କୋଲକାତା ମହିଳା ଡାକ୍ତରଙ୍କ ସହ ସେଦିନ ରାତିରେ କ’ଣ ହୋଇଥିଲା, କେମିତି ହତ୍ୟା କରାଗଲା, ସବୁ ସତ ଓଗାଳିଲେ ସଞ୍ଜୟ ରୟ

କୋଲକାତା,୨୭।୮: କୋଲକାତାର ଆର୍‌.ଜି କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା କରିଥିବା ଅଭିଯୁକ୍ତ ସଞ୍ଜୟ ରୟ ନିଜ ଅପରାଧ ସ୍ବୀକାର କରିଛନ୍ତି। ଯଦି ସିବିଆଇ ସୂତ୍ରରୁ ବିଶ୍ୱାସ କରାଯାଏ, ତେବେ ହତ୍ୟାକାରୀ ସଞ୍ଜୟ ରୟ ସିବିଆଇ ପଚରାଉଚରା ବେଳେ ସ୍ବୀକାର କରିଛନ୍ତି ଯେ ସେ ହିଁ ମହିଳା ଡାକ୍ତରଙ୍କୁ ହତ୍ୟା କରିଛନ୍ତି। ସେ କହିଛନ୍ତି , ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରିଛନ୍ତି, କାରଣ ସେ ବାରମ୍ବାର ଚିତ୍କାର କରୁଥିଲେ। ଅଗଷ୍ଟ […] The post କୋଲକାତା ମହିଳା ଡାକ୍ତରଙ୍କ ସହ ସେଦିନ ରାତିରେ କ’ଣ ହୋଇଥିଲା, କେମିତି ହତ୍ୟା କରାଗଲା, ସବୁ ସତ ଓଗାଳିଲେ ସଞ୍ଜୟ ରୟ appeared first on Dharitri Odia News.

କୋଲକାତା ମହିଳା ଡାକ୍ତରଙ୍କ ସହ ସେଦିନ ରାତିରେ କ’ଣ ହୋଇଥିଲା, କେମିତି ହତ୍ୟା କରାଗଲା, ସବୁ ସତ ଓଗାଳିଲେ ସଞ୍ଜୟ ରୟ

କୋଲକାତା,୨୭।୮: କୋଲକାତାର ଆର୍‌.ଜି କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା କରିଥିବା ଅଭିଯୁକ୍ତ ସଞ୍ଜୟ ରୟ ନିଜ ଅପରାଧ ସ୍ବୀକାର କରିଛନ୍ତି। ଯଦି ସିବିଆଇ ସୂତ୍ରରୁ ବିଶ୍ୱାସ କରାଯାଏ, ତେବେ ହତ୍ୟାକାରୀ ସଞ୍ଜୟ ରୟ ସିବିଆଇ ପଚରାଉଚରା ବେଳେ ସ୍ବୀକାର କରିଛନ୍ତି ଯେ ସେ ହିଁ ମହିଳା ଡାକ୍ତରଙ୍କୁ ହତ୍ୟା କରିଛନ୍ତି। ସେ କହିଛନ୍ତି , ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରିଛନ୍ତି, କାରଣ ସେ ବାରମ୍ବାର ଚିତ୍କାର କରୁଥିଲେ। ଅଗଷ୍ଟ ୯ରେ ଆର୍‌.ଜି କର ହସ୍ପିଟାଲର ସେମିନାର ହଲରେ ଜଣେ ଟ୍ରେନି ଲେଡି ଡାକ୍ତରଙ୍କ ମୃତଦେହ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ବଳାତ୍କାର ହୋଇଥିବା ସ୍ପଷ୍ଟ ହୋଇଛି।

ସୂଚନାନୁସାରେ, ଅଭିଯୁକ୍ତ ସଞ୍ଜୟ ରୟ କହିଛନ୍ତି, ପୀଡିତା ଲଗାତାର ଚିତ୍କାର କରୁଥିଲେ, ତେଣୁ ତାଙ୍କ ତଣ୍ଟିକୁ ଜୋର୍‌ରେ ଚିପି ରଖିଥିଲି, ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ମହିଳା ଡାକ୍ତରଙ୍କ ମୃତ୍ୟୁ ନ ହୋଇଛି। ପୀଡିତା ନିଜକୁ ରକ୍ଷା କରିବା ପାଇଁ ଚିଲାଇଥିଲେ। ହେଲେ ଧରାପଡ଼ିଯିବା ଭୟରେ ସଞ୍ଜୟ ପୀଡିତାଙ୍କୁ ନିଜ ହାତର ସମ୍ପୂର୍ଣ୍ଣ ଶକ୍ତିରେ ତଣ୍ଟିକୁ ଚିପି ରଖିଥିଲେ।

ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ସଞ୍ଜୟ ରୟ ମଧ୍ୟ ତାଙ୍କର ଡାକ୍ତରୀ ଟେଷ୍ଟ ସମୟରେ ଏହା ପ୍ରକାଶ କରିଛନ୍ତି। ଆର୍‌.ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସଞ୍ଜୟ ରୟ ମୁଖ୍ୟ ଅଭିଯୁକ୍ତ। ସଞ୍ଜୟ ରୟଙ୍କ ‘ପଲିଗ୍ରାଫ ଟେଷ୍ଟ’ କୋଲକାତାର ପ୍ରେସିଡେନ୍ସି ଜେଲରେ କରାଯାଇଥିଲା।

ମେଡିକାଲ କଲେଜର ସେମିନାର ହଲରେ ୩୧ ବୟସ୍କା ଟ୍ରେନି ଲେଡି ଡାକ୍ତରଙ୍କ ମୃତଦେହ ମିଳିବାର ଗୋଟିଏ ଦିନ ପରେ କୋଲକାତା ପୋଲିସ ସଞ୍ଜୟ ରୟଙ୍କୁ ଅଗଷ୍ଟ ୧୦ ରେ ଗିରଫ କରିଥିଲା। ସିସିଟିଭି ଫୁଟେଜ ଏବଂ ଟ୍ରେନି ଡାକ୍ତରଙ୍କ ମୃତଦେହ ନିକଟରୁ ବ୍ଲୁଟୁଥ ଉପକରଣ ମିଳିବା ପରେ ରୟଙ୍କୁ ଗିରଫ କରାଯାଇଥିଲ। ଏଥି ସହିତ, ଆର୍‌.ଜି କର ହସ୍ପିଟାଲ ମାମଲାରେ ସିବିଆଇ ବର୍ତ୍ତମାନ ସମସ୍ତ ୭ ଜଣଙ୍କ ପଲିଗ୍ରାଫ ପରୀକ୍ଷା ଶେଷ କରିଛି।

 

The post କୋଲକାତା ମହିଳା ଡାକ୍ତରଙ୍କ ସହ ସେଦିନ ରାତିରେ କ’ଣ ହୋଇଥିଲା, କେମିତି ହତ୍ୟା କରାଗଲା, ସବୁ ସତ ଓଗାଳିଲେ ସଞ୍ଜୟ ରୟ appeared first on Dharitri Odia News.