କୋର୍ଟଙ୍କ କଡା ନିର୍ଦ୍ଦେଶ, ଭବିଷ୍ୟତରେ ରାମ ରହିମଙ୍କୁ ମିଳିବ ନାହିଁ ପାରୋଲ
ଚଣ୍ଡିଗଡ଼,୨୯।୨: ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ବାରମ୍ବାର ପାରୋଲ ପ୍ରଦାନ ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କଠୋରତା ପ୍ରଦର୍ଶନ କରିଛନ୍ତି। ଭବିଷ୍ୟତରେ କୋର୍ଟଙ୍କ ଅନୁମତି ବିନା ରାମ ରହିମଙ୍କୁ ପାରୋଲ ଦିଆଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ରାମ ରହିମଙ୍କ ପାରୋଲ ମାର୍ଚ୍ଚ ୧୦ରେ ଶେଷ ହେଉଛି ଏବଂ ସେହି ଦିନ ଡେରା ମୁଖ୍ୟଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଛି। ହାଇକୋର୍ଟରେ ଶୁଣାଣି ସମୟରେ ବେଞ୍ଚ ହରିୟାଣା ସରକାରଙ୍କୁ କହିଥିଲେ ଯେ […] The post କୋର୍ଟଙ୍କ କଡା ନିର୍ଦ୍ଦେଶ, ଭବିଷ୍ୟତରେ ରାମ ରହିମଙ୍କୁ ମିଳିବ ନାହିଁ ପାରୋଲ appeared first on Dharitri Odia News.
ଚଣ୍ଡିଗଡ଼,୨୯।୨: ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ବାରମ୍ବାର ପାରୋଲ ପ୍ରଦାନ ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କଠୋରତା ପ୍ରଦର୍ଶନ କରିଛନ୍ତି। ଭବିଷ୍ୟତରେ କୋର୍ଟଙ୍କ ଅନୁମତି ବିନା ରାମ ରହିମଙ୍କୁ ପାରୋଲ ଦିଆଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ରାମ ରହିମଙ୍କ ପାରୋଲ ମାର୍ଚ୍ଚ ୧୦ରେ ଶେଷ ହେଉଛି ଏବଂ ସେହି ଦିନ ଡେରା ମୁଖ୍ୟଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଛି।
ହାଇକୋର୍ଟରେ ଶୁଣାଣି ସମୟରେ ବେଞ୍ଚ ହରିୟାଣା ସରକାରଙ୍କୁ କହିଥିଲେ ଯେ ଡେରା ମୁଖ୍ୟ ରାମ ରହିମଙ୍କ ପରି ଅନ୍ୟ କଏଦୀଙ୍କୁ ସମାନ ଢଙ୍ଗରେ ପାରୋଲ ଦିଆଯାଇଛି। ହାଇକୋର୍ଟ ହରିୟାଣା ସରକାରଙ୍କଠାରୁ ସୂଚନା ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣିରେ ସୂଚନା ଦିଆଯିବା ଉଚିତ ବୋଲି କୋର୍ଟ କହିଛନ୍ତି।
ହାଇକୋର୍ଟରେ ଡେରା ମୁଖ୍ୟ ରାମ ରହିମଙ୍କୁ ଦିଆଯାଇଥିବା ପାରୋଲକୁ ଏସଜିପିସି ଚ୍ୟାଲେଞ୍ଜ କରିଥିଲା। ଏସଜିବିସି କହିଛି ଯେ ଡେରା ମୁଖ୍ୟ ରାମ ରହିମଙ୍କ ବିରୋଧରେ ଅନେକ ଗୁରୁତର ମାମଲା ରୁଜୁ ହୋଇଛି ଏବଂ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ସତ୍ତ୍ୱେ ହରିୟାଣା ସରକାର ଡେରା ମୁଖ୍ୟଙ୍କୁ ପାରୋଲ ଦେଉଛନ୍ତି ଯାହା ସମ୍ପୂର୍ଣ୍ଣ ଭୁଲ ଅଟେ। ତେଣୁ ଡେରା ମୁଖ୍ୟଙ୍କୁ ଦିଆଯାଇଥିବା ପାରୋଲକୁ ବାତିଲ କରାଯିବା ଉଚିତ।
ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂଙ୍କୁ ଜାନୁଆରୀ ୧୯ ରେ ୫୦ଦିନ ପାରୋଲ ଦିଆଯାଇଥିଲା। ଏହାପୂର୍ବରୁ, ନଭେମ୍ବର ୨୦୨୩ ରେ ତାଙ୍କୁ ୨୧ ଦିନ ପାଇଁ ପାରୋଲ ଦିଆଯାଇଥିଲା। ଏହା ପରେ ସେ ଗତ ବର୍ଷ ନଭେମ୍ବର ୨୧ ରେ ହରିୟାଣାର ରୋହତକ ଜିଲାର ସୁନାରିଆ ଜେଲରୁ ବାହାରିଥିଲେ। ୨୦୨୩ରେ ରାମ ରହିମଙ୍କୁ ତୃତୀୟ ଥର ପାରୋଲ ମିଳିଥିଲା।
The post କୋର୍ଟଙ୍କ କଡା ନିର୍ଦ୍ଦେଶ, ଭବିଷ୍ୟତରେ ରାମ ରହିମଙ୍କୁ ମିଳିବ ନାହିଁ ପାରୋଲ appeared first on Dharitri Odia News.