ରାଜ୍ୟରେ ବିକ୍ରି ହେଉଛି ନକଲି ଔଷଧ ଓ ନିମ୍ନମାନର ଇଞ୍ଜକସନ
ଭୁବନେଶ୍ବର ; ଲୋକଙ୍କ ବିଶ୍ଵାସରେ ବିଷ। ରାଜ୍ଯରେ ବିକ୍ରି ହେଉଛି ନକଲି ଔଷଧ। ବାହାର ରାଜ୍ୟରୁ ଓଡି଼ଶାକୁ ଆସୁଛି ନକଲି... The post ରାଜ୍ୟରେ ବିକ୍ରି ହେଉଛି ନକଲି ଔଷଧ ଓ ନିମ୍ନମାନର ଇଞ୍ଜକସନ appeared first on .
ଭୁବନେଶ୍ବର ; ଲୋକଙ୍କ ବିଶ୍ଵାସରେ ବିଷ। ରାଜ୍ଯରେ ବିକ୍ରି ହେଉଛି ନକଲି ଔଷଧ। ବାହାର ରାଜ୍ୟରୁ ଓଡି଼ଶାକୁ ଆସୁଛି ନକଲି ମେଡିସିନ। ଏହା ସହିତ ବିକ୍ରି ହେଉଥିବା ଜିଙ୍କ୍ ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଂଜେକସନ ନିମ୍ନ ମାନର ବୋଲି ଜଣାପଡ଼ିଛି। ବିଧାନସଭାରୁ ମିଳିଛି ଏହି ତଥ୍ୟ। ବିଧାନସଭାରେ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କଲିକତା, ହାଇଦ୍ରାବାଦରୁ ଓଡ଼ିଶାକୁ ଆସୁଥିଲା ନକଲି ମେଡିସିନ। ୩ ବର୍ଷରେ ୧୦୩ଟି ମେଡିସିନ ନିମ୍ନ ମାନର ବୋଲି ଧରାପଡ଼ିଛି। ଏଥିପାଇଁ ୪ ସପ୍ଲାୟରଙ୍କ ସମେତ ସେହି ସବୁ କମ୍ପାନୀକୁ କଳା ତାଲିକାଭୁକ୍ତ କରାଯାଇଛି। ୨୦୨୨-୨୩ ରେ ୪୫ ମେଡ଼ିସିନକୁ ନିମ୍ନ ମାନର ବୋଲି ଦର୍ଶାଯାଇଥିବା ବେଳେ ୨୦୨୩-୨୪ ରେ ୩୨ ଟି, ୨୦୨୪-୨୫ ରେ ୨୬ ଟି ମେଡ଼ିସିନ ନିମ୍ନ ମାନର ଥିବା ଧରା ପଡ଼ିଛି। ବିଧାନସଭାରେ ଏ ନେଇ ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
The post ରାଜ୍ୟରେ ବିକ୍ରି ହେଉଛି ନକଲି ଔଷଧ ଓ ନିମ୍ନମାନର ଇଞ୍ଜକସନ appeared first on .