କୋଲକାତା ଦୁଷ୍କର୍ମ ପୀଡିତାଙ୍କ ନାମ ପ୍ରକାଶ କରି କ୍ଷମା ମାଗିଲେ ରଚନା ବାନାର୍ଜୀ, ଥାନାରେ ଏତଲା

ନୂଆଦିଲ୍ଲୀ: ଅଗଷ୍ଟ ୯ରେ କୋଲକାତାର ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ମହିଳା ଡାକ୍ତରଙ୍କ ପରିଚୟ ପ୍ରକାଶ କରି କ୍ଷମା ମାଗିଲେ ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ରଚନା ବାନାର୍ଜୀ। ନିକଟରେ ଏକ ସୋସିଆଲ ମିଡିଆ ଭିଡିଓ ପୋଷ୍ଟ କରି ଏହି ଘଟଣାକୁ ନିନ୍ଦା କରିଥିଲେ। ଭିଡିଓ ଶେଷରେ ପୀଡିତାଙ୍କ ନାମ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି। କୋଲକାତା ହାଇକୋର୍ଟର ଆଡଭୋକେଟ ଶାୟନ ସଚିନ ବସୁଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗରେ ତୃଣମୂଳ ସାଂସଦଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ ବାନାର୍ଜୀ “ବେପରୁଆ” ଭାବେରେ ପୀଡିତାଙ୍କ ନାମକୁ ଏକାଧିକ ଥର ଉଲ୍ଲେଖ କରିଛନ୍ତି, ଯାହା ଦ୍ୱାରା ପୀଡିତା ଓ ପୀଡିତାଙ୍କ ପରିବାରକୁ ଆଘାତ ଲାଗିଛି। ତାଙ୍କ ପରିବାରର ସୁରକ୍ଷା ତଥା ସମ୍ମାନ ପ୍ରତି ଏହା ବିପଦ।ସେପଟେ ବାନାର୍ଜୀ ତାଙ୍କ ଭୁଲକୁ ସ୍ୱୀକାର କରି କ୍ଷମା ମାଗିଥିଲେ। ସେ କହିଛନ୍ତି ଯେ ସେ ଭିଡିଓ ଡିଲିଟ କରିଛନ୍ତି। ଇଣ୍ଡିଆ ଟୁଡେ ଟିଭି ସହ କଥାବାର୍ତ୍ତା ବେଳେ ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ସେ ହୃଦୟରୁ ଭାବପ୍ରବଣ ଭାବରେ କହୁଥିବା ବେଳେ ପୀଡିତାଙ୍କ ନାମ ଉଲ୍ଲେଖ କରିଛନ୍ତି।“ଏହା ନିଶ୍ଚିତ ଯେ ଭାବେ ମୋ ତରଫରୁ ବହୁତ ବଡ ଭୁଲ ଥିଲା। ମୁଁ ତାହା କରିବା ଉଚିତ୍ ନୁହେଁ। ଅନ୍ୟ ସମସ୍ତେ ଯେପରି କରୁଛନ୍ତି,

କୋଲକାତା ଦୁଷ୍କର୍ମ ପୀଡିତାଙ୍କ ନାମ ପ୍ରକାଶ କରି କ୍ଷମା ମାଗିଲେ ରଚନା ବାନାର୍ଜୀ, ଥାନାରେ ଏତଲା

ନୂଆଦିଲ୍ଲୀ: ଅଗଷ୍ଟ ୯ରେ କୋଲକାତାର ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ମହିଳା ଡାକ୍ତରଙ୍କ ପରିଚୟ ପ୍ରକାଶ କରି କ୍ଷମା ମାଗିଲେ ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ରଚନା ବାନାର୍ଜୀ। ନିକଟରେ ଏକ ସୋସିଆଲ ମିଡିଆ ଭିଡିଓ ପୋଷ୍ଟ କରି ଏହି ଘଟଣାକୁ ନିନ୍ଦା କରିଥିଲେ। ଭିଡିଓ ଶେଷରେ ପୀଡିତାଙ୍କ ନାମ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି। 

କୋଲକାତା ହାଇକୋର୍ଟର ଆଡଭୋକେଟ ଶାୟନ ସଚିନ ବସୁଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗରେ ତୃଣମୂଳ ସାଂସଦଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। 

ଅଭିଯୋଗରେ ଦର୍ଶାଯାଇଛି ଯେ ବାନାର୍ଜୀ “ବେପରୁଆ” ଭାବେରେ ପୀଡିତାଙ୍କ ନାମକୁ ଏକାଧିକ ଥର ଉଲ୍ଲେଖ କରିଛନ୍ତି, ଯାହା ଦ୍ୱାରା ପୀଡିତା ଓ ପୀଡିତାଙ୍କ ପରିବାରକୁ ଆଘାତ ଲାଗିଛି। ତାଙ୍କ ପରିବାରର ସୁରକ୍ଷା ତଥା ସମ୍ମାନ ପ୍ରତି ଏହା ବିପଦ।

ସେପଟେ ବାନାର୍ଜୀ ତାଙ୍କ ଭୁଲକୁ ସ୍ୱୀକାର କରି କ୍ଷମା ମାଗିଥିଲେ। ସେ କହିଛନ୍ତି ଯେ ସେ ଭିଡିଓ ଡିଲିଟ କରିଛନ୍ତି। ଇଣ୍ଡିଆ ଟୁଡେ ଟିଭି ସହ କଥାବାର୍ତ୍ତା ବେଳେ ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ସେ ହୃଦୟରୁ ଭାବପ୍ରବଣ ଭାବରେ କହୁଥିବା ବେଳେ ପୀଡିତାଙ୍କ ନାମ ଉଲ୍ଲେଖ କରିଛନ୍ତି।

“ଏହା ନିଶ୍ଚିତ ଯେ ଭାବେ ମୋ ତରଫରୁ ବହୁତ ବଡ ଭୁଲ ଥିଲା। ମୁଁ ତାହା କରିବା ଉଚିତ୍ ନୁହେଁ। ଅନ୍ୟ ସମସ୍ତେ ଯେପରି କରୁଛନ୍ତି, ମୁଁ କିନ୍ତୁ ଭାବି ଚିନ୍ତି କହିବାର ଥିଲା। ଭିଡିଓ ତିଆରି କରିବା ସମୟରେ ମୁଁ ସେହି ସମୟରେ ବହୁତ ଦୁଃଖିତ ଏବଂ ଭାବପ୍ରବଣ ହୋଇପଡ଼ିଥିଲି। ମୁଁ କହୁଥିବା ସମସ୍ତ ଶବ୍ଦ ମୋ ହୃଦୟରୁ ଆସିଥିଲା, ଏବଂ ଏହା ସ୍କ୍ରିପ୍ଟ ହୋଇନଥିଲା। ସ୍ୱାଭାବିକ ଭାବରେ, ଭାବନା ସହିତ ସେହି ନାମ ମୋ ମନକୁ ଆସିଲା ବୋଲି ସେ କହିଛନ୍ତି।