ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୨।୩: ଶୁକ୍ରବାର ଇଣ୍ଡୋନେସିଆର ଜାଭା ଦ୍ୱୀପ ଉପକୂଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଇଣ୍ଡୋନେସିଆର ଜିଓଫିଜିକ୍ସ ଏଜେନ୍ସି (BKMG) କହିଛି ଯେ ରକ୍ଟର ସ୍କେଲରେ ଏହା ୬.୧ ମାପ ବିଶିଷ୍ଟ ଏକ ଭୂକମ୍ପ ଉପକୂଳଠାରୁ ୧୦ କିଲୋମିଟର (୬.୨୧ମାଇଲ) ଗଭୀରତାରେ ରେକର୍ଡ କରାଯାଇଛି। ବିଏମକେଜି କହିଛି ଯେ ଏହି ଭୂକମ୍ପ ପୂର୍ବ ଜାଭା ପ୍ରଦେଶର ଟ୍ୟୁବାନ ଠାରୁ ୧୩୨ କିଲୋମିଟର ଉତ୍ତରରେ ଅବସ୍ଥିତ। ସେହି ଅଞ୍ଚଳରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ଭିଡିଓ ଏବଂ […] The post ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ appeared first on Dharitri Odia News.

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୨।୩: ଶୁକ୍ରବାର ଇଣ୍ଡୋନେସିଆର ଜାଭା ଦ୍ୱୀପ ଉପକୂଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଇଣ୍ଡୋନେସିଆର ଜିଓଫିଜିକ୍ସ ଏଜେନ୍ସି (BKMG) କହିଛି ଯେ ରକ୍ଟର ସ୍କେଲରେ ଏହା ୬.୧ ମାପ ବିଶିଷ୍ଟ ଏକ ଭୂକମ୍ପ ଉପକୂଳଠାରୁ ୧୦ କିଲୋମିଟର (୬.୨୧ମାଇଲ) ଗଭୀରତାରେ ରେକର୍ଡ କରାଯାଇଛି।

ବିଏମକେଜି କହିଛି ଯେ ଏହି ଭୂକମ୍ପ ପୂର୍ବ ଜାଭା ପ୍ରଦେଶର ଟ୍ୟୁବାନ ଠାରୁ ୧୩୨ କିଲୋମିଟର ଉତ୍ତରରେ ଅବସ୍ଥିତ। ସେହି ଅଞ୍ଚଳରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ଭିଡିଓ ଏବଂ ଫଟୋ ଅପଲୋଡ କରି ଏହି ସୂଚନା ଦେଇଥିଲେ। ପୂର୍ବ ଜାଭା ଏବଂ ରାଜଧାନୀ ସୁରବାୟା, ପଡୋଶୀ ପ୍ରଦେଶର ସହରଗୁଡ଼ିକରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।
ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ ବିଏମକେଜି କହିଛି ଯେ ଭୂକମ୍ପରୁ ସୁନାମି ହେବାର ସମ୍ଭାବନା ନାହିଁ। ତେବେ କ୍ଷୟକ୍ଷତିର ତୁରନ୍ତ ଖବର ଆସିନାହିଁ।

The post ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ appeared first on Dharitri Odia News.