କୋଲକାତା ବଳାତ୍କାର ଘଟଣାରେ ହିମନ୍ତଙ୍କ ବଡ଼ ବୟାନ: ଯଦି ଆସାମରେ ଏମିତି ହୋଇଥାନ୍ତା, ତା’ହେଲେ…

ଗୁଆହାଟୀ,୧୯।୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର୍‌.ଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟଣାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ଘଟଣାରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟ ପୋଲିସକୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ଆପଣ ମୋର ତିନି ବର୍ଷର ରେକର୍ଡ ଦେଖିନିଅନ୍ତୁ। ଯଦି କୋଲକାତାରେ ଘଟିଥିବା ଜଘନ୍ୟ ଅପରାଧ ଆସାମରେ ଘଟିଥାନ୍ତା, ତେବେ ଆମ ସରକାର ତୁରନ୍ତ ନ୍ୟାୟ […] The post କୋଲକାତା ବଳାତ୍କାର ଘଟଣାରେ ହିମନ୍ତଙ୍କ ବଡ଼ ବୟାନ: ଯଦି ଆସାମରେ ଏମିତି ହୋଇଥାନ୍ତା, ତା’ହେଲେ… appeared first on Dharitri Odia News.

କୋଲକାତା ବଳାତ୍କାର ଘଟଣାରେ ହିମନ୍ତଙ୍କ ବଡ଼ ବୟାନ: ଯଦି ଆସାମରେ ଏମିତି ହୋଇଥାନ୍ତା, ତା’ହେଲେ…

ଗୁଆହାଟୀ,୧୯।୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର୍‌.ଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟଣାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ଘଟଣାରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟ ପୋଲିସକୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ଆପଣ ମୋର ତିନି ବର୍ଷର ରେକର୍ଡ ଦେଖିନିଅନ୍ତୁ। ଯଦି କୋଲକାତାରେ ଘଟିଥିବା ଜଘନ୍ୟ ଅପରାଧ ଆସାମରେ ଘଟିଥାନ୍ତା, ତେବେ ଆମ ସରକାର ତୁରନ୍ତ ନ୍ୟାୟ ଦେଇଥାନ୍ତେ। ରାଜ୍ୟର ବିରୋଧୀ ଏହି ନୀତିକୁ ସମାଲୋଚନା କରୁଛନ୍ତି। କିନ୍ତୁ ମୋର କିଛି ଫରକ ପଡୁନାହିଁ। ଝିଅମାନଙ୍କୁ ସୁରକ୍ଷା ଦେବାରେ କୌଣସି ଆପୋଷ ବୁଝାମଣା ହେବ ନାହିଁ।

ସିଏମ କହିଛନ୍ତି, ଆସାମ ସରକାର ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଡାକ୍ତର, ବିଶେଷ କରି ମହିଳା ଡାକ୍ତରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି , ଆମେ ଆଶା କରୁଛୁ କୋଲକାତାର ଆର୍‌.ଜି ମେଡିକାଲ କଲେଜରେ ବଳାତ୍କାର ଓ ପରେ ହତ୍ୟା କରାଯାଇଥିବା ମହିଳା ପ୍ରଶିକ୍ଷକଙ୍କ ମାତାପିତା ନ୍ୟାୟ ପାଇବେ।

କୋଲକାତାର ଜଣେ ଟ୍ରେନି ଡାକ୍ତରଙ୍କ ମୃତଦେହ ୯ ଅଗଷ୍ଟ ସକାଳେ ମେଡିକାଲ କଲେଜ ଏବଂ ହସ୍ପିଟାଲର ସେମିନାର ହଲରେ ମିଳିଥିଲା। ଯାହାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି।

The post କୋଲକାତା ବଳାତ୍କାର ଘଟଣାରେ ହିମନ୍ତଙ୍କ ବଡ଼ ବୟାନ: ଯଦି ଆସାମରେ ଏମିତି ହୋଇଥାନ୍ତା, ତା’ହେଲେ… appeared first on Dharitri Odia News.