କୋର୍ଟରୁ ବାହାରିବାବେଳେ ଯୁବକଙ୍କୁ ଅପହରଣ
ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ କୋର୍ଟ ସମ୍ମୁଖରୁ ଶୁକ୍ରବାର ଦ୍ୱିପ୍ରହରରେ ଝାରସୁଗୁଡ଼ାର ନିରଞ୍ଜନ ସୁନାଙ୍କୁ ଅପହରଣ କରି ମାରପିଟ୍ କରିବା ପରେ ବିଳମ୍ବିତ ରାତିରେ ଥାନାରେ ଛାଡ଼ି ଦିଆଯାଇଛି। ଏ ନେଇ ନିରଞ୍ଜନଙ୍କ ଭଉଣୀ ଅନୀତାଙ୍କ ଏତଲାକୁ ଭିତ୍ତି କରି ବରଗଡ଼ ଟାଉନ ଥାନା ପୋଲିସ ସ୍ଥାନୀୟ ସହର ବାସିନ୍ଦା ମମତା ଅଗ୍ରୱାଲ ଏବଂ ତାଙ୍କ ସ୍ବାମୀ ଦିନେଶଙ୍କ ବିରୋଧରେ ଏକ ମାମଲା(ନଂ-୧୪୪/୨୫) ରୁଜୁ କରିଛି। ଅନ୍ୟପଟେ ଏକ ବିଚାରାଧୀନ ମାମଲାକୁ ନେଇ ବିଚାରପତିଙ୍କ ଆଗରେ ନିଜ ପକ୍ଷ […] The post କୋର୍ଟରୁ ବାହାରିବାବେଳେ ଯୁବକଙ୍କୁ ଅପହରଣ appeared first on Dharitri Odia News.
ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ କୋର୍ଟ ସମ୍ମୁଖରୁ ଶୁକ୍ରବାର ଦ୍ୱିପ୍ରହରରେ ଝାରସୁଗୁଡ଼ାର ନିରଞ୍ଜନ ସୁନାଙ୍କୁ ଅପହରଣ କରି ମାରପିଟ୍ କରିବା ପରେ ବିଳମ୍ବିତ ରାତିରେ ଥାନାରେ ଛାଡ଼ି ଦିଆଯାଇଛି। ଏ ନେଇ ନିରଞ୍ଜନଙ୍କ ଭଉଣୀ ଅନୀତାଙ୍କ ଏତଲାକୁ ଭିତ୍ତି କରି ବରଗଡ଼ ଟାଉନ ଥାନା ପୋଲିସ ସ୍ଥାନୀୟ ସହର ବାସିନ୍ଦା ମମତା ଅଗ୍ରୱାଲ ଏବଂ ତାଙ୍କ ସ୍ବାମୀ ଦିନେଶଙ୍କ ବିରୋଧରେ ଏକ ମାମଲା(ନଂ-୧୪୪/୨୫) ରୁଜୁ କରିଛି। ଅନ୍ୟପଟେ ଏକ ବିଚାରାଧୀନ ମାମଲାକୁ ନେଇ ବିଚାରପତିଙ୍କ ଆଗରେ ନିଜ ପକ୍ଷ ରଖି ବାହାରିବା ପରେ କୋର୍ଟ ସମ୍ମୁଖରେ ସଂଘଟିତ ଏହି ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିବାବେଳେ ଏ ନେଇ ଏକ ଅପହରଣ ମାମଲା ରୁଜୁ ହୋଇଛି ଏବଂ ଉକ୍ତ ଘଟଣାର ତଦନ୍ତ ଚାଲିଛି ବୋଲି ଟାଉନ ଥାନା ଆଇଆଇସି ସତ୍ୟଜିତ୍ କଣ୍ଡାନକେଲ କହିଛନ୍ତି।
ସୂଚନା ଅନୁଯାୟୀ, ନିରଞ୍ଜନଙ୍କ ବିରୋଧରେ ମମତା ଚେକ୍ ବାଉନ୍ସ ନେଇ ଆଣିଥିବା ମାମଲା ବରଗଡ଼ କୋର୍ଟରେ ବିଚାରାଧୀନ ରହିଛି। ଏହି ମାମଲାକୁ ନେଇ କୋର୍ଟରେ ନିଜ ପକ୍ଷ ରଖିବାକୁ ବିଚାରପତି ନିର୍ଦ୍ଦେଶ ଦେଇଥିଲେ। ନିରଞ୍ଜନ ଶୁକ୍ରବାର ବରଗଡ଼ କୋର୍ଟକୁ ଆସି ଓକିଲଙ୍କ ଉପସ୍ଥିତିରେ ବିଚାରପତିଙ୍କ ଆଗରେ ପକ୍ଷ ରଖିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସେ କୋର୍ଟରୁ ବାହାରି କୋର୍ଟ ସମ୍ମୁଖରେ ଥିବା ଏକ ଚା ଦୋକାନରେ ଛିଡ଼ା ହୋଇଥିଲେ। ସେତେବେଳେ ମମତା ତାଙ୍କୁ ଡାକିଥିଲେ ଏବଂ ତାଙ୍କ ସ୍ବାମୀ ଦିନେଶଙ୍କ ସହିତ ମାରପିଟ୍ କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ କେତେଜଣ ଯୁବକ ସଂଘବଦ୍ଧ ଭାବେ ସେଠାକୁ ବାଇକ୍ରେ ଆସି ପହଞ୍ଚି ଥିଲେ ଏବଂ ବାଇକ୍ରେ ନିରଞ୍ଜନଙ୍କୁ ଜୋର୍ ଜବରଦସ୍ତ ବସାଇ ବିଭିନ୍ନ ସ୍ଥାନକୁ ନେଇ ଶାରୀରିକ, ମାନସିକ ନିର୍ଯାତନା ଦେବା ସହିତ ନାନା ଧମକ ଦେଇଥିଲେ ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି।
ଖବର ପାଇ ନିରଞ୍ଜନଙ୍କ ଭଉଣୀ ଏବଂ ସମ୍ପର୍କୀୟ ବରଗଡ଼ ଟାଉନ ଥାନାରେ ପହଞ୍ଚିଥିଲେ। ଏହାପରେ ନିରଞ୍ଜନଙ୍କୁ ଥାନାକୁ ଆଣି ଛାଡ଼ି ଦେଇଥିଲେ ବୋଲି ନିରଞ୍ଜନଙ୍କ ଭଉଣୀ ଅନୀତା କହିଛନ୍ତି। ଚେକ୍ ବାଉନ୍ସକୁ ନେଇ କୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ କୋର୍ଟକୁ ଆସି ପକ୍ଷ ରଖି ଫେରିବା ବାଟରେ ତାଙ୍କ ଭାଇଙ୍କ ପ୍ରତି ହୋଇଥିବା ସେଭଳି ନିର୍ଯାତନା ପରେ ସମସ୍ତ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ରହିଥିବା ଅନୀତା କହିଛନ୍ତି। ଫଳରେ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିବେଦନ କରିଛନ୍ତି। ଅନ୍ୟପଟେ ଜମି କିଣାବିକାକୁ ନେଇ ନିରଞ୍ଜନ ଠକେଇ କରିଛନ୍ତି ଏବଂ ତାଙ୍କୁ ଅପହରଣ କିମ୍ବା କୌଣସି ନିର୍ଯାତନା ଦେଇ ନଥିବା ମମତା କହିଛନ୍ତି। କିନ୍ତୁ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାରୁ ନିରଞ୍ଜନଙ୍କୁ ଚାପୁଡ଼ା ମାରିଥିବା ମମତା ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି।
The post କୋର୍ଟରୁ ବାହାରିବାବେଳେ ଯୁବକଙ୍କୁ ଅପହରଣ appeared first on Dharitri Odia News.