କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଆଜି ସାରା ଦେଶବ୍ୟାପୀ ଡାକ୍ତର ସଂଘର ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ:  ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା ।... The post କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଆଜି ସାରା ଦେଶବ୍ୟାପୀ ଡାକ୍ତର ସଂଘର ଆନ୍ଦୋଳନ appeared first on .

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଆଜି ସାରା ଦେଶବ୍ୟାପୀ ଡାକ୍ତର ସଂଘର ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ:  ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା । ଆଜି ସାରା ଦେଶବ୍ୟାପୀ ଡାକ୍ତର ସଂଘର ଆନ୍ଦୋଳନ। ଶନିବାର ସକାଳ ୬ଟାରୁ ରବିବାର ସକାଳ ୬ଟା ପଯ୍ୟନ୍ତ ଓପିଡି ବନ୍ଦ ରହିବ। ରୋଗୀ ସେବା ବନ୍ଦ ରଖିବାକୁ IMA ଦେଇଛି ଚେତାବନୀ। ୨୪ ଘଣ୍ଟା ଧରି ଚାଲିବ ଆନ୍ଦୋଳନ। ଗତକାଲି ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିଲା ଏସୟୁସିଆଇ। ବୁଧବାର ରାତିରେ କଲେଜରେ ଭଙ୍ଗାରୁଜା ଓ ଡାକ୍ତରଙ୍କୁ ମାଡ଼ ମାରିବା ପ୍ରତିବାଦରେ ଧର୍ମଘଟ ଡାକରା ଦେଇଛି ସଂଘ।

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲାରେ ବନ୍ଦ ଡାକରା ଦେଇଛି ଭାରତୀୟ ମେଡିକାଲ ସଂଘ । ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ଓପିଡି ବନ୍ଦ ରହିବ । କଲେଜରେ ଭଙ୍ଗାରୁଜା ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ମୁମ୍ବାଇ, ଭୋପାଳ, ଚଣ୍ଡୀଗଡ, ଗୁଆହାଟି ଭଳି ଦେଶର ବିଭିନ୍ନ ସହରରରୁ ଆନ୍ଦୋଳନର ଖବର ଆସୁଛି। ସେପଟେ ଅଭିଯୁକ୍ତକୁ ମୃତ୍ଯୁଦଣ୍ଡ ଦାବି କରି ଗତକାଲି ରାଲି କରିଥିଲେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ। ଟିଏମସିର ମହିଳା ସାଂସଦ ଓ କର୍ମୀଙ୍କ ପକ୍ଷରୁ ଆୟୋଜିତ ରାଲିରେ ଏହି ଦାବି କରିଥିଲେ ମମତା। ଏହା ସହ ହସ୍ପିଟାଲରେ ଭଙ୍ଗାରୁଜା ଘଟଣାରେ ବିଜେପି ଓ ସିପିଏମକୁ ଦାୟୀ କରିଛନ୍ତି ମମତା। ରବିବାର ସୁଦ୍ଧା ଘଟଣାର ତଦନ୍ତ ସାରିବା ସହ ଅଭିଯୁକ୍ତକୁ ଫାଶୀ ଦେବା ଲାଗି ସେ ଦାବି କରିଛନ୍ତି। ତେଣେ ହସ୍ପିଟାଲର ସେମିନାର ରୁମର ନିରାପତ୍ତା ସଂକ୍ରାନ୍ତ ଫଟୋଗ୍ରାଫିକ ପ୍ରମାଣ ଦେବା ଲାଗି ଦାବିକରିଥିଲେ କଲିକତା ହାଇକୋର୍ଟ।

ଅପରପକ୍ଷରେ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଉତ୍ତ୍ଯକ୍ତ ଲୋକଙ୍କ ଭଙ୍ଗାରୁଜା ଘଟଣାରେ କ୍ଷୁବ୍ଧ ହୋଇଛନ୍ତି କଲିକତା ହାଇକୋର୍ଟ। ସ୍ବାଧୀନତା ଦିବସ ଦିନ ଯେପରି ଭାବେ ହଜାର ହଜାର ଲୋକ ମେଡିକାଲ କ୍ଯାମ୍ପସରେ ପ୍ରବେଶ କରି ଭଙ୍ଗାରୁଜା କଲେ ତାହାକୁ ନେଇ ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ। ମୁଖ୍ଯବିଚାରପତି ଏହି ମାମଲାର ଶୁଣାଣି କରି ରାଜ୍ଯ ପ୍ରଶାସନର ଚରମ ବିଫଳତାକୁ ଦାୟୀ କରିବା ସହ ସହର ପୋଲିସ ନିଜକୁ ବି ରକ୍ଷା କରିବାକୁ ସକ୍ଷମ ନୁହେଁ ବୋଲି ଦର୍ଶାଇଛନ୍ତି।

The post କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଆଜି ସାରା ଦେଶବ୍ୟାପୀ ଡାକ୍ତର ସଂଘର ଆନ୍ଦୋଳନ appeared first on .