କୋର୍ଟରେ ନିଜ ପାଇଁ ପକ୍ଷ ରଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଜାଣନ୍ତୁ କ’ଣ କହିଲେ ଜଜ୍?

ନୂଆଦିଲ୍ଲୀ ୨୮।୩: କଥିତ ଦିଲ୍ଲୀ ମଦ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଗିରଫ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୋର୍ଟରେ ହାଜର କରିଥିଲା। ଏହି ଅବସରରେ ଇଡି ଅଧିକ ୭ ଦିନ ରିମାଣ୍ଡ ଦାବି କରିଥିଲା। ମାମଲାରେ କେଜରିୱାଲ କୋର୍ଟଙ୍କୁ କିଛି କହିବାକୁ ଚାହିଁଥିଲେ। ଏଥି ପାଇଁ କୋର୍ଟ ଅନୁମତି ଦେବାରୁ ମାମଲାରେ କେଜରିୱାଲ ନିଜର ପକ୍ଷ ରଖିଛନ୍ତି। ଏଥିରେ କେଜରିୱାଲ କହିଛନ୍ତି ଯେ କୌଣସି କୋର୍ଟ ମୋତେ ଦୋଷୀ ସାବ୍ୟସ୍ତ କରି ନାହାନ୍ତି। ଏଣୁ ମୋତେ ଗିରଫ କାହିଁକି କରାଯାଇଛି ବୋଲି ସେ ପ୍ରଶ୍ନ କରିଥିଲେ। କେଜରିୱାଲ କହିଛନ୍ତି ଯେ ମାମଲାର ତଦନ୍ତରେ ସିବିଆଇ କୋର୍ଟଙ୍କୁ ୩୧ ହଜାର ପୃଷ୍ଠାର ଡକ୍ୟୁମେଣ୍ଟ ଦେଇଛନ୍ତି। ଏଥିରେ ୪ ଜଣ ଲୋକ ସେମାନଙ୍କ ବୟାନରେ ମୋ ନାମ ନେଇଛନ୍ତି। ଏହା କଣ ମୋ ଗିରଫ ପାଇଁ ଯଥେଷ୍ଟ ବୋଲି କେଜରିୱାଲ ପ୍ରଶ୍ନ କରିଛନ୍ତି। ଏଥିରେ ଇଡି ପକ୍ଷରୁ କୋର୍ଟରେ ହାଜର ଅତିରିକ୍ତ ସୋଲିସିଟର ଜେନେରାଲ (ଏଏସଜି)  ଏସ.ଭି.ରାଜୁ ତାଙ୍କୁ ଅଟକାଇଥିଲେ। ଏହାର ଜବାବରେ କେଜରିୱାଲ ତାଙ୍କୁ କହିବାକୁ ଦିଆଯାଉ ବୋଲି କହିଥିଲେ। ତେବେ କେଜରିୱାଲ ଯାହା କହୁଥିଲେ ସେ ନେଇ ସେ ଲିଖିତ ଦେଇ ପାରିବେ କି ବୋଲି କୋର୍ଟ ପଚାରିଥିଲେ। ଏଥିରେ କେଜରିୱାଲ କହିଥିଲେ ଯେ ମୁଁ କୋର୍ଟରେ କହିବାକୁ ଚାହୁଁଛି। କେଜରିୱାଲ କୋର୍ଟରେ ରାଘବ ମୁଙ୍ଗଟାଙ୍କ ଉଲ୍ଲେଖ କରିଥିଲେ।  କହିଥିଲେ

କୋର୍ଟରେ ନିଜ ପାଇଁ ପକ୍ଷ ରଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଜାଣନ୍ତୁ କ’ଣ କହିଲେ ଜଜ୍?

ନୂଆଦିଲ୍ଲୀ ୨୮।୩: କଥିତ ଦିଲ୍ଲୀ ମଦ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଗିରଫ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୋର୍ଟରେ ହାଜର କରିଥିଲା। ଏହି ଅବସରରେ ଇଡି ଅଧିକ ୭ ଦିନ ରିମାଣ୍ଡ ଦାବି କରିଥିଲା। ମାମଲାରେ କେଜରିୱାଲ କୋର୍ଟଙ୍କୁ କିଛି କହିବାକୁ ଚାହିଁଥିଲେ। ଏଥି ପାଇଁ କୋର୍ଟ ଅନୁମତି ଦେବାରୁ ମାମଲାରେ କେଜରିୱାଲ ନିଜର ପକ୍ଷ ରଖିଛନ୍ତି। ଏଥିରେ କେଜରିୱାଲ କହିଛନ୍ତି ଯେ କୌଣସି କୋର୍ଟ ମୋତେ ଦୋଷୀ ସାବ୍ୟସ୍ତ କରି ନାହାନ୍ତି। ଏଣୁ ମୋତେ ଗିରଫ କାହିଁକି କରାଯାଇଛି ବୋଲି ସେ ପ୍ରଶ୍ନ କରିଥିଲେ। 

କେଜରିୱାଲ କହିଛନ୍ତି ଯେ ମାମଲାର ତଦନ୍ତରେ ସିବିଆଇ କୋର୍ଟଙ୍କୁ ୩୧ ହଜାର ପୃଷ୍ଠାର ଡକ୍ୟୁମେଣ୍ଟ ଦେଇଛନ୍ତି। ଏଥିରେ ୪ ଜଣ ଲୋକ ସେମାନଙ୍କ ବୟାନରେ ମୋ ନାମ ନେଇଛନ୍ତି। ଏହା କଣ ମୋ ଗିରଫ ପାଇଁ ଯଥେଷ୍ଟ ବୋଲି କେଜରିୱାଲ ପ୍ରଶ୍ନ କରିଛନ୍ତି। ଏଥିରେ ଇଡି ପକ୍ଷରୁ କୋର୍ଟରେ ହାଜର ଅତିରିକ୍ତ ସୋଲିସିଟର ଜେନେରାଲ (ଏଏସଜି)  ଏସ.ଭି.ରାଜୁ ତାଙ୍କୁ ଅଟକାଇଥିଲେ। ଏହାର ଜବାବରେ କେଜରିୱାଲ ତାଙ୍କୁ କହିବାକୁ ଦିଆଯାଉ ବୋଲି କହିଥିଲେ। ତେବେ କେଜରିୱାଲ ଯାହା କହୁଥିଲେ ସେ ନେଇ ସେ ଲିଖିତ ଦେଇ ପାରିବେ କି ବୋଲି କୋର୍ଟ ପଚାରିଥିଲେ। ଏଥିରେ କେଜରିୱାଲ କହିଥିଲେ ଯେ ମୁଁ କୋର୍ଟରେ କହିବାକୁ ଚାହୁଁଛି। 

କେଜରିୱାଲ କୋର୍ଟରେ ରାଘବ ମୁଙ୍ଗଟାଙ୍କ ଉଲ୍ଲେଖ କରିଥିଲେ।  କହିଥିଲେ ଯେ ତାଙ୍କର ୫ଟି ଷ୍ଟେଟମେଣ୍ଟ ରହିଛି, ସେ ସେଇଆ କହିଛନ୍ତି ଯାହା ସେ କହିଥିଲେ। ହେଲେ ଯେତେବେଳେ ମାମଲାରେ ତାଙ୍କ ପିତାଙ୍କ ବୟାନ ବଦଳିଲା ଏହାକୁ ରେକର୍ଡ କରାଗଲା। ଏହି ଯେଉଁ ୬ଟି ଷ୍ଟେଟମେଣ୍ଟ ରହିଛି ଯେଉଁଥିରେ ସେ ମୋ ସମ୍ପର୍କରେ କହି ନାହାନ୍ତି ତାକୁ ରେକର୍ଡ କରାଯାଇ ନାହିଁ। କେଜରିୱାଲ କହିଛନ୍ତି ଯେ ଶରଥ ରେଡ୍ଡୀ ଜେଲରୁ ବାହାରି ବିଜେପିକୁ ୫୫ କୋଟି ଟଙ୍କା ଚାନ୍ଦା ଦେଲେ। ଏହି ମନି ଟ୍ରେଲ ସାବ୍ୟସ୍ତ ହୋଇଛି। ଏଣୁ ଏମାନେ ଆମଆଦମୀ ପାର୍ଟିକୁ କ୍ରସ୍ କରିବାକୁ ଚାହୁଁଛନ୍ତି ଓ ଅନ୍ୟପଟେ ଏକ୍ସଟର୍ସନ ନେଉଛନ୍ତି। 

ଶରଥ ରେଡ୍ଡୀ ବିଜେପିକୁ ୫୫ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି, ଏହାର ପ୍ରମାଣ ମୋ ପାଖରେ ଅଛି ଏହି ମନିଟ୍ରେଲ ସାବ୍ୟସ୍ତ ହୋଇଛି। ୭ଟି ବୟାନରୁ ୬ଟିରେ ମୋ ନାମ ନାହିଁ ହେଲେ ସପ୍ତମ ବୟାନରେ ଯେମିତି ମୋ ନାମ ନିଆଗଲା ସେମିତି ସାକ୍ଷୀଙ୍କୁ ଜାମିନରେ ଛାଡି ଦିଆଗଲା। ମୁଁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ଇଡିର ହଜାର ହଜାର ପୃଷ୍ଠା ଅଛିହେଲେ ମାତ୍ର ୪ଟି ବୟାନରେ ଜଣେ ସିଟିଂ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଦିଆଗଲା? କେଜରିୱାଲ କହିଛନ୍ତି ଯେ ଏହି ଦୁର୍ନୀତି ୧୦୦ କୋଟିର ବୋଲି କୁହାଯାଉଛି, ତେବେ ଏହି ପଇସା ଏବେ କେଉଁଠି? ବୋଲି ସେ ପ୍ରଶ୍ନ କରିଛନ୍ତି। 

ସେ କହିଛନ୍ତି ଯେ ବାସ୍ତବିକ ଦୁର୍ନୀତି ଇଡି ଯାଞ୍ଚ ପରେ ହିଁ ଆରମ୍ଭ ହୋଇଛି। ଇଡି ମୋତେ ଯେତେ ଦିନ ରିମାଣ୍ଡରେ ନେବାକୁ ଚାହୁଁଛନ୍ତି ନିଅନ୍ତୁ, ତେବେ ଇଡିର ଉଦ୍ଦେଶ୍ୟ କଣ ତାହା ମୁଁ ଜାଣିଛି। ତାହା ହେଉଛି ପ୍ରଥମେ ଆମ ଆଦମୀ ପାର୍ଟିକୁ ସମାପ୍ତ କରିବା ଓ ଦ୍ୱିତୀୟରେ ଏକ ସ୍ମୋକ୍ ସ୍କ୍ରିନ କ୍ରିଏଟ କରିବା ଓ ତୃତୀୟଟି ହେଉଛି ଜୋର ଜବରଦସ୍ତ ଅସୁଲି ରାକେଟ୍ ଚଳାଇବା। କେଜରିୱାଲଙ୍କ ତର୍କ ପରେ ଇଡି ମଧ୍ୟ ତାର ତର୍କ ରଖିଥିଲା। ଇଡିଙ୍କ ଓକିଲ କହିଥିଲେ ଯେ ଆମଆଦମୀ ପାର୍ଟି ଲାଞ୍ଚ ନେଇଥିଲା ଓ ଏହି ପଇସାକୁ ଗୋଆ ନିର୍ବାଚନରେ ଖର୍ଚ୍ଚ କରିଥିଲା। ଏହାର ପ୍ରମାଣ ଆମ ପାଖରେ ଅଛି। 

ହାୱଲା ରୁଟରେ ଏହି ପଇସାକୁ ଗୋଆ ନିର୍ବାଚନରେ ଖର୍ଚ୍ଚ କରାଯାଇଛି। ଇଡି କହିଛି ଯେ ଏହି ମାମଲାରେ କେଜରିୱାଲ ଦେଶର ବଡବଡ ଓକିଲଙ୍କୁ ଲଗାଇଛନ୍ତି, ଏହି ସୁବିଧା ସବୁ ଲୋକେ ହାସଲ କରିପାରିବେନି। ଯଦି କାହା ଉପରେ ଚାପ ପକାଇ ବୟାନ ନିଆଯାଇଛି ତେବେ ଏହା ଟ୍ରାୟଲ ସମ୍ପର୍କିତ ମାମଲା।  ହେଲେ ଅରବିନ୍ଦ କେଜରିୱାଲ ୧୦୦ କୋଟି ଟଙ୍କା ଲାଞ୍ଚ ମାଗିଥିବା  ଆମ ପାଖରେ ମଜଭୁତ ପ୍ରମାଣ ଅଛି ବୋଲି ଇଡି ଓକିଲ କହିଛନ୍ତି।