାର ପଳାଇ ଥିଲେ ସେମାଙ୍କୁ ନୀଜର ବନ୍ଧୁ ବାନ୍ଧବ ଡକେଇଥିଲେ ପରେ ଗାଁକୁ ଆସିବା ପରେ ଗାଁ ମଝୀରେ ସମସ୍ତଙ୍କ ଉପସ୍ଥିତ ରେ ଉଭୟଙ୍କୁ ଜୁଆଡ଼ି ପକାଇ ହଳ କରୁଥୁବା ଚିତ୍ର ସାମ୍ନକୁ ଆସିଛି। ଏପରି ଘଟଣା ଚାଲୁଥିବାବେଳେ କିଛି ଯୁବବର୍ଗ ମୋବାଇଲରେ ଭିଡିଓ ଉଠାଇ ଏହାର ମଜା ନେଉଥିବା ଦେଖିବାକୁ ମିଳିଥିଲା। ଆଧୁନିକତାର ସ୍ପର୍ଶରେ ଆଜି ମଣିଷ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରୁଥିବାବେଳେ ଆଜି ବି କେତକ ଗ୍ରାମରେ ପାରମ୍ପରିକ ପ୍ରଥା ବଳଦ ଦଣ୍ଡ ଚାଲି ଆସିଛି। ତାହା ଯୁବବର୍ଗ ପାଇଁ ଅଡୁଆରେ ପକାଉଛି।
The post କୋରାପୁଟରେ ପୁଣି ବଳଦ ଦଣ୍ଡ: ପ୍ରେମ ବିବାହ ପରେ ଯୁବକ-ଯୁବତୀଙ୍କୁ ଅମାନବୀୟ ଶାସ୍ତି appeared first on Dharitri Odia News.